ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧ ଜିଲା ବାଘମାରୀ ଥାନା ଅନ୍ତର୍ଗତ କୋଟପିଲା ଗ୍ରାମ ଛକରେ ଥିବା ନାମଫଳକକୁ କେନ୍ଦ୍ରକରି ଗୁରୁବାର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ କୋଟପିଲା ଗ୍ରାମର ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଅରୁପ କୁମାର ଭୋଇ(୩୩), ଦିଲୀପ କୁମାର ରଥ(୩୫), ହରିହର ତ୍ରିପାଠୀ(୨୦) ଏବଂ ସୁବାସ ଲେଙ୍କା(୨୪)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଚିକିତ୍ସାଳୟରେ ତ୍ତର୍ତ୍ତି କରିଛି।
ପ୍ରକାଶ ଯେ, କୋଟିପିଲା ଗ୍ରାମ ଛକରେ ପୁର୍ତ୍ତ ବିଭାଗ ପକ୍ଷରୁ ନାମଫଳକ ଲଗାଯାଇଛି। ଏହି ନାମଫଳକକୁ ନେଇ ଓସ୍ତପୁର ଗ୍ରାମର କେତେଜଣ ଯୁବକ ବିରୋଧ କରିଥିଲେ। ଏହି ସୂଚନା ଫଳକରୁ କୋଟପିଲା ଗ୍ରାମ ନାମ ହଟାଇ ଓସ୍ତପୁର ଗ୍ରାମକୁ ରାସ୍ତା ବୋଲି ଲେଖିବାକୁ ନେଇ କିଛି ଦିନ ତଳେ ଦୁଇ ଗ୍ରାମ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ବୁଧବାର ପୂର୍ବାହ୍ନ ଗ୍ରାମ ଛକରେ କୋଟପିଲା ଗ୍ରାମର ଏକ ଯୁବ ଗୋଷ୍ଠୀ ଚାହା ଦୋକାନରେ ବସି ଖଟି କରୁଥିବା ବେଳେ ହଠାତ୍ ଓସ୍ତପୁର ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ କୋଟପିଲା ଗ୍ରାମରେ ପୋଲିସ ମୁତୟନ ରହିଛି। ଆହତମାନଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ଓଏସଏସ୍ସି ପ୍ରଶ୍ନପ୍ରତ୍ର ଡିଲ୍ ମାମଲା: ଓଏସଏସ୍ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ
ବାଲେଶ୍ୱର,୨୯।୭(ମାନସ ବିଶ୍ୱାଳ) ଓଏସଏସ୍ସି ପ୍ରଶ୍ନପ୍ରତ୍ର ଡିଲ୍ ମାମଲାରେ ବାଲେଶ୍ବର ପୋଲିସ ରିପୋର୍ଟ ପରେ ଓଏସଏସ୍ସିି ଆଉ ପାଦେ ଆଗେଇଛି । ସୂଚନା ଅନୁସାରେ, ୫୫ ପରୀକ୍ଷାର୍ଥୀଙ୍କୁ...

ସମ୍ପୃକ୍ତ ଖଣିକୁ କାରଣ ଦର୍ଶାଅ ନୋଟିସ
ଯୋଡ଼ା,୫ା୧୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଓ ଏମ୍ଡିସି ଖଣିରୁ ଓଜନଠାରୁ ଅଧିକ ଲୁହାପଥର ପରିବହନ ହେଉଥିବା ୧୨ଟି ଟ୍ରକ୍ ଅଟକ ଘଟଣାରେ...

ଶିଳରେ ଛେଚି ଚାଷୀଙ୍କୁ ହତ୍ୟାକଲେ ଦୁର୍ବୃତ୍ତ
ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଜଣେ ଚାଷୀଙ୍କୁ କେହି ଦୁର୍ବୃତ୍ତ ଶିଳରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତକ ଜଣକ...

ପୁଣି ୧୫୦ କଇଁଛ ଜବତ
ମାଲକାନଗିରି/ଏମ୍ଭି-୭୯, ୨୬ା୮(ସ୍ବ.ପ୍ର./ଡି.ଏନ.ଏ.): କାଲିମେଳା ବନ ବିଭାଗ ପକ୍ଷରୁ ଗତ ଦୁଇ ଦିନ ତଳେ ୩୫୦ କଇଁଛ ଚୋରାଚାଲାଣ ବେଳେ ଜବତ କରାଯାଇଥିବା ବେଳେ ଗୁରୁବାର ଏମଭି-୭୯ ବନ...

ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଦାଖଲ କଲେ ନାମାଙ୍କନପତ୍ର
ନବରଙ୍ଗପୁର,୨୧।୧(ବି.ପ୍ର.): ବିଦେଶ ଫେରନ୍ତା ସଫ୍ଟୱେର ଇଞ୍ଜିନିୟର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ହେଲେ ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା।...

କଟକରୁ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମାଲଗୋଦାମ ଅଞ୍ଚଳରୁ ଅଛନ୍ତି ସର୍ବାଧିକ, ଜାଣନ୍ତୁ…
କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

ଫାଣ୍ଡି ଭିତରେ ଗୁଳିକରି ଆତ୍ମହତ୍ୟା କଲେ ଯବାନ
ମାଲକାନଗିରି/କାଲିମେଳା,୪ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ପଟେରୁଠାରେ ନିୟୋଜିତ ଥିବା ଜଣେ ଓଏସ୍ଏପି ଯବାନ ଶନିବାର ଫାଣ୍ଡି ଭିତରେ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ...

ଭୁବନେଶ୍ୱରରୁ ଅଟୋରିକ୍ସାରେ କୋରାପୁଟ
ରାୟଗଡା ଅଫିସ,୧ା୪: ସାହାଯ୍ୟ କରିବା ପାଇଁ ଜଣେ ମହିଳା ସାହାସକିତା ଦେଖାଇଛନ୍ତି। ଭୁବନେଶ୍ୱରରୁ ସେ ଅଟୋ ଚଳାଇ କୋରାପୁଟ ଆସି ଏକ ଅସହାୟ ପରିବାରକୁ ଭେଟିଛନ୍ତି।...