ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ଜେଲ ଗଲେ ଅଭିଯୁକ୍ତ

ଭଦ୍ରକ ଅଫିସ, ୨୦।୪ – ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣାରେ ଗିରଫ ଅଭିଯୁକ୍ତ ଗଗନ ବେହେରା(୫୫)ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ  କରାଯାଇଥିଲା। ତାଙ୍କୁ ଭଦ୍ରକ ଜେଲ୍‌କୁ ପଠାଇ ଦିଆଯାଇଛି। ଶୁକ୍ରବାର ଜିଲା ଚିକିତ୍ସାଳୟରେ ଅଭିଯୁକ୍ତ ଗଗନଙ୍କ ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷେ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୀଡ଼ିତା ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ। ତାଙ୍କୁ ଗଗନ ଅପହରଣ କରିନେଇ ହାତଗୋଡ଼ ବାନ୍ଧି ନିକଟସ୍ଥ ଜଙ୍ଗଲରେ ପକାଇ ଦେଇଥିଲେ। ସନ୍ଧ୍ୟାରେ ଆସି ତାଙ୍କୁ ବଳାତ୍କାର କରିବା ପରେ ହତ୍ୟା ଉଦ୍ୟମ କରିଥିଲେ। ନାବାଳିକା ମରିଯାଇଥିବା ଭାବି ଅଭିଯୁକ୍ତ ଗଁା ନିକଟସ୍ଥ ଏକ କେନାଲ ହିଡ଼ ପାଖରେ ତାଙ୍କୁ ଛାଡ଼ି ପଳାଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ଗୁରୁବାର ଭୋର ସମୟରେ କେନାଲ ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ନାବାଳକଙ୍କ ଜୀବନ

ସୋର,୧୬।୫: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଜିରିତାଳ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟୁତ୍‌ ଆଘାତରେ ଜଣେ ୧୨ ବର୍ଷୀୟ...

ଓଡ଼ିଶାରେ ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୈପାରୀଗୁଡ଼ା,୧୬।୫(କଳ୍ପତରୁ ମହାନ୍ତି): ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା...

ଏସ୍‌ପିଙ୍କ ବିରୋଧରେ ଏସଡିପିଓଙ୍କ ମାନସିକ ନିର୍ଯାତନା ଅଭିଯୋଗ: ଆଇଜି ଭେଟି କହିଲେ…

ଜଳେଶ୍ବର,୧୪।୫( ନବୀନ ସାହୁ): ବାଲେଶ୍ୱର ଏସ୍‌ପଙ୍କି ବିରୋଧର ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଜଳେଶ୍ୱର ଏସ୍‌ଡିପିଓ ବ୍ରଜ ମୋହନ ପ୍ରଧାନ। ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ...

ବଙ୍ଗୋପସାଗରରେ ଉଡ଼ିଲା ଡ୍ରୋନ୍‌, ଜଳପଥ ଦେଇ ଆସୁଥିବା ସନ୍ଦିଗ୍ଧଙ୍କ ଉପରେ ନଜର; Video

ଭୋଗରାଇ, ୧ ୩ l୫ ( ପ୍ରଦୀପ ଦାସ ): ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ବୁଧୁବାର ସକାଳ ୧୦...

ମନ୍ଦିରକୁ ୧ ଲକ୍ଷ ଦାନ

ନୀଳଗିରି,୧୩।୫(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ରାଧାକିଶୋରପୁର ପଞ୍ଚାୟତ ପୁନ୍ଦାଳ ଗ୍ରାମରେ ଥିବା ମା’ ମଙ୍ଗଳା ମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ...

ଏକାବେଳେ ୫ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଳିଗଲା ଦୋକାନ ଘର

ବାଲେଶ୍ୱର, ୧୨।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବଳରାମଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିଠାରେ ଥିବା ଏକ ଗ୍ୟାସ ସିଲିଣ୍ଡର ଦୋକାନରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି...

ବସିଲା ବଡ଼ ବୈଠକ: ସୁରକ୍ଷାକୁ ନେଇ…

ବାଲେଶ୍ୱର,୯।୫: ବାଲେଶ୍ୱର ଚାନ୍ଦିପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ପୂର୍ବାଞ୍ଚଳ ଡିଆଇଜିଙ୍କ ସମେତ ଏସ୍‌ପି ଓ ଥାନାଧିକାରୀ ଉପସ୍ଥିତ ଅଛନ୍ତି।  ବତ୍ତର୍ମାନ ସାରା...

ବାଲେଶ୍ୱରର ଚାନ୍ଦିପୁରରେ ହାଇ ଆଲର୍ଟ

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଇଲାକାକୁ ହାଇ ଆଲର୍ଟରେ ରଖାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri