ନାବାଳକଙ୍କୁ ସାବାଳକ କଲା ପୋଲିସ

ଭୁବନେଶ୍ୱର, ୧୧ା୮(ବ୍ୟୁରୋ): ପୋଲିସର ଖାମଖିଆଲି ତଦନ୍ତ ପାଇଁ ଦୋଷୀ ଖସି ଯାଉଥିବାବେଳେ ଅନେକ ନିର୍ଦ୍ଦୋଷ ସଜା କାଟୁଥିବା ନଜିର ରହିଛି। ଏଭଳି କାର୍ଯ୍ୟଧାରାକୁ ନେଇ ଓଡ଼ିଶା ପୋଲିସ ବାରମ୍ବାର ନିନ୍ଦିତ ହେଉଛି। ଏବେ ଖୋଦ୍‌ ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଏମିତି ଏକ ସ୍ପର୍ଶକାତର ଘଟଣା ପଦାକୁ ଆସିଛି। ନାବାଳକ ଥିବା ଜଣେ ସ୍କୁଲ୍‌ ଛାତ୍ରଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରି କ୍ୟାପିଟାଲ ଥାନା ପୋଲିସ ଅଡୁଆରେ ପଡିଛି। ଏପରି କି ପୋଲିସ ରିପୋର୍ଟ ଆଧାରରେ କୋର୍ଟ ସମ୍ପୃକ୍ତ ନାବାଳକଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି। ତେବେ ଉକ୍ତ ରିପୋର୍ଟ ଭୁଲ୍‌ ଥିବା କୋର୍ଟ ଜାଣିବା ପରେ କ୍ଷୋଭ ପ୍ରକାଶ କରିବା ସହ ତଦନ୍ତକାରୀ ଅଧିକାରୀଙ୍କୁ ପୁନଃ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ନାବାଳକଙ୍କୁ ମିଛ ମାମଲାରେ ଫସାଇ କୋର୍ଟ ଚାଲାଣ କରିଥିବା ତାଙ୍କ ମା’ ଅଭିଯୋଗ ଆଣିଛନ୍ତି।
ଅଭିଯୋଗ ଅନୁଯାୟୀ, ନାବାଳକ ଜଣକ ଏହି ଥାନା ଅନ୍ତର୍ଗତ ଫାଳିକିଆ ବସ୍ତି ଅଞ୍ଚଳରେ ପରିବାର ସହ ରୁହନ୍ତି। ଗତ ୩ ତାରିଖ ରାତି ପ୍ରାୟ ୮ଟା ୩୦ରେ ନାବାଳକ ଜଣକ ଘରେ ପଢ଼ୁଥିବାବେଳେ ତାଙ୍କ ମା’ ଖାଉଥିଲେ। ମୋଚିସାହି ଅଞ୍ଚଳର ୩ ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ତାଙ୍କ ଘରେ ପଶି ନାବାଳକଙ୍କ ମା’ଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ଏହାପରେ ତାଙ୍କ ନାବାଳକ ପୁଅଙ୍କୁ ଉଠାଇ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ବସ୍ତିରେ ଆତଙ୍କ ଖେଳାଇ ପଳାଇବା ପରେ କେତେକ ଲୋକ ନାବାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମେଡିକାଲ ରିପୋର୍ଟ ଧରି ନାବାଳକଙ୍କ ମା’ ଓ ଅନ୍ୟମାନେ ଅଭିଯୋଗ କରିବାକୁ କ୍ୟାପିଟାଲ ଥାନାରେ ପହଞ୍ଚତ୍ଥିଲେ। ହେଲେ ଥାନାର ଜଣେ ପୋଲିସ ଉକ୍ତ ମେଡିକାଲ ରିପୋର୍ଟ ଛଡାଇନେଇ ବହୁ ସମୟ ଧରି ବସାଇଥିଲେ। ଏପଟେ ମୋଚି ସାହିର ଜଣେ ମହିଳା ନାବାଳକଙ୍କ ନାମରେ ଆଉ ଏକ ଅଭିଯୋଗ ଆଣିଥିଲେ। ହେଲେ ପୋଲିସ ଠିକ୍‌ ଭାବେ ତଦନ୍ତ ନ କରି ଓଲଟା ଦ୍ୱିତୀୟ ଅଭିଯୋଗ ଆଧାରରେ ଆକ୍ରମଣର ଶିକାର ହୋଇଥିବା ନାବାଳକଙ୍କୁ ସାବାଳକ ଦର୍ଶାଇ ଗିରଫ କରିଥିଲା। ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର କରିବା ବଦଳରେ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ପୋଲିସ ଦାଖଲ କରିଥିବା ରିପୋର୍ଟରେ ନାବାଳକଙ୍କ ବୟସ ୧୯ବର୍ଷ ଦର୍ଶାଇଥିବାରୁ କୋର୍ଟ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଥିଲେ। ହେଲେ ତାଙ୍କ ପରିବାର ଲୋକେ କୋର୍ଟଙ୍କ ନିକଟରେ ନାବାଳକଙ୍କ ସ୍କୁଲ ସାର୍ଟିଫିକେଟ ଦେଖାଇଥିଲେ। ସେଥିରେ ତାଙ୍କ ବୟସ ୧୭ବର୍ଷ ୪ମାସ ୧୭ଦିନ ରହିଛି। ଏହାକୁ ନେଇ କୋର୍ଟ କ୍ଷୁବ୍ଧ ହେବା ସହ କ୍ୟାପିଟାଲ ଥାନାର ତଦନ୍ତ ଅଧିକାରୀଙ୍କୁ ନୋଟିସ କରିଛନ୍ତି। ନାବାଳକଙ୍କ ଓକିଲ କହିଛନ୍ତି ଯେ,ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ଆଇନ ଅନୁଯାୟୀ ଦଣ୍ଡନୀୟ। ପୁଣି ପୋଲିସ ତାଙ୍କୁ ଜେଲ୍‌ ପଠାଇବା ବଦଳରେ ବାଳ ସୁଧାର ଗୃହରେ ଛାଡିବାର ନିୟମ ରହିଛି। ଏଭଳି ଭୁଲ୍‌ ପାଇଁ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି।
ଏନେଇ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ତଦନ୍ତକାରୀ ଅଧିକାରୀ ନାବାଳକଙ୍କୁ ବୟସ ପଚାରିବାରୁ ସେ ୧୯ ବୋଲି କହିଥିଲେ। ତେଣୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ମିଛ ମାମଲା ନୁହେଁ, ଅନ୍ୟ ଜଣେ ଯୁବକଙ୍କୁ ଛୁରିରେ ଆକ୍ରମଣ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri