ନାବାଲକ ଉପରେ ୫ ପରାନୀ କୁଟ୍‌ମର ବୋଝ୍‌: ଗୁପ୍‌ଚୁପ୍‌ ବିକି ପାଠ୍‌ ପଢ଼ୁଛନ୍‌ ଦେବାନନ୍ଦ

ଭବାନୀପାଟଣା,୧୨।୬(ଡି.ଏନ୍‌.ଏ.): ବଁଚ୍‌ବାର ଲାଗି ହେଲେ ଯୁଝ୍‌ବାକେ ପଡ଼ବା। ସେଟା କୁଟୁମ ପୁଷ୍‌ବାର ଲାଗି ହେଉ କି ପେଟ ପାଲବାର ଲାଗି ହେଉ। ମୁନୁଷ୍‌ କେନ୍‌ନେ ଗୁପ୍‌ଚୁପ୍‌ ବିକି ନିଜର ପଁାଚ୍‌ ପରାନୀ କୁଟୁମ ପୁଷୁଛେ ତ ଆର କିଏ ଗୁପ୍‌ଚୁପ୍‌ ବିକି ନିଜର ପାଠପଢ଼ା ଅଭିଲାଶକେ ପୂରନ୍‌ କରବାର ଚେଷ୍‌ଟା କରୁଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ଭବାନୀପାଟଣା ବ୍ଲକ ଛେଲିଆମାଲ ପଁଚେତ୍‌ ପରିଆ ଗଁାରେ।
ସୂଚନା ଅନ୍‌ସାରେ ପରିଆ ଗଁାର କପିଳ ପଟେଲ(୪୬)। ପରିବାର କହିଲେ ମାଏକିନା କୁମୁଦିନୀ(୩୭), ଦୁଇ ପୁଓ ଦେବାନନ୍ଦ(୧୫), ଲୋଚନ(୧୦) ଆର ୭୦ ବଛ୍‌ରିଆ ବୁଢ଼ା ବାପ୍‌ ମୁନି ପଟେଲ। କପିଳ ରୋଗ୍‌ରେ ପଡ଼ଲାରୁ କୁମୁଦିନୀ ତାକର ସେବା ଯତନ୍‌ କରୁଛନ୍‌। ବଡ଼ ପୁଓ ଦେବାନନ୍ଦ(୧୫) ଚଲତି ବଛର ମାଟ୍ରିକ ପାସ୍‌ କରିଥିଲାବେଲେ ସାନପୁଓ ଗଁା ସ୍କୁଲରେ ପଢ଼ୁଛନ୍‌। ଏନ୍‌ତାଥି ପରିବାରକେ ଚଲବାରେ ବହୁତ ଅସବିଧା ହେଉଛେ। ଇଆଡ଼େ ପରିବାରଟା ନିହାତି ଗରିବ ହେଇଥିଲାବେଲେ ସରକାରୀ ସାହାଯ୍‌ ସାତସପନ ହେଇଛେ। ଯେନ୍‌ଥିରଲାଗି ଦେବାନନ୍ଦ ଗଁା ଗଁା ବୁଲି ଗୁପ୍‌ଚୁପ୍‌ ବିକି ପରିବାରର ପେଟ ପାଲୁଛନ୍‌। ଏନ୍‌ତାକି ଇ ଗରିବ୍‌ ପରିବାର ପାଖେ ରାଶନ କାର୍ଡ ଖଁଡ଼େ ନଁାଇଁନ। ପରିବାରଟା ମୂଲଦିନୁ ଜୀବନ୍‌ ଜୀବିକା ଲାଗି ଯୁଝୁଛନ୍‌। କପିଳ ରୋଗ୍‌ରେ ପଡ଼ଲା ଆଗରୁ ପନିପରିବା ବେପାର କରି କୁଟୁମ ପୁଷୁଥିଲେ। ହେଲେ ସେ ଗଲା ୫ ବଛର ହେଲା ରୋଗ୍‌ରେ ପଡ଼ଲାରୁ ପରିବାରଟା ଅସାହା ହେଇଯାଇଛନ୍‌। ଘରର ଏନ୍‌ତା ଥିତି ଦେଖି ଦେବାନନ୍ଦ ପରିବାର ଚଲାବାର ଲାଗି ଅଁଟା ଭିଡ଼ିଥିଲେ। ସେ ସ୍କୁଲରୁ ପାଠ୍‌ପଢ଼ା ସାରି ଫିରଲେ ବେଲବୁଡ଼େ ଗୁଟେ ଠେଲାଗାଡ଼ିଥି ଗଁା ଗଁା ବୁଲି ରାତି ୧୦ ବଜେ ତକ୍‌ ଗୁପ୍‌ଚୁପ୍‌ ବିକୁଛନ୍‌। ଇତାର ସଂଗେ ସେ ପାଠ୍‌ପଢ଼ା ଜାରି ରଖିଛନ୍‌ ଆର ଭବିଷତ୍‌ରେ ପୁଲିସ୍‌ ଚାକରି କରବାର ଆଶ୍‌ ରଖିଛନ୍‌। ଗୁପ୍‌ଚୁପ୍‌ ବିକି ସେ ପରିବାର ଚଲବାର ସଂଗେ ବାପର ଉଷୋକଷା, ଦୁଇ ଭାଇକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଏତେ ଦୁଖେ ପରିବାରଟା ଚଲୁଥିଲେ ବି ଆଏଜ୍‌ତକ୍‌ ପରଶାସନର ନଜର ଇ ପରିବାର ଉପରେ ନାଇଁପଡ଼ି। ଦେବାନନ୍ଦ ନିଜେ ପାଠ୍‌ ପଢ଼ି ସରକାରୀ ଚାକିରି କରବାର ଆଶ୍‌ ରଖିଥିଲାବେଲେ ସାନ ଭାଇକେ ବି ପଢ଼େଇ ଭଲ ମୁନୁଷ୍‌ କରବାର ଲଖିଅ ରଖିଛନ୍‌। ସମାଜରେ ଯେନ୍‌ମାନେ ବଁଚ୍‌ବାର ରାହା ଖୁଜୁଛନ୍‌ ସେମାନକର ଲାଗି ଦେବାନନ୍ଦ ଗୁଟେ ଉଦାହରନ୍‌ ପାଲଟିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri