ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳର ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ମାମଲା (ନଂ.୪୮/୨୦୨୦) ରୁଜୁ କରି ହତ୍ୟାକାଣ୍ଡରେ ସଂପୃକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ସମେତ ଆଉ କେତେକ ଲୋକ ସଂପୃକ୍ତ ଥିବା ସନ୍ଦେହ କରି ତଦନ୍ତ କରାଯାଉଥିବା ଓଆଇସି ଅମିତାଭ୍‌ ଦାସ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ସମ୍ପୃକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଣେ ନାବାଳକ ଗ୍ରାମ ନିକଟ ଜଙ୍ଗଲକୁ ଡାକି ନେଇ ସେଠାରେ ବଳକତ୍ାର କରିଥିଲେ। ପରେ ତାଙ୍କୁ ଏକ ବାଡିରେ ପିଟି ହତ୍ୟା କରାଯାଇଥିବା ନେଇ ସନ୍ଧ୍ୟାରେ ନାବାଳିକାଙ୍କ ପରିବାର ଲୋକେ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବଡବିଲ୍‌ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଆଇଆଇସି ରାଇସେନ୍‌ ମୁର୍ମୁ, ବାମେବାରୀ ଥାନା ଓଆଇସି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କର୍ମୀଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ସହାୟତା

ଦିଗପହଣ୍ଡି,୫ା୬(ଡି.ଏନ.ଏ.): କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ତଥା ଦିଗପହଣ୍ଡି ବ୍ଳକ ଅଧୀନ ଭୀଷ୍ମଗିରୀ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଏମ୍‌ .ମାଙ୍ଗାମ ପାତ୍ରଙ୍କ ପରିବାରକୁ ଗତ...

ଖୁବ୍‌ଶୀଘ୍ର ଆସିବ ପେଟ୍‌ ଆନିମଲ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୨୪।୨ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍‌ଶୀଘ୍ର ପେଟ୍‌ ଆନିମଲ ଗାଇଡ୍‌ଲାଇନ ଆଣିବାକୁ ଯାଉଛି। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ...

ଗିରଫ ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର

ଜଗତସିଂହପୁର ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୮।୧୨: ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ରାଜସ୍ବ ବିଭାଗରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଚିତ୍ତରଞ୍ଜନ ପିଳା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି...

ଭୟଭୀତ ନ ହେବାକୁ ପରାମର୍ଶ

ବାଲେଶ୍ୱର ଅଫିସ, ୭ା୫ ଓଡ଼ିଶାର ପ୍ରମୁଖ ଉପକୂଳବର୍ତ୍ତୀ ଜିଲା ମଧ୍ୟରୁ ବାଲେଶ୍ୱରବାସୀ ଅନେକ ପ୍ରାକୃତିକ ଦୈବ ଦୁର୍ବିପାକକୁ ସାମ୍ନା କରିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ...

ସାଲିଆସାହି ଦେଶୀମଦ ଭାଟି ଭାଙ୍ଗିଲା

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଦେଶୀମଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ସମୟରେ ଅବକାରୀ ଟିମ୍‌ ଓ କମିଶନରେଟ ପୋଲିସ ପକ୍ଷରୁ ସେଠାରେ...

ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ: ମନ୍ଥର ଗତି ନେଇ ମନ୍ତ୍ରୀଙ୍କୁ ଫେରାଦ

ବନ୍ତଳା,୨୯ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟରେ ପ୍ରଶାସନିକ ମନ୍ଥରତା ଦେଖାଦେଇଥିବା ଅଭିଯୋଗ କରିଛି ହିଡିସିଙ୍ଗ...

ପୂର୍ବଓଡ଼ିଶାରେ ପଶ୍ଚିମଓଡ଼ିଶାର ମାହୋଲ

ନିଶ୍ଚିତକୋଇଲି,୨୦ା୯(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ମା’ ବେଲେଶ୍ୱରୀ ପୀଠରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମାହୋଲ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ...

ମଦ ହେଲା କାଳ: ପୁଅକୁ ଟାଙ୍ଗିଆରେ ହାଣିଲା ନିଶାସକ୍ତ ବାପା

କେନ୍ଦୁଝର, ୧୮ା୧୧(ସ୍ବ.ପ୍ର./ଡି.ଏନ.ଏ.)-ମଦ୍ୟପାନ କରି ହୋସ୍‌ ହରାଇ ଜଣେ ବାପା ସାମାନ୍ୟ ଘଟଣାକୁ ନେଇ ଟାଙ୍ଗିଆରେ ପୁଅଙ୍କୁ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସଦରଥାନା...

Advertisement
Archives

Model This Week