Posted inଫୁରସତ

ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌

ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌ ହେଉଛି ଏକ ଅତି ବିରଳତମ ଜେନେଟିକ୍‌ ସିଣ୍ଡ୍ରୋମ୍‌। ଏହା ଯାହା ଠାରେ ଦେଖାଯାଏ ତାହା ଭିତରର ଭୋକକୁ ପ୍ରବଳ ଭାବରେ ବଢ଼େଇ ଦେଇଥାଏ। ସେତିକିନୁହେଁ, ଏହା ଶରୀରକୁ କ୍ଷୀଣରୁ କ୍ଷୀଣତର କରି ଚାଲିଥାଏ। ସେମିତି ଜଣେ ଯୁବତୀ ହେଉଛନ୍ତି ଲିଜି ଭେଲସ୍‌କ୍ବେଜ୍‌। ସେ ଏହି ସିଣ୍ଡ୍ରୋମ୍‌ରେ ପୀଡ଼ିତ। ଲିଜି ପ୍ରତି ପନ୍ଦର ମିନିଟ୍‌ରେ ଥରେ ଖାଇଥାନ୍ତି। ତାଙ୍କ ଭିତରେ ଏତେ ପରିମାଣରେ ଭୋକ ବଢ଼ିଯାଏ ଯେ ସେ ନିଜକୁ ସମ୍ଭାଳି ପାରନ୍ତି ନାହିଁ। ଏଭଳି ଭାବରେ ପ୍ରଚୁର ଖାଦ୍ୟ ଖାଉଥିଲେ ମଧ୍ୟ ସେ ଖୁବ୍‌ ପତଳା। ତାଙ୍କୁ ଦେଖି କେହି ବିଶ୍ୱାସ କରିବନାହିଁ ଏହି ଯୁବତୀ ଜଣକ ପ୍ରତି ପନ୍ଦରମିନିଟ୍‌ରେ ଥରେ ଖାଉଛନ୍ତି। ତାଙ୍କ ଶରୀରରେ ଆଦୌ ଚର୍ବି ନାହିଁ। ସେ ଦିନକୁ ୬୦ଥର ଖାଇଥାନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଡାକ୍ତରମାନେ ସଫାସଫା ଜଣେଇ ଦେଇଛନ୍ତି ଯେ, ଲିଜି ନିଓନାଟାଲ ପ୍ରୋଜେରୋଇଡ୍‌ ସିଣ୍ଡ୍ରୋମ୍‌ରେ ପୀଡ଼ିତ। ଏହା ଏକ ବିରଳ ଅବସ୍ଥା। ନ ହେଲେ ଜଣେ ସାଧାରଣ ମଣିଷ କ୍ଷେତ୍ରରେ ଦିନକୁ ୫୦୦୦ରୁ ୮୦୦୦ କ୍ୟାଲୋରିର ଖାଦ୍ୟ ଗ୍ରହଣ କରିବା ଆଦୌ ସହଜ କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri