Posted inଜାତୀୟ

ନାବାଳିକାଙ୍କୁ ବଳାତ୍କାର, ହତ୍ୟା

ଭୋପାଳ,୧୦ା୬(ପି.ଟି./ ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଆଲିଗଡ଼ ଓ ହମିରପୁର ପରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା। ଭୋପାଳର କମଳାନଗରରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଛି। ୮ ବର୍ଷୀୟା ଝିଅଙ୍କ ମୃତଦେହ ରବିବାର ଏକ ନାଳରୁ ଉଦ୍ଧାର କରାଯିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ମାମଲାରେ ୬ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
କମଳାନଗର ଥାନା ମଣ୍ଡଓ୍ବା ବସ୍ତିର ଜଣେ ନାବାଳିକା ଶନିବାର ରାତି ପ୍ରାୟ ୮ଟାରେ କିଛି ସାମଗ୍ରୀ କିଣିବା ପାଇଁ ଘରୁ ବାହାରିଥିଲେ। ସେ ନ ଫେରିବାରୁ ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ତାଙ୍କର ପତ୍ତା ନ ମିଳିବାରୁ ପରିବାର ଲୋକେ କମଳାନଗର ଥାନାରେ ଝିଅ ନିଖୋଜ ଥିବା ନେଇ ରିପୋର୍ଟ କରିଥିଲେ। ହେଲେ ପୋଲିସ ଏହାକୁ ଗମ୍ଭୀରତା ସହ ନେଇ ନ ଥିଲା। ରାତି ୧୧ଟାରେ ଜଣେ କର୍ପୋରେଟରଙ୍କଠାରୁ ଫୋନ୍‌ କଲ୍‌ ପାଇବା ପରେ ପୋଲିସର ନିଦ ଭାଙ୍ଗିଲା। ମାତ୍ର କିଛି ଲାଭ ହେଲାନାହିଁ। ରବିବାର ସକାଳ ୫ଟାରେ ସମ୍ପୃକ୍ତ ଅଞ୍ଚଳର ଏକ ନାଳରୁ ନାବାଳିକାଙ୍କ ମୃତଦେହ ମିଳିଲା। ହାମିଦିଆ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ବେଳେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ନିଖୋଜ ରିପୋର୍ଟ ପାଇବା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇ ତଲାସି ଚଳାଇଥିଲେ ଏପରି ଘଟି ନ ଥାନ୍ତା ବୋଲି ପରିବାର ଓ ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ୬ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କୁ ଧରାଇଦେଲେ ୨୦ ହଜାର ଟଙ୍କା ଦିଆଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଛି।
ଦୁଇଦିନ ପୂର୍ବରୁ ଉଜ୍ଜୟିନୀରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଥିଲା। ମଧ୍ୟପ୍ରଦେଶରେ ନାବାଳିକାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଭୋପାଳର ନବନିର୍ବାଚିତ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ସଦ୍ୟ ଘଟଣାର ନିନ୍ଦା କରିବା ସହ ପୀଡ଼ିତାଙ୍କ ଘରକୁ ଯାଇ ସମବେଦନା ଜଣାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ମଧ୍ୟ ନାବାଳିକାଙ୍କ ଘରକୁ ଯାଇ ଏହାର ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ କମଲନାଥ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ୟୁପିର ହମିରପୁର ଜିଲାରେ ଜଣେ ୧୦ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଦଳିତ ନାବାଳିକା ଜଣକ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ ମା’ଙ୍କ ସହ ଶୋଇଥିଲେ। କେତେଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇନେଇ ଏକ ଶ୍ମଶାନ ଘାଟରେ ଗଣବଳାତ୍କାର ପରେ ହତ୍ୟା କରିଥିଲେ। ନାବାଳିକାଙ୍କ ମୃତଦେହ ଏକ ବୁଦାରୁ ଉଦ୍ଧାର ହୋଇଛି। ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri