ନାମ ଲେଖା ନେଇ ବଢ଼ୁଛି ଚିନ୍ତା

ଅନୁଗୋଳ ଅଫିସ, ୧୦।୬ – ଜୁନ୍‌ ୮ରୁ ଜୁଲାଇ ୧୫ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ନାମ ଲେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ପରେ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି। ହେଲେ ଅଡ଼ୁଆ କରୁଛି ସ୍କୁଲଗୁଡ଼ିକରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର। ଜିଲାର ସଙ୍ଗରୋଧ କେନ୍ଦ୍ରଗୁଡ଼ିକରୁ ନୂଆ ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଏପରି ସ୍ଥିତିରେ ସ୍କୁଲରେ ପିଲାଙ୍କ ନାମ ଲେଖା କିପରି ହେବ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ବିକଳ୍ପ ବ୍ୟବସ୍ଥା ଖୋଜାଯାଉଥିବା ସୂଚନା ମିଳିଛି।
ଅନୁଗୋଳ ଜିଲାରେ ମୋଟ୍‌ ୧୬୬୬ଟି ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୪୧୮ଟି ପ୍ରାଥମିକ ଓ ୨୪୮ଟି ହେଉଛି ହାଇସ୍କୁଲ। ଉକ୍ତ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୩୦୫ଟିରେ କ୍ବାରାଣ୍ଟାଇନ୍‌ ସେଣ୍ଟର କରାଯାଇଛି। ଅନ୍ୟସବୁ ଫାଙ୍କା ଥିଲେ ମଧ୍ୟ କେତୋଟି ସ୍କୁଲର ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ମାଟ୍ରିକ ଖାତା ଦେଖାରେ ନିୟୋଜିତ ରହିଛନ୍ତି ବୋଲି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ନାମଲେଖା ସମ୍ପର୍କରେ ପ୍ରତି ବିଦ୍ୟାଳୟକୁ ଅବଗତ କରାଯିବା ସହ ସମୟ ସୀମା ମଧ୍ୟରେ କିପରି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ତାହାକୁ ନେଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଚାର ବିମର୍ଶ ଜାରି ରହିଛି। ଅନ୍ୟପକ୍ଷରେ କ୍ବାରାଣ୍ଟାଇନ୍‌ ସେଣ୍ଟର ହୋଇଥିବା ସ୍କୁଲ ମଧ୍ୟକୁ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ସରପଞ୍ଚମାନେ ଛାଡ଼ୁନାହାନ୍ତି। ଅନ୍ୟକେତେକ ସ୍ଥାନରେ କରୋନା ଭୟରେ ବିଦ୍ୟାଳୟକୁ କେହି ଆସୁନାହାନ୍ତି। ନାମଲେଖାରେ ଟିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାହା ମଧ୍ୟ ବହୁ ଛାତ୍ରୀଛାତ୍ରଙ୍କୁ ମିଳୁନାହିଁ। ଅନେକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଫଳରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଜିଲାରେ ପ୍ରାୟ ଦେଢ଼ଲକ୍ଷ ପିଲାଙ୍କ ନାମଲେଖା କିପରି କରାଯିବ ତାହାକୁ ନେଇ ଏବେ ଶିକ୍ଷା ବିଭାଗ ଅଡ଼ୁଆରେ ପଡ଼ିଛି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନାନା ସମସ୍ୟା ଥିଲେ ମଧ୍ୟ କିଛି ସ୍ଥାୟୀ ପ୍ରତିକାର କରାଯିବ। ବର୍ତ୍ତମାନ ସୁଦ୍ଧା ୧ ପ୍ରତିଶତ ଛାତ୍ରୀଛାତ୍ରଙ୍କ ନାମ ଲେଖାଯାଇ ସାରିଛି। କ୍ବାରାଣ୍ଟାଇନ୍‌ ସେଣ୍ଟର ହୋଇଥିବା ବିଦ୍ୟାଳୟ ଗୁଡ଼ିକରୁ କିପରି ଟିସି ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯିବ ତାହାର ବ୍ୟବସ୍ଥା କରାଯାଉଛି। ସରକାର ଦେଇଥିବା ସମୟ ସୀମା ମଧ୍ୟରେ ନାମଲେଖା କାର୍ଯ୍ୟ ଶେଷ କରିବାକୁ ପ୍ରଚେଷ୍ଟା ଜାରି ରହିଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଢାଖୋଲରେ ଗୋଟିଏ ପରିବାରର ୧୦ ଜଣଙ୍କୁ ସଙ୍ଗରୋଧରେ ରଖିଲା ପ୍ରଶାସନ

ରେଢାଖୋଲ, ୪।୪(ଡି.ଏନ.ଏ.)ସମ୍ବଲପୁର ଜିଲା ପ୍ରଶାସନ ରେଢାଖୋଲ ସହର ଖନ୍ଦାଢିପ ସାହି (ୱାର୍ଡ ନଂ ୭)ର ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କୁ ସଂଗରୋଧରେ ରଖିଛି। ଏହି...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଜିଲା ଓକିଲ ସଂଘର ବିକ୍ଷୋଭ

ବରଗଡ ଅଫିସ,୨୩।୯: ପଶ୍ଚିମ ଓ ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର ଜିଲା ଓକିଲ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ କାର୍ଯ୍ୟବନ୍ଦ ଆନ୍ଦୋଳନକୁ...

କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ କାର୍ଯ୍ୟ ପ୍ରତିବାଦ: କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦୁଝର,୨।୮(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶୁକ୍ରବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବହୁ ସଂଖ୍ୟାରେ...

ବରୀ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନମୁଣ୍ଡ ପୂରାଇବ ନାହିଁ ବିଜେଡି: ବିଧାୟିକା

ବରୀ,୯।୮(ସ୍ବ.ପ୍ର): ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୨୧ତାରିଖରେ ଉପନିର୍ବାଚନ ହେବାକୁ ଯାଉଥିବା କୁହାଯାଉଛି। ଏ ନେଇ ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ...

ଘରେ ଘରେ ମାସ୍କ ବଣ୍ଟନ

ବନ୍ତ,୩୦।୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଯେନାସାହିରେ ସ୍ବେଚ୍ଛାସେବୀ ସଂସ୍ଥା ସିଏଫଡବ୍ଲ୍ୟୁଏସ୍‌ଡି ପକ୍ଷରୁ ଘରେ ଘରେ ମାସ୍କ ବଣ୍ଟନ କରାଯାଇଛି। ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ...

ପକ୍କାଘର ଦେବାକୁ କହି ନେଇଗଲେ ସୁନାଚେନ୍‌, ଟଙ୍କା

ନୟାଗଡ଼ ଅଫିସ,୨୬ା୬- ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଅଜବ ଢଙ୍ଗର ଠକେଇ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ପକ୍କା ଘର କରାଇଦେବାକୁ କହି...

୧୫୦ ବର୍ଷରେ ରାହାସ ମେଳା, ଜମୁଛି ଭିଡ

ପଦ୍ମପୁର, ୧୩ା୧୧(ଡି.ଏନ୍‌.ଏ.)- ଭଦ୍ରକ ସଦର ବ୍ଲକଠାରୁ ପ୍ରାୟ ୧୬ କି.ମି.ଦୂର ସାହାଡ଼ାଠାରେ ରହିଛି ଦୀର୍ଘ ୩୦୦ ବର୍ଷର ଲାଲାଜୀ ଗୌଡୀୟ ମଠ। ଶ୍ରୀ ଚୈତନ୍ୟଙ୍କର ଶାସ୍ତ୍ରୀୟ...

ବିଦ୍ୟୁତ୍‌ ଆଘାତରେ ଛାତ୍ରୀଙ୍କ ମୃତ୍ୟୁ

ମୁନିଗୁଡା, ୧୧ା୭(ଡ଼ି.ଏନ.ଏ)- ରାୟଗଡା ଜିଲା କୁମୁଡାବାଲି  ବ୍ଲକ  ମୁନିଗୁଡା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବୁଧବାର ରାତିରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରୀଙ୍କ...

Play 250+ Trending Games
Archives

Model This Week

Why Dharitri