ନିଜାମୁଦ୍ଦିନ୍‌ ଧର୍ମସଭାରେ ଥିଲେ କୋରାପୁଟର୨

ଜୟପୁର,୧ା୪(ନି.ପ୍ର./ଡି.ଏନ୍‌.ଏ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ ଧର୍ମସଭାରେ ଦେଶବିଦେଶରୁ ଲୋକ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହି ସଭାରେ ଓଡ଼ିଶାର ୧୫ଜଣ ଯୋଗ ଦେଇଥିବାବେଳେ କୋରାପୁଟ ଜିଲାର ଜୟପୁର ଏବଂ କୋଟପାଡ଼ ଅଞ୍ଚଳର ୨ ବ୍ୟକ୍ତି ଯୋଗଦେଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜୟପୁର ବାସିନ୍ଦାଙ୍କୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ଠାରେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଗୁଣ୍ଟୁର୍‌ ଜିଲା ପ୍ରଶଶସନ ଓ ପୋଲିସକୁ ଯୋଗାଯୋଗ କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଅନ୍ୟାନ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ସେହିପରି କୋଟପାଡ଼ ଅଞ୍ଚଳର ବ୍ୟକ୍ତିଙ୍କୁ ଦିଲ୍ଲୀସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଉଭୟଙ୍କ ଉପରେ ପ୍ରଶାସନ ନଜର ରଖିଥିବା କୁହାଯାଇଛି। ଏଥିସହ ଜିଲାକୁ ନ ଆସି ସେଠାରେ ୧୪ ଦିନ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ଜିଲାପାଳ କହିଛନ୍ତି। କୌଣସି ପରିସ୍ଥିତିରେ ଘରକୁ ଫେରିଲେ ଜିଲା ପ୍ରଶାସନକୁ ସୂଚନା ଦେବାପାଇଁ ଉଭୟ ପରିବାରକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

ଗ୍ରୀଷ୍ମରେ ଖାଲିପଡ଼ିଛି ଭଞ୍ଜନଗର ରକ୍ତଭଣ୍ଡାର, ରକ୍ତଦାତାମାନେ ଆଗକୁ ଆସିବା ପାଇଁ ନିବେଦନ

ଭଞ୍ଜନଗର,୩୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରକ୍ତଭଣ୍ଡାରରେ ବର୍ଷ ତମାମ ରକ୍ତ ମହଜୁଦ ରହିଥାଏ। ଏହାର ମୁଖ୍ୟ କାରଣ ହେଲା ଅଞ୍ଚଳର ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଥା…

CUET UG ପରୀକ୍ଷାରେ ବି ବିଭ୍ରାଟ: ସମୟସୀମାରେ ହୋଇପାରିଲାନି ଆରମ୍ଭ

ନୂଆଦିଲ୍ଲୀ,୩୦।୫: କିଛି ପରୀକ୍ଷା କେନ୍ଦ୍ରରେ CUET UG ୨୦୨୬ ପରୀକ୍ଷା ସମୟସୀମାରେ ଆରମ୍ଭ ହୋଇପାରି ନାହିଁ। ଯାନ୍ତ୍ରିକ ତ୍ରୁଟି ଯୋଗୁ ପରୀକ୍ଷା ବିଳମ୍ବିତ ହୋଇଛି। ଏହା ପରେ…

ନଦୀ ଭିତରେ ମାଡ଼ିଗଲାଣି ବୁଦାଳିଆ ଜଙ୍ଗଲ,ସୁରକ୍ଷା ପ୍ରତି ସରକାରଙ୍କ ନଜର ନାହିଁ

ବଡ଼ଗାଁ,୩୦ା୫(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ତୁଡାଲଗା, ବଡ଼ଗାଁ, ଫୁଲବାରୀ ଓ ଭୋଇପାଲି ପଞ୍ଚାୟତର କେତେକ ଗ୍ରାମ ନିକଟ ଦେଇ ପ୍ରବାହିତ ସଫେଇ ନଦୀ…

ଘରୋଇ ବସ୍‌ ମାଲିକ ସଂଘର ବଡ଼ ଚେତାବନୀ, ସରକାର ନ ଶୁଣିଲେ ଗଡ଼ିବନି…

ଭୁବନେଶ୍ୱର,୩୦।୫: ରାଜ୍ୟ ସରକାରଙ୍କୁ ୧୦ ଦିନର ଅଲଟିମେଟମ୍ ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଭଡ଼ା ବୃଦ୍ଧି ସମ୍ପର୍କିତ ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ନିଶା ସେବନ କରି ଗାଡ଼ି ଚଲାଉଥିଲେ ଫରେଷ୍ଟର, ପୋଲିସ ଅଟକ ରଖି…

ବଲାଙ୍ଗୀର,୩୦ା୫(ସୁନିଲ କୁମାର ମହାନ୍ତି): ନିଶାସେବନ କରି ଗାଡ଼ି ଚଲାଇବା ଜଣେ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ବଙ୍ଗୋମୁଣ୍ଡା ଫରେଷ୍ଟର ଦିବସ ମାଝୀ ନିଶାସେବନ କରି ଗାଡ଼ି ଚଲାଉଥିବା…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri