ନିଆରା ଖଳନାୟକ ଶୁଭେନ୍ଦୁ

ଓଡ଼ିଆ ଯାତ୍ରାଜଗତର ଜଣେ ନିଆରା ଖଳନାୟକ ଭାବରେ ଶୁଭେନ୍ଦୁ ଚୌଧୁରୀ ବେଶ୍‌ ଜଣାଶୁଣା। ତାଙ୍କର ଗେଟ୍‌ଅପ୍‌, ଚାହାଣି ପୁଣି ଗମ୍ଭୀର ଗଳାର ଆଓ୍ବାଜ୍‌ ତାଙ୍କର ଖଳନାୟକୀକୁ ଏକ ସ୍ବତନ୍ତ୍ର ଅନ୍ଦାଜ ଦେଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବନି। ସେଥିପାଇଁ ଶୁଭେନ୍ଦୁ ନିଜର ଏକ ସ୍ବତନ୍ତ୍ର ଦର୍ଶକ ଗୋଷ୍ଠୀ ତିଆରି କରିପାରିଛନ୍ତି। ଚୌଦ୍ୱାର ନିକଟସ୍ଥ କୁମାରପୁରଠାରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ପ୍ରଥମେ ୧୯୯୩ ମସିହାରେ ଆସନ୍ତି ଯାତ୍ରାକୁ। ବୁଦ୍ଧେଶ୍ୱରୀ ଗଣନାଟ୍ୟରେ ଜଣେ ଯୁବ ଖଳ ଅଭିନେତା ଭାବେ ଯୋଗଦେଇ ସେ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରନ୍ତି। ପିଲାଟିବେଳୁ ଯାତ୍ରା, ସିନେମା, ଥିଏଟର ଆଦି ଦେଖିବାରେ ରୁଚି ଥିଲା। ଗଁାରେ ହେଉଥିବା ଡ୍ରାମାରେ ମଧ୍ୟ ସେ ଅଭିନୟ କରି ବାହାବା ସାଉଣ୍ଟୁଥିଲେ। ତାଙ୍କର ଇଚ୍ଛା ଥିଲା ସିନେମାକୁ ଯିବା ପାଇଁ। ସେଥିଲାଗି ସେ ଖ୍ୟାତନାମା ନିର୍ଦ୍ଦେଶକ ଦିବଂଗତ ମହମ୍ମଦ ମହସିନଙ୍କ ନିକଟକୁ ଯିବାଆସିବା କରୁଥିଲେ। ମହସିନଙ୍କ ସହିତ ଶୁଭେନ୍ଦୁଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ମହସିନଙ୍କୁ ବୁଦ୍ଧେଶ୍ୱରୀ ଗଣନାଟ୍ୟର ଏକ ନାଟକରେ ନିର୍ଦ୍ଦେଶନା ଦେବାକୁ ଡାକରା ଆସିଲା। ନାଟକଟି ଥିଲା ‘ପିନ୍ଧିଲି ସିନ୍ଦୂର ଭାଙ୍ଗିଲା ଶଙ୍ଖା’। ମହସିନ ପାର୍ଟିର ପ୍ରଯୋଜକଙ୍କୁ ଶୁଭେନ୍ଦୁଙ୍କ ବିଷୟରେ କହିଲେ। ତେବେ ପ୍ରଥମରୁ ଯାତ୍ରାକୁ ଯିବା ପାଇଁ ଅନିଚ୍ଛା ଥିଲା ଶୁଭେନ୍ଦୁଙ୍କର। ମହସିନ ତାଙ୍କୁ ବୁଝେଇଦେଲେ ଯେ, ଯାତ୍ରାର ସ୍ଥିତି କ୍ରମଶଃ ସୁଧୁରୁଛି। ଏଥିରେ ଭବିଷ୍ୟତ ଅଛି। ଶୁଭେନ୍ଦୁ ଯୋଗଦେଲେ ବୁଦ୍ଧେଶ୍ୱରୀ ଗଣନାଟ୍ୟରେ। ସେବେଠୁ ଆଉ ସେ ପଛକୁ ଚାହିଁ ନାହାନ୍ତି। ପରେ ପରେ ରାଜଶ୍ରୀ, ବାଘାଯତୀନ, ଶିବାନୀ, କଳିଙ୍ଗ, ଅପେରା ମା’ ତାରିଣୀ, ନଟରାଜ, ବିଶ୍ୱ ରଙ୍ଗମହଲ, ଇନ୍ଦ୍ରଭୁବନ, ସ୍ବର୍ଣ୍ଣମହଲ ଆଦିରେ ଅଭିନୟ କରି ନିଜ କଳାର ପ୍ରଦର୍ଶନ କରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଫୁଲ ବଉଳବେଣୀ, ଫୁଲ ଆଣିଥିଲି ଫୁଲବାଣୀରୁ, ଫେରିଲେ କହିବି, କାଉ ରାବିଲାନି କା, ମୁଁ ତୋର କ’ଣ ହେବି, କୋଟିଏ ଝିଅରେ ଗୋଟିଏ ତୁ, ଛ’ ଖଣ୍ଡ କାଠରେ ହେବ ସବାରି, ଦୁର୍ଗା, ଜହ୍ନିଫୁଲ ଠୋ ଠା, ମୋ ବୟସ ଷୋହଳ ହେଲେ ତୋ ବୟସ କେତେ ଏବଂ ଆହୁରି ଅନେକ’। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଶୁଭେନ୍ଦୁଙ୍କର ଚଳିତବର୍ଷର ନାଟକ ମଧ୍ୟରେ ରହିଛି ଆକାଶ କଇଁଆ ଚିଲିକା ମାଛ, ତମକଥା ଭାରି ମନେପଡୁଛି, ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ ଏବଂ ବର୍ଷା ରାତିର ସାଥୀ। ମୁଖ୍ୟତଃ ନେଗେଟିଭ୍‌ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଶୁଭେନ୍ଦୁ କହନ୍ତି, ତାଙ୍କ ବାପା ଶିଶିର କୁମାର ସାହୁ, ମା’ କାମିନୀବାଳା ସାହୁ ଏବଂ ଅଭିନେତ୍ରୀ ପତ୍ନୀ ଟିକିନାଙ୍କ ସମେତ ଗ୍ରାମବାସୀଙ୍କ ପ୍ରେରଣା ତାଙ୍କୁ ଏତେବାଟ ଟାଣି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri