ନାରୀଙ୍କ ଉଦାହରଣ ସାଜିଛନ୍ତି ସୁମିତ୍ରା

ବ୍ରହ୍ମପୁର ଅଫିସ,୨୧ା୧-ରେଶମନଗରୀ ମହିଳାମାନେ ସର୍ବଦା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି ା ଅନ୍ୟ ଉପରେ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହୋଇ ପରିବାର ସମ୍ଭାଳୁଛନ୍ତି ସୁମିତ୍ରା ପାତ୍ର। ବ୍ରହ୍ମପୁର ଗେଟବଜାରସ୍ଥିତ ବିଲସାହିର ସୁମିତ୍ରା ଅନ୍ୟ ନାରୀଙ୍କ ପାଇଁ ଉଦାହରଣ ପାଲଟିିଛନ୍ତି। ୧୫ ବର୍ଷ ପୂର୍ବେ ଶ୍ରୀରାମନଗର ସାହିର ସୁମିତ୍ରାଙ୍କ ବିବାହ ଗେଟବଜାର ବିଲସାହିର ରବୀନ୍ଦ୍ର ପାତ୍ରଙ୍କ ସହ ହୋଇଥିଲା ା ୮ ବର୍ଷର ଦାମ୍ପତ୍ୟ ଜୀବନ ପରେ ହଠାତ୍‌ ଦିନେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା ା ମସ୍ତିଷ୍କ ରୋଗରେ ସ୍ବାମୀ ରବୀନ୍ଦ୍ର ଆରପାରିକୁ ଚାଲିଗଲେ ା ଆର୍ଥିକ ଅନଟନରେ ଗତି କରି ଆସୁଥିବା ସୁମିତ୍ରାଙ୍କ ପରିବାରରେ ଥିବା ୮ବର୍ଷର ପୁଅ ସହ ବର୍ଷକର ଛୋଟ ଝିଅ। ସେମାନଙ୍କ ତୁଣ୍ଡରେ ଦୁଇଓଳି ଦୁଇମୁଠା ଅନ୍ନ ଯୋଗାଡ଼ରେ ବାହାରକୁ ପାଦ କାଢ଼ିବାକୁ ସୁମିତ୍ରା ସ୍ଥିର କଲେ ା କିନ୍ତୁ ତାଙ୍କ ପିଉସା ଶ୍ୱଶୁର ତାଙ୍କୁ ଘରେ କାକରା ତିଆରି କରି ଦୋକାନକୁ ଦେବାକୁ କହିଥିଲେ ା ସୁମିତ୍ରା ସେତେବେଳେ କାମ ଜାଣି ନ ଥିଲେ ା ଏହି କାମରେ ମା’ ଓ ତାଙ୍କ ଶାଶୁଙ୍କ ଅବଦାନ ରହିଛି ବୋଲି ସେ ପ୍ରକାଶ କରିଛନ୍ତି ା ପ୍ରଥମେ ପ୍ରଥମେ ୧୦୦ କାକରା କରି ‘କାମା ମିଠା’ ଦୋକାନରେ ବିକ୍ରି କରୁଥିଲେ ା ଧୀରେ ଧୀରେ ତାଙ୍କ ବ୍ୟବସାୟ ବଢ଼ିବାରେ ଲାଗିଲା ା ବର୍ତ୍ତମାନ ଦିନକୁ ୫ଶହରୁ ଊର୍ଦ୍ଧ୍ୱ କାକରା, ୧୫୦ରୁ ଊର୍ଦ୍ଧ୍ୱ ସିଙ୍ଗଡ଼ା ଓ ୧୦୦ ଚନ୍ଦ୍ରକାନ୍ତି କାମା ମିଠା ଦୋକାନ, ଦୁର୍ଗାଦେବୀ ମିଠା ଦୋକାନ, ବିଭିନ୍ନ ଚା ଦୋକାନକୁ ପ୍ରତିଦିନ ବିକ୍ରି ପାଇଁ ଯାଉଛି। ସୁମିତ୍ରାଙ୍କ ହାତ ତିଆରି କାକରା ଗ୍ରାହକଙ୍କ ମନ କିଣି ନେଇଥାଏ ା
ପୁଅ ଆରିଆନ୍‌ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ଝିଅ ଅନ୍ବେଷା ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି ା ସେମାନଙ୍କ ପଢ଼ା ଖର୍ଚ୍ଚ, ପୋଷାକପତ୍ର ସହ ଯାବତୀୟ ଖର୍ଚ୍ଚ ସୁମିତ୍ରା ବହନ କରୁଛନ୍ତି ା ଦୁହିଁଙ୍କ ଭବିଷ୍ୟତ ନେଇ ସେ ଆଶାବାଦୀ ଅଛନ୍ତି ା ବାପାଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେଇନାହାନ୍ତି ପିଲାମାନଙ୍କୁ ା ସେ ରୋଜଗାରକ୍ଷମ ହେବା ସହ ୩ ଜଣଙ୍କୁ ମଧ୍ୟ କାମ ଯୋଗାଇ ଦେଇଛନ୍ତି ା ସକାଳୁ ଘର କାମ, ପିଲାଙ୍କ ପଢ଼ା ଦେଖିବା ପରେ କାକରା ତିଆରି କରି ନିଜେ ବିଭିନ୍ନ ଦୋକାନରେ ଦେଇଆସନ୍ତି ା ନାରୀ ଅବଳା ଦୁର୍ବଳା ନୁହେଁ, ସେ ପ୍ରମାଣ କରି ଦେଖାଇ ପାରିଛନ୍ତି ା ସ୍ବାମୀଙ୍କ ବିନା ପରିବାରର ବୋଝ ସମ୍ଭାଳିବା କେତେ କଷ୍ଟ ତଥାପି ସେ ହାର ମାନି ନାହାନ୍ତି। ବର୍ଷା ହେଉ କି ଖରା, ସେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି ା
ଅନ୍ୟ ନାରୀଙ୍କୁ ମଧ୍ୟ ନିଜ ଗୋଡ଼ରେ ଠିଆ ହେବା ପାଇଁ ସନ୍ଦେଶ ଦେଇଛନ୍ତି ା
ସ୍ବାବଲମ୍ବୀ ହେବା ପଛର ସବୁ ଶ୍ରେୟ ନିଜ ଶାଶୁ ମା’ଙ୍କୁ ଦେଇଛନ୍ତି ସୁମିତ୍ରା ା


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri