ନିଖୋଜ ଛାତ୍ର ଉଦ୍ଧାର

ହାଟଡିହି, ୧୩।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଛେନାପଦି ବଜାରରୁ ପ୍ରଫୁଲ୍ଲ ପଣ୍ଡାଙ୍କ ୧୨ ବର୍ଷର ପୁଅ ପଙ୍କଜ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଥାନାଧୀକାରୀ ରଣଜିତ୍‌ ପଟ୍ଟନାୟକ, ଏସଆଇ ଅରୁପ ସାମଲ ଅନ୍ୟ ପୋଲିସ କର୍ମଚାରୀମାନେ ମିଳିତ ଭାବେ ଏକ ଟିମ୍‌ ଗଠନ କରି ଗତ ଗୁରୁବାର ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ଭୁବନେଶ୍ୱର ୬ନଂ ପ୍ଲାଟଫର୍ମ ଅଞ୍ଚଳରୁ ପଙ୍କଜଙ୍କୁ ରାତି ୧ଟାବେଳେ ଉଦ୍ଧାର କରାଯାଇଛି। ଛାତ୍ରଟି କାନ୍ଦୁଥିବାବେଳେ ସେ କୌଣସି କଥା ପ୍ରକାଶ କରିପାରୁନାହିଁ। ସ୍ଥାନୀୟ ଅଟୋ ସଂଘର କର୍ମକର୍ତ୍ତାମାନେ ଥାନାଧୀକାରୀଙ୍କୁ ଛାତ୍ରଙ୍କ ଉଦ୍ଧାର ଦିଗରେ ସହଯୋଗ କରିଥିଲେ। ୨୪ ଘଣ୍ଟା ନପୂରୁଣୁ ନୂତନ ଭାବେ ଥାନାଧୀକାରୀ ଦାୟିତ୍ୱ ନେଇଥିବା ରଣଜିତ୍‌ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ: ଗାଁ, ଛକ, ବଜାର କମ୍ପୁଛି

ମାର୍ଶାଘାଇ,୩।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଶାଘାଇ ବ୍ଲକର ୨୪ ଟି ପଞ୍ଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଚିହ୍ନ...

ଭାରତ ବନ୍ଦ ପ୍ରଭାବରେ ବ୍ୟାଙ୍କ କାରବାରରେ ୭୦ କୋଟି କ୍ଷତି

ବ୍ରହ୍ମପୁର ଅଫିସ,୩୧।୩: ବ୍ରହ୍ମପୁର ସହରରେ ୨ ଦିନିଆ ଭାରତ ବନ୍ଦ ପ୍ରଭାବରେ ଜାତୀୟ ବ୍ୟାଙ୍କଗୁଡିକର କାରବାରରେ କ୍ଷତି ସହିବାକୁ ପଡିଛି। ଏହି ଦୁଇ ଦିନ ମଧ୍ୟରେ...

ଚୋରାରେ ବିକୁଥିଲେ ଗ୍ୟାସ, ଧରା ପକାଇ ଦେଲେ ପଡ଼ୋଶୀ

ପାଟଣା,୭ା୧୨(ସ୍ବ ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ସଅଁରାପଶି ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ଘରେ ଯୋଗାଣ ବିଭାଗର ୫ଜଣିଆ ଟିମ୍‌ ଚଢ଼ାଉ କରି ମଙ୍ଗଳବାର...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ...

ମେଗା ପାଣି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଉପକୃତ ହେବେ ୧୯ ପଞ୍ଚାୟତର ଲୋକ

ବାଲେଶ୍ୱର ଅଫିସ,୧୩।୮- ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳର କୋଷ୍ଟାଲ କେନାଲର ଦକ୍ଷିଣରେ ଥିବା ଗ୍ରାମଗୁଡ଼ିକରେ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି। ଏହି ଅଞ୍ଚଳବାସୀ ପିଇବା ପାଣି...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

ଗାଁରେ ପଶିଲା ନାଳପାଣି: ୨ ଦିନ ହେଲା ଲୋକେ ଜଳବନ୍ଦୀ

ଦିଗପହଣ୍ଡି,୧୪।୧୦(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରିରହିଛି । ବର୍ଷା ପ୍ରଭାବରେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗାଁ ବୋଇରାଣୀ ନାଳର ବଢ଼ିପାଣି...

‘ରୋଷେଇ କରୁଥିବା ବେଳେ ଝିଅକୁ ଜାଳି ଦେଲେ’

ରେଢାଖୋଲ,୧୧ା୨: ଶାଶୁଘର ଲୋକେ ମୋ ଝିଅକୁ ପେଟ୍ରୋଲ ଢାଳି ପୋଡ଼ି ମାରିଦେଇଛନ୍ତି। ରେଢାଖୋଲ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଅନୁଗୋଳ ଜିଲା ମାଧପୁର ଗ୍ରାମର କୃଷ୍ଣ...

Advertisement
Archives

Model This Week