ନାବାଳିକା ବଳାତ୍କାର, ମହିଳା ନିର୍ଯାତିତାକୁ ନେଇ ସରକାରଙ୍କୁ ଟାର୍ଗେଟ୍‌: ଭାଜପା ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ମହିଳା ବିରୋଧୀ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉନାହିଁ। ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ମହିଳାଙ୍କୁ ସହ ନିର୍ଯାତନା ଦେଇ ଚାଲିଛନ୍ତି। ପ୍ରତିଦିନ ନାବାଳିକା ଓ ମହିଳାଙ୍କ ସହ ବଳାତ୍କାର ଓ ନିର୍ଯାତନା ହେବା ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଉଛି। ରାଜ୍ୟରେ ମହିଳାମାନେ ଏବେ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ଆଇନ କାନୁନ ଏକ ପ୍ରକାର ଫେଲ ମାରିଛି। କଠୋର ଆଇନର ଅଭାବ ଏବଂ ଶାସକ ଦଳ ନେତାଙ୍କ ପୃଷ୍ଠପୋଷକତାରେ ଅପରାଧୀମାନେ ନିର୍ଭୀକ ଭାବେ ଅପରାଧ ଘଟାଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ଖୋଦ୍‌ ଗୃହ ବିଭାଗର ମୁଖ୍ୟ ଥାଇ ବି ପୀଡିତା ନାବାଳିକା ଓ ମହିଳା ତଥା ତାଙ୍କ ପରିବାରଙ୍କୁ ନ୍ୟାୟ ଦେଇ ପାରୁନାହାନ୍ତି। ଦୀର୍ଘ ୨୦ ବର୍ଷ ବିଜେଡି ଶାସନରେ ନାବାଳିକା ଓ ମହିଳା ଅଧିକ ନିର୍ଯାତିତା ହୋଇଛନ୍ତି। ଏହାର ପ୍ରତିବାଦରେ ବୁଧବାର ରାଜ୍ୟ ଭାଜପା ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକାଠି ହୋଇ ମାଷ୍ଟରକ୍ୟାଣ୍ଟିନଠାରେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ୨୦୧୯ରେ ପ୍ରଥମ ୫ ମାସରେ ୯୩୭ ବଳାତ୍କାର ମାମଲା ରୁଜୁ ହୋଇଛି ବୋଲି ଶାସକ ଦଳ ପକ୍ଷରୁ ବିଧାନସଭା ପ୍ରଶ୍ନର ଉତ୍ତରରେ ରଖାଯାଇଛି। ବିଶେଷକରି ରାଜ୍ୟରେ ନାବାଳିକାଙ୍କ ସହ ବଳାତ୍କାର ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଚିନ୍ତା ନ କରି ବିଧାନସଭା ଗୃହରେ ଓଲଟା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ସେହିପରି ଚଳିତବର୍ଷ ପ୍ରଥମ ୩ ମାସରେ ୬୦୨ ଶିଶୁ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ୫୦୨ ଜଣ ହେଉଛନ୍ତି ନାବାଳିକା। ଏବେ ସୁଦ୍ଧା ୪୨୩ ଜଣ ନାବାଳିକାଙ୍କ ସନ୍ଧାନ ମିଳିନାହିଁ। ମା’ଙ୍କୁ ସମ୍ମାନର ନାରା ଦେଉଥିବା ସରକାର ଆଜି ସେମାନଙ୍କୁ ସୁରକ୍ଷା ଦେଇପାରୁନାହିଁ। କ୍ଷମତା ଲୋଭରେ ମୁଖ୍ୟମନ୍ତ୍ରୀ କେବଳ ଗାଦି ମାଡି ବସିଛନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ରଶ୍ମିରେଖା ଦାସ, ସୋନାଲି ସାହୁ, ଇରାନୀ ରାୟ, ମାନସୀ ମଞ୍ଜରୀ ରାୟଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଲାଣି ନେଲେ ମା’

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ। ଆତସବାଜି, ଢୋଲ, ମର୍ଦ୍ଦଳ, ଘଣ୍ଟ, ଘଣ୍ଟି ସହ ନାଚ ଗୀତର ରୋଶଣିରେ...

ମମତାଙ୍କୁ ଛେନାପୋଡ,ରୂପା ତାରକସି କାରୁକାର୍ଯ୍ୟର ଉପହାର ଦେଲେ ନବୀନ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବେବିରାଣୀ ହେଲେ ଶ୍ରେଷ୍ଠ ଓଡ଼ିଆଣୀ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥା, ପରମ୍ପରା ଓ ଚଳଣିର ପୁନଃ ଅଭ୍ୟାସ ଜରିଆରେ ଓଡ଼ିଆ ସ୍ବାଭିମାନ, ଅସ୍ମିତାକୁ ଅନୁଭବ କରିବା ପାଇଁ ଏକ ଅନନ୍ୟ ଆନ୍ଦୋଳନ ହେଉଛି ‘ଶ୍ରେଷ୍ଠ...

ଆଜି ରାଜ୍ୟରେ ୧୩୮୯ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ସୋମବାର ୩୦ ଜିଲାରୁ ୧୩୮୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩, ୨୧୪ରେ ପହଞ୍ଚିଥିବା ରାଜ୍ୟ...

‘ଦେଶର ଗର୍ବ ମ୍ୟୁଜିୟମ ଅଫ୍‌ ଜଷ୍ଟିସ’

କଟକ ଅଫିସ,୨୬।୨: କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି...

ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ବିଏମ୍‌ସି ପକ୍ଷରୁ ଜାରି...

ବେଆଇନ ଗୋରୁ ଚାଲାଣ: ୮ପିକ୍‌ଅପ୍‌ ଭ୍ୟାନ ଜବତ, ୧୧ ଗିରଫ

ରେମୁଣା,୨୩।୭(ଡି.ଏନ୍‌.ଏ): ବାଲେଶ୍ୱର ଖନ୍ତପଡ଼ା ପୋଲିସକୁ ବଡ଼ ସଫଳତା। ବେଆଇନ ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନାଯୋଗ୍ୟ, ରେମାଣା ବ୍ଲକ୍‌ ଖନ୍ତପଡ଼ା ଥାନା ଅଧୀନ...

ସୈନିକ ସ୍କୁଲରେ ହେବ ୧୦୦ ବେଡ୍‌ ଛାତ୍ରୀ ନିବାସ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଛି। ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ। ସ୍କୁଲ...

Advertisement
Archives

Model This Week