ନିଜ ଅଳିଆ ନିଜ ପାଖେ ରଖ: ସାମୂହିକ ସଫେଇ ପରେ ଚମକିଲା ଏକାମ୍ରକ୍ଷେତ୍ର

ଭୁବନେଶ୍ୱର, ୨୪ା୨ (ବ୍ୟୁରୋ): ନିଜ ଅଳିଆ ନିଜ ପାଖେ ରଖ, ସୌନ୍ଦର୍ଯ୍ୟଭରା ଏକାମ୍ରକ୍ଷେତ୍ର ଅଞ୍ଚଳକୁ ଅଳିଆ ଗଦା କରନି। ଘରେ ଡଷ୍ଟବିନ୍‌ ରଖ, ସଫେଇ ଓ ପରିମଳ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ ସହଯୋଗର ହାତ ବଢ଼ାଅ। ସଫେଇ କର୍ମଚାରୀ ଆସି ତୁମ ଘରୁ ଅଳିଆ ନେବେ। କୌଣସି ନାଗରିକ ଘର ଅଳିଆକୁ ରାସ୍ତାରେ ପକାଇଲେ ସେଗୁଡ଼ିକୁ ପୁଣିଥରେ ତାଙ୍କ ଘରକୁ ଫିଙ୍ଗାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ରବିବାର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଏକ ବଡ଼ଧରଣର ସାମୂହିକ ସଫେଇ ଅଭିଯାନ (ମୁଁ ସଫେଇ ବାଲା) ଚାଲିଥିବାବେଳେ କମିଶନର ଚୌଧାରୀ ଲୋକଙ୍କୁ ବୁଝାଇବା ସହ ଏହି ଚେତାବନୀ ଶୁଣାଇଛନ୍ତି। ଏଥିସହ ବୋଇତାଳି ମନ୍ଦିର ସମ୍ମୁଖ ରଥରୋଡ୍‌ର ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ ସାମଗ୍ରୀ ଓ ବର୍ଜ୍ୟ ବାହାରେ ପଡିଥିବା ଦେଖି ବିରକ୍ତ ହେବା ସହ ତାହାକୁ ସେହି ଘରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜେସିବି ସାହାଯ୍ୟରେ ଘର ନିର୍ମାଣ ବର୍ଜ୍ୟକୁ ସେହି ଘର ଭିତରେ ରଖାଯାଇଥିଲା। ଅଳିଆ ବାହାରେ ଫୋପାଡ଼ିବା ପରେ ବିଏମ୍‌ସି ଚୁପ୍‌ ରହିବ ନାହିଁ। ସହରକୁ ସ୍ବଚ୍ଛ ଓ ସୌନ୍ଦର୍ଯ୍ୟମୟ କରିବାରେ ବିଏମ୍‌ସି ଏବେ ଅଣ୍ଟା ଭିଡ଼ିଥିବାବେଳେ ନାଗରିକମାନେ ବିଏମ୍‌ସିକୁ ସାହାଯ୍ୟ କରିବେ ବୋଲି କମିଶନର ଚୌଧାରୀ ଆଶା ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମହାଶିବରାତ୍ରି ଅବସରରେ ଏକାମ୍ର କ୍ଷେତ୍ରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଫଳରେ ବହୁ ମାତ୍ରାରେ ବର୍ଜ୍ୟ ଓ ପଲିଥିନ୍‌ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଗଦା ହୋଇରହିଥିଲା। ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ୬୬ ଏକର ଜମିରେ ପଡ଼ି ରହିଥିବା ଉକ୍ତ ଅଳିଆଗୁଡ଼ିକୁ ସଫା କରିବା ପାଇଁ ବିଏମ୍‌ସି ୧୦୦୦ ସ୍ବେଚ୍ଛାସେବୀ ଓ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିଥିଲା। ସିନେ ତାରକା ଅର୍ଚ୍ଚିତା ସାହୁ, ବିଏମ୍‌ସି କମିଶନର ଚୌଧାରୀ ଓ ଜିଲାପାଳ ଖୋର୍ଦ୍ଧା ସୀତାଂଶୁ କୁମାର ରାଉତ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିବା ସହ ନିଜେ ସଫେଇରେ ସାମିଲ ହୋଇ ଉତ୍ସାହିତ କରିଥିଲେ। ରଥଖଳାଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରଥରୋଡ୍‌ ଦେଇ ମାଉସୀ ମା’ ମନ୍ଦିର ଯାଏ ଯାଇଥିଲେ। ଲିଙ୍ଗରାଜ ମନ୍ଦିର, ବିନ୍ଦୁ ସାଗର ଚତୁଃପାର୍ଶ୍ୱ, ଭଜନ ମଣ୍ଡପରୁ ଭାଇସୀମା ଛକ ରାସ୍ତା ଓ ଜ୍ଞାନୀ ଦୟାଲ ସିଂ ରାସ୍ତାକୁ ସଫେଇ କରାଯାଇଥିଲା। ଏଥିପାଇଁ ୫ ଟିମ୍‌ କରାଯାଇଥିବାବେଳେ ବିଏମ୍‌ସି, ବିଡିଏ ଓ ବିଏସ୍‌ସିଏଲର ଅଧିକାରୀ ଏବଂ କର୍ମକର୍ତ୍ତା ନେତୃତ୍ୱ ନେଇଥିଲେ। ଏହି ସାମୂହିକ ସଫେଇରେ ଛାତ୍ରୀଛାତ୍ର, ସ୍କାଉଡ୍‌ ଆଣ୍ଡ ଗାଇଡ୍‌ସ୍‌, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିଳ୍ପୀ, ଏସ୍‌ଏଚ୍‌ଜି, ସ୍ବେଚ୍ଛାସେବୀ, ପ୍ରଗତିସାଥୀଙ୍କ ସମେତ ରାମକି, ପିଏମ୍‌ଆର୍‌, ଜାଗୃତି ଏବଂ ବିଭିନ୍ନ ବ୍ୟାଙ୍କ୍‌ର କର୍ମଚାରୀ ସାମିଲ ହୋଇଥିଲେ। ଏଥିସହ ବିଏମ୍‌ସିର ‘ମୁଁ ସଫେଇବାଲା ପ୍ରଚାର ରଥ’ ଅଞ୍ଚଳ ବୁଲି ସଚେତନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମା ଝଡ ପ୍ରଭାବରେ ୭ ରୁ ୧୦ ଯାଏ ବର୍ଷା

ଭୁବନେଶ୍ୱର,୬।୩(ବ୍ୟୁରୋ): ହୋଲିରେ ଭିଜିବ ଓଡ଼ିଶା। ଆସନ୍ତା ୭ ଏବଂ ୮ ରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲା ଏବଂ ୯ରୁ୧୦ ରେ ଆଭ୍ୟନ୍ତରୀଣ ସହ କିଛି...

ଗୋପବନ୍ଧୁ ମିଶ୍ରଙ୍କୁ ସଂସ୍କୃତ ଅନୁବାଦ ପୁରସ୍କାର

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ପ୍ରଫେସର ଗୋପବନ୍ଧୁ ମିଶ୍ର କଥାକାର ମନୋଜ ଦାସଙ୍କ ଉପନ୍ୟାସ ‘ଅମୃତ ଫଳ’ର ସଂସ୍କୃତ ଅନୁବାଦ ‘ଅମୃତ ଫଳମ୍‌’ ପାଇଁ ପୁରସ୍କାର ପାଇବାକୁ ମନୋନୀତ...

ବୋମା କଥା ଶୁଣି ଦୌଡ଼ିଲେ ଯାତ୍ରୀ

ଭୁବନେଶ୍ୱର,(ବ୍ୟୁରୋ)୧୪ ।୮: ସମୟ ଅପରାହ୍ନ ପ୍ରାୟ ସାଢେ ୪ଟା। ହଠାତ୍‌ ଭୁବନେଶ୍ୱର ରେଳଷ୍ଟେଶନର ପ୍ଲାଟ ଫର୍ମ ନଂ.୧ରେ ଏକ ବ୍ୟାଗ୍‌ରେ ବୋମା ଥିବା ପ୍ରଚାର ହେଲା।...

‘ବୃହତ୍‌ ବାଣିଜ୍ୟିକ ସ୍ଥଳରେ ପରିଣତ ହେବ ଓଡ଼ିଶା’

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ସୁଦୀର୍ଘ ଉପକୂଳର ଫାଇଦା ସାଗରମାଳା ପ୍ରକଳ୍ପ ଜରିଆରେ ଓଡିଶାକୁ ଏକ ବୃହତ ବାଣିଜି୍ୟକ ପରିବହନ ସ୍ଥଳରେ ପରିଣତ କରିବ। ବନ୍ଦରଭିତ୍ତିକ ଶିଳ୍ପାୟନ ଓ...

ବଜେଟ୍‌ରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ବର, ୧୮ା୨(ବ୍ୟୁରୋ): ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ କେନ୍ଦ୍ରୀୟ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି। ଚଳିତ ବର୍ଷ...

ଚାଇନା ନାଗରିକଙ୍କ ଲୋନ୍‌ ଆପ୍‌ ଠକେଇ ମାମଲା: ନୀତିନ୍‌ଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୨/୮(ବ୍ୟୁରୋ):ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ମାମଲାରେ ଗିରଫ ହୋଇଥିବା ଭାରତୀୟ ମୁଖ୍ୟ ଅଭିଯୁକ୍ତ ନୀତିନ୍‌ ମଲ୍ଲିକଙ୍କ ଜାମିନ...

ପିଆଜ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା

ଭୁବନେଶ୍ବର,୪।୩(ବ୍ୟୁରୋ): ପିଆଜ ଉତ୍ପାଦନରେ ଓଡ଼ିଶା ଖୁବଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ବର୍ତ୍ତମାନ ବଳକା ପିଆଜ ଛତିଶଗଡ଼କୁ ରପ୍ତାନୀ ହେଉଛି। ଏଥର ମଧ୍ୟ ବଜେଟ୍‌ରେ କୃଷିପ୍ରତି ପ୍ରବଳ...

ଶିକ୍ଷା ବର୍ଷ ଆରମ୍ଭରୁ ରିଭିଜନ୍‌ କ୍ଲାସ୍‌, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ପଢ଼ିବେ ପୁରୁଣା ପାଠ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ କ୍ଲାସ ହେବ। ୨ରୁ ୩ ମାସ ପର୍ଯ୍ୟନ୍ତ ପୁରୁଣା କ୍ଲାସର...

Advertisement
Archives

Model This Week