ନିଆରା ‘ବୁଢ଼ା ସାର୍‌’ : ବିନା ପାରିଶ୍ରମିକରେ ୪୨ ବର୍ଷ ଶିକ୍ଷାଦାନ

ପଦ୍ମପୁର,୧୭।୩(ଡି.ଏନ.ଏ.)- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଗୋରାମାଟି ଗଁ। ର ଜଣେ ନିଆରା ମଣିଷ ଗୋଲକ ପ୍ରସାଦ ପାଢ଼ୀ। ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୪୨ବର୍ଷ ଧରି ବିନା ଚାକିରି ବିନା ପାରିଶ୍ରମିକରେ ସେ ଶିକ୍ଷାଦାନ କରିଆସୁଛନ୍ତି। ଏଥିସହ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କୁ ସମସ୍ତେ ବୁଢ଼ା ସାର୍‌ ବୋଲି ଡାକିଥାନ୍ତି।
ଗୋଲକ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ତିହିଡ଼ି ବ୍ଲକ ପାଳିଆ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ସେ ସମୟରେ ଗ୍ରାମରେ ପ୍ରାଥମିକ ଶିକ୍ଷାର ବିଶେଷ ସୁବିଧା ନ ଥିଲା। ସଚେତନତା ଅଭାବ ସାଙ୍ଗକୁ ଲୋକଙ୍କର ଆର୍ଥିକ ସ୍ଥିତି ଭଲ ନ ଥିଲା। ଏହାକୁ ଆଖି ଆଗରେ ରଖି ସେ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷାର ପ୍ରସାର ପାଇଁ ଆଗେଇ ଆସିଥିଲେ। ଚାକିରି ନ ଖୋଜି ଗଁା ସ୍କୁଲରେ ସ୍ବେଚ୍ଛାକୃତ ଭାବେ ଶିକ୍ଷାଦାନ ଆରମ୍ଭ କରିଥିଲେ। ୧୯୨୧ରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୨୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ୫ ଶିକ୍ଷୟିତ୍ରୀ ଶିକ୍ଷକ ଅଛନ୍ତି। ୧୯୭୮ଠାରୁ ଗୋଲକ ଏହି ବିଦ୍ୟାଳୟକୁ ନିୟମିତ ଯାଇ ବିନା ପାରିଶ୍ରମିକରେ ପାଠ ପଢ଼ାଇ ଆସୁଛନ୍ତି। ଇଂଲିଶ, ଗଣିତ ଓ ସାହିତ୍ୟରେ ସେ ବେଶ୍‌ ଦକ୍ଷ। ଛାତ୍ରୀଛାତ୍ରଙ୍କ ଭଲପାଇବା ଓ ସେମାନଙ୍କ ଜ୍ଞାନ ଅର୍ଜନରେ ସହାୟତା କରି ଗୋଲକ ନିଜ ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ଦେହ ଖରାପ ନ ହେଲେ ସେ ଦିନଟିଏ ବି ସ୍କୁଲ ଯିବା ବନ୍ଦ କରି ନ ଥାନ୍ତି।
ଗୋଲକ କହନ୍ତି, ଶିକ୍ଷାର ପ୍ରସାର ଘଟିଲେ ଗଁା ଗଣ୍ଡାରେ ବିକାଶ ଆସିବ। ଶିକ୍ଷାର୍ଥୀଙ୍କୁ ଭଲପାଇବା ଦେଇ ଶିକ୍ଷାଦାନ କଲେ ତାହା ସେମାନଙ୍କ ଜୀବନକୁ ଉନ୍ନତ କରି ଗଢ଼ି ତୋଳିବ। ବ୍ୟକ୍ତିଗତ ଜୀବନରେ ଗୋଲକ ବେଶ୍‌ ସରଳ ଓ ଅମାୟିକ। ଘରେ ପୁଅବୋହୂ ଓ ନାତି ନାତୁଣୀଙ୍କୁ ନେଇ ତାଙ୍କ ପରିବାର। ସ୍ତ୍ରୀଙ୍କର ଦେହାନ୍ତ ହେବା ପରେ ଏବେ ପରିଣତ ବୟସରେ ମଧ୍ୟ ନିଜ କାମ ନିଜେ କରିବା ସହିତ ଗଁ। ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି। ଏପରି କି କୌଣସି ସରକାରୀ ସହାୟତା ନେବାକୁ ସେ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି। ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରସାଦ ମଲ୍ଲିକ କହିଛନ୍ତି, ଗୋଲକ ଜଣେ ଗାନ୍ଧିବାଦୀ ଓ ସ୍ବାଭିମାନୀ ମଣିଷ। ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ତାଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ଗୋଲକଙ୍କ ଶିକ୍ଷାଦାନ ପାଇଁ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇଛି ବୋଲି ପ୍ରଧାନ ଶିକ୍ଷକ ଜୀବନବନ୍ଧୁ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri