ନିଆଁରେ ପୋଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ବନ୍ତ, ୧୫ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ନୂଆପୋଖରୀ ଗ୍ରାମରେ ମଙ୍ଗଳବାର ସକାଳେ ଜଣେ ବିବାହିତା ମହିଳା ନିଆଁରେ ପୋଡିହୋଇ ମୃତ୍ୟୁବରଣ କରିଛନ୍ତି। ପରିବାର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୩୮/୨୦) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ମହିଳାଙ୍କ ସ୍ବାମୀକୁ ଥାନାରେ ଅଟକ ରଖିଛି।
ଉକ୍ତ ଗ୍ରାମର ମାନସ ନାୟକ ୧୨ବର୍ଷ ତଳେ ସୋସୋ ଥାନା ଅଧୀନ ମୌଦା ଗ୍ରାମର ପଦ୍ମିନୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୧୦ ବର୍ଷର ଗୋଟିଏ ପୁଅ ଅଛି। ସକାଳେ ପଦ୍ମିନୀ ଘର ଭିତରେ ନିଜ ଦେହରେ ନିଆଁ ଲଗାଇ ଆମତ୍ହତ୍ୟା କରିଥିବା ପରିବାର ଲୋକେ ପୋଲିସକୁ କହିଛନ୍ତି। ପଦ୍ମିନୀଙ୍କ ମା’ ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରିଥିବା ଆଗରପଡା ଥାାନରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଥମେ ପୋଲିସ ସ୍ବାମୀ ଓ ଶ୍ୱଶୁରଙ୍କୁ ଥାନାକୁ ନେଇଥିଲା। ଅନ୍ତ୍ୟେଷ୍ଟିକ୍ରିୟା ପାଇଁଁ ଶ୍ୱଶୁରଙ୍କୁ ଛାଡି ଦେଇଥିବା ପୋଲିସ କହିଛି। ଦିଅର ଓ ସାନ ଯା ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୧୨୫ ଦିନ ମିଳିବ କାମ: ନୂଆ ଯୋଜନାକୁ ନେଇ ଉତ୍ସାହିତ ଶ୍ରମିକ

ଭଞ୍ଜନଗର,୩।୭(ବାବୁଲା ପ୍ରଧାନ): ଜୁଲାଇ ୧ ତାରିଖରୁ ଭି.ବି-ଜୀ ରାମ ଜୀ ଯୋଜନା ସମଗ୍ର ଦେଶରେ ଲାଗୁ ହୋଇଛି। ପୂର୍ବରୁ ଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ ଗ୍ରାମୀଣ ନିଯୁକ୍ତି…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ସବୁଜ ଭବିଷ୍ୟତ ଗଢ଼ିବା ପାଇଁ ଶପଥ ନେଲେ ଛାତ୍ରୀଛାତ୍ର, ଜଳବାୟୁ ପରିବର୍ତ୍ତନରେ…

ମହାକାଳପଡ଼ା,୩ା ୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେବ ସଜୁବ ବନାନୀ। ଏଥିପାଇଁ ସ୍କୁଲ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

ପୋଡମପେଟା ସମୁଦ୍ର କୂଳ ଲଂଘିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୩।୭(ଅନାଥ ତରାଇ):  ବିଶ୍ୱତାପନ ଓ ବଙ୍ଗୋପସାଗରରେ କ୍ରମାଗତ ଜଳସ୍ତର ବୃଦ୍ଧି ଯୋଗୁଁ ଗଞ୍ଜାମ ଜିଲା ଉପକୂଳରେ ସ୍ଥିତି ଗମ୍ଭୀର ରହିଛି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ…

ଘରୁ ଉଭାନ୍‌ ହୋଇଗଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ: ବାପା କହିଲେ…

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହର ସ୍ଥିତ ଭୈରବନଗର ପଡ଼ାରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଛି।…

ଅଙ୍ଗନଦୀ ସେତୁରୁ ଉଠିଗଲା କଂକ୍ରିଟ: ଦୁର୍ଘଟଣା ଆଶଙ୍କା

ଲୋଇସିଂହା,୩।୭ (ସୁଶାନ୍ତ ବାରିକ):ବଲାଙ୍ଗୀର-ବରଗଡ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ସାଲେଭଟା ଅଙ୍ଗନଦୀ ସେତୁ ମଝି ଅଂଶ ଶୋଚନୀୟ ହୋଇ ପଡିଥିବା ସ୍ଥାନକୁ ଗତ ମଙ୍ଗଳବାର ମରାମତି କରାଯାଇଥିଲା।…

ରାଜ୍ୟ ପାଇଁ ଗୌରବ ଆଣିଲେ ଖୁସିରାମ: ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌ରେ…

ବଲାଙ୍ଗୀର,୩ା୭(ବୀରେନ୍ଦ୍ର କୁମାର ଝାଙ୍କର):ମହାରାଷ୍ଟ୍ରର ନାସିକଠାରେ ଗତ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୧୪ତମ ସିଙ୍ଗା, ମାକାନ, ପ୍ରି-ଟିନ୍‌, ପ୍ରି-ଜୁନିୟର ଓ ଜାତୀୟ ଜୁନିୟର ପେନ୍‌ଚାକ୍‌ ସିଲାଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri