ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନାଲ୍‌କୋ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲେ ବି ଆହୁରି ଅନେକ କ୍ଷତିଗ୍ରସ୍ତଙ୍କୁ ଚାକିରି ତ ଦୂରର କଥା ଠିକାରେ କାମଟିଏ ଦିଆଯାଉ ନାହିଁ। ଏପରି କି କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କ ପ୍ରତି ନାଲ୍‌କୋର ଶିକ୍ଷାନୁଷ୍ଠାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି।
ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପାରିପାର୍ଶ୍ୱିକ ଗ୍ରାମରେ ଦୀର୍ଘବର୍ଷ ହେଲା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ରାସ୍ତା ସମସ୍ୟା ଲାଗି ରହିଛି। ସେହିପରି ଅନେକ ସମୟରେ କାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ଗ୍ୟାସ୍‌, ଆଶ୍‌ପଣ୍ଡର ପାଉଁଶ ଗୁଣ୍ଡ ଓ ବିଶାକ୍ତ ତୈଳ ପାଣି ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେଉଛି। ପ୍ରଦୂଷଣ ମଧ୍ୟ ବଢ଼ି ଚାଲିଛି। ଧୂଳି ଓ ଧୂଅଁାରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଲେଣି। କ୍ଷତିଗ୍ରସ୍ତଙ୍କ ଏସବୁ ସମସ୍ୟାର ସମାଧାନ ଦିଗରେ ଠିକଣା ପଦକ୍ଷେପ ନେବା ପରିବର୍ତ୍ତେ ସେମାନଙ୍କ ପ୍ରତି ଆହୁରି ଅବହେଳା କରାଯାଉଥିବା କ୍ଷତିଗ୍ରସ୍ତ ଏଲ୍‌ଏପି ପ୍ରଜା ମହାସଂଘ ସଭାପତି ଅଖିଳ କୁମାର ପଣ୍ଡା, ବରିଷ୍ଠ ଶ୍ରମିକ ନେତା ମୀନକେତନ ଅମାନ୍ତ, କ୍ଷତିଗ୍ରସ୍ତ ପ୍ରଜା ସଂଘର ପୂର୍ବତନ ସଭାପତି ଶ୍ରୀକାନ୍ତ ଗଡ଼ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ନାଲ୍‌କୋ ସ୍କୁଲରେ କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କ ନାମ ଲେଖାରେ ପାତରଅନ୍ତର କରାଯାଉଛି। ନାଲ୍‌କୋ ଡିପିଏସ୍‌ କିମ୍ବା ସରସ୍ବତୀ ବିଦ୍ୟାମନ୍ଦିରରେ ପିଲାଙ୍କୁ ପଢ଼ାଇବାକୁ କ୍ଷତିଗ୍ରସ୍ତମାନଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ନାଲ୍‌କୋ କର୍ମଚାରୀଙ୍କ ପିଲାଙ୍କ ପାଇଁ ସ୍ବତନ୍ତ୍ର ସିଟ୍‌ ରଖାଯାଉଥିବା ବେଳେ କ୍ଷତିଗ୍ରସ୍ତଙ୍କ ପିଲାମାନଙ୍କୁ ସେହି ସୁବିଧା ମିଳିପାରୁ ନାହିଁ। ଫି ବାବଦରେ କର୍ମଚାରୀଙ୍କ ପିଲାଙ୍କ ଠାରୁ ଅଳ୍ପ ଟଙ୍କା ନିଆଯାଉଥିବା ବେଳେ କ୍ଷତିଗ୍ରସ୍ତ ପିଲାଙ୍କ ଠାରୁ ତିନିଗୁଣା ଅଧିକ ଅର୍ଥ ନିଆଯାଉଛି। କେତେଜଣ ଦଲାଲଙ୍କ ଦ୍ୱାରା ବାହାର ଅଞ୍ଚଳର ପିଲାମାନଙ୍କୁ ଅଣାଯାଇ ନାମ ଲେଖାଯାଉଥିବା ସ୍କୁଲର କିଛି କର୍ମଚାରୀ ସୂଚନା ଦେଇଛନ୍ତି। ଏହା ବିରୋଧରେ ଆଗାମୀ ଦିନରେ ସ୍ବର ଉତ୍ତୋଳନ କରାଯିବ ବୋଲି ସମ୍ପୃକ୍ତ କ୍ଷତିଗ୍ରସ୍ତମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନଭାରମେଣ୍ଟ ଆୱାର୍ଡ

ଗଞ୍ଜାମ,୨୬।୮(ଡି.ଏନ୍‌.ଏ ) ଗଞ୍ଜାମ ଜିଲା ସ୍ଥିତ ଗ୍ରାସୀମ କମ୍ପାନୀକୁ ମିଳିଲା ଗ୍ଲୋବାଲ ଏନଭାରମେଣ୍ଟ ୨୦୨୨ ଆୱାର୍ଡ l ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଏନ୍‌ଏରଜି ଓ ଏନଭାରମେଣ୍ଟ...

ବିଜେଡି ନେତାଙ୍କ ପାଇଁ ଭିନ୍ନ ଆଇନ: ଭାଜପା

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟାପିକା ବୋହୂ ପ୍ରାୟ ୨ବର୍ଷ କାଳ କଲେଜ ନ ଆସି ଦରମା ନେଇଛନ୍ତି। ସାଧାରଣ ଲୋକଙ୍କ...

ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ

କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ...

ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ଟ୍ରକ୍‌

ଗୋପ, ୨୮ା୧୨(ଡିି.ଏନ୍‌.ଏ):ଗୋପ-ବାଲିଘାଇ ରାସ୍ତାର ମଦରଙ୍ଗ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ...

ଭୀମକୁଣ୍ଡରେ ୬୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପାଟଣା/ଠାକୁରମୁଣ୍ଡା,୨୧ା୧(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡୁମୁରିଆ ପଞ୍ଚାୟତ ବାଲିଯୋଡ଼ି ମୌଜାସ୍ଥିତ ପ୍ରାଚୀନ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡଠାରେ ସାନ୍ତାଳୀ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି...

ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲ ମାନ୍ୟତା ଦାବି

ଛତ୍ରପୁର,୧୧।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ହୋଇଥିଲେ ମଧ୍ୟ ବ୍ରହ୍ମପୁରଠାରେ ଜିଲା ହେଡକ୍ୱାର୍ଟର ହସ୍ପିଟାଲ ରହିଛି। ଛତ୍ରପୁରରେ ଉପଖଣ୍ଡ ହସ୍ପିଟାଲ ରହିଛି। ଏହାକୁ ଜିଲା ହେଡକ୍ୱାର୍ଟର...

ସହର ଜନସମୁଦ୍ର

ଢେଙ୍କାନାଳ ଅଫିସ, ୭।୧: ହକି ବିଶ୍ୱକପ୍‌କୁ ମଝିରେ ଦିନ କେଇଟା ବାକି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟକୁ ସ୍ମରଣୀୟ କରିବା ଲାଗି ରାଜ୍ୟ ପରିକ୍ରମାରେ ବାହାରିଥିବାବେଳେ ଟ୍ରଫିକୁ...

ବୁଲା ଜୀବଜନ୍ତୁଙ୍କୁ ମିଳୁନି ଖାଦ୍ୟ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀର ଶିକାର ହୋଇଛି। ଏଭଳିସ୍ଥିତିରେ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ...

Advertisement
Archives

Model This Week