ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା) ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଯୋଗଦେଇଥିଲେ। ନବମ ଶ୍ରେଣୀ ଛାତ୍ରୀ ଅନୁସ୍କା ରାୟ ଏହି ସମ୍ମିଳନୀରେ ୪ ଜଣିଆ ବିଜୟୀ ଟିମ୍‌ରେ ନିଜର କୃତିତ୍ୱ ପ୍ରତିପାଦନ କରିଛନ୍ତି। ଏହି ଅବସରରେ ଫ୍ଲୋରିଡ଼ା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ସ୍କଲାରସିପ ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଥିବାର ଜଣାପଡ଼ିଛି। ଏହି କୃତିତ୍ୱ ପରେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ରାଜ୍ୟ ତଥା ବାଲେଶ୍ୱର ପାଇଁ ଗୌରବର ବିଷୟ ବୋଲି ବିଦ୍ୟାଳୟ ଅଧ୍ୟକ୍ଷା ଡ. ସିଷ୍ଟର କ୍ରିପା କହିଛନ୍ତି।

ଗତ ଏପ୍ରିଲ ୧୩, ୧୪ ଓ ୧୫ରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଛାତ୍ରୀଛାତ୍ରମାନେ ଯୋଗଦେଇ ନାସା ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ଛାତ୍ରୀଛାତ୍ରମାନେ ମହାକାଶଚାରୀ ଡ. ୱିନସଟନ ସ୍କଟ, ଫ୍ଲୋରିଡ଼ା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ନିଦ୍ଦେର୍ର୍ଶକ ଡ. ନାଥାଲିୟନ ମିଲର ଓ ଅନ୍ୟ ବୈଜ୍ଞାନିକଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏହି ସମ୍ମିଳନୀରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଲେ। ଛାତ୍ରୀ ଦୀକ୍ଷା ଗୁପ୍ତା ଉକ୍ତ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ସ୍କୁଲ ଭ୍ୟାନ୍‌, ଧାନକିଆରିରେ ପଡ଼ିବାରୁ…

ଖଇରା,୧୩ା୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍‌...

ଦୁର୍ଘଟଣାରେ ଚାଲିଗଲା ନାବାଳକଙ୍କ ଜୀବନ: ରାସ୍ତା ଅବରୋଧ, ଉତ୍ତେଜନା

ସୋର,୧୧।୩: ବାଲେଶ୍ୱର ଜିଲା ଔପଦା ଥାନା ବଡ଼ପୋଖରୀ ବଜାର ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ସ୍କୁଟି-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳର ଜଣେ ନାବାଳକଙ୍କ...

ହଷ୍ଟେଲରେ ଝୁଲୁଛି ଲାବ ଟେକ୍ନିସିଆନଙ୍କ ମୃତଦେହ

ବାଲେଶ୍ୱର,୨।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦସ୍ଥିତ ଏକ ଘରୋଇ ହଷ୍ଟେଲରେ ରହୁଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତ ଯୁବକ...

ଟ୍ରକ୍‌କୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍‌: ଡ୍ରାଇଭର, ହେଲ୍‌ପର ମୃତ, ୯ ଗୁରୁତର

ଜଳେଶ୍ୱର,୨୯।୧୦ ( ନବିନ ସାହୁ): ଓଡ଼ିଶାରୁ କଲିକତା ଫେରୁଥିବା ଘରେଇ ଯାତ୍ରୀବାହୀ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ...

ସମ୍ଭାବ୍ୟ ବାତ୍ୟା ପାଇଁ ଛୁଟି ବାତିଲ

ବାଲେଶ୍ୱର,୨୫।୧୦(ବାଞ୍ଛାନିଧି ଦେ): ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ବରରେ ଛୁଟି ବାତିଲ କରାଯାଇଛି। ଜିଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ପରିସ୍ଥିତି ନିଯନ୍ତ୍ରଣାଧୀନ ହେବା...

ରକ୍ତମୁଖା ହୋଇଗଲେ ସାନ ଭାଇ, ଜମିବାଡ଼ି ପାଇଁ ନେଇଗଲେ ବଡ଼ ଭାଇଙ୍କ ଜୀବନ

ଜଳେଶ୍ୱର,୨୩।୧୦(ନବୀନ ସାହୁ): ବାଲେଶର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ...

ଚୌଦ୍ୱାର ପରେ ଓଡ଼ିଶାର ଆଉ ଏକ ଜେଲରୁ ବିଚାରାଧୀନ କଏଦୀ ଫେରାର

ସୋର,୨୨।୧୦: ଓଡ଼ିଶାରେ ପୁଣି ଏକ ଜେଲ୍‌ରୁ କଏଦୀ ଫେରାର ହେବା ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ସୋର ଉପ-ଜେଲ୍‌ରୁ ଜଣେ ବିଚାରାଧୀନ କଏଦୀ ଫେରାର୍...

ବେଆଇନ ଚାଲୁଥିଲା ଫିଜିଓଥେରାପି ସେଣ୍ଟର, ବନ୍ଦ କଲେ ଜିଲା ମଙ୍ଗଳ ଅଧିକାରୀ

ଭୋଗରାଇ,୧୮ା୧୦(ପ୍ରଦୀପ ଦାସ): ଦିବ୍ୟାଙ୍ଗ ପାଇଁ ସକ୍ଷମ ଫିଜିଓଥେରାପି ସେଣ୍ଟର ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଥିଲା ଏକ ପଞ୍ଚାୟତରେ। ହେଲେ ସେଠାରେ ଉକ୍ତ ସେଣ୍ଟର...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri