ନାନା ରୋଗ୍‌ ସଂଗେ ଯୁଝୁଛନ୍‌ ପୁଷ୍ପାଞ୍ଜଳି: ଚିକିଛା ସାହାଯ୍‌ ଲାଗି ମା’ବାପ୍‌ର ଆକୁଲ ନିବେଦନ

ଲାଠୋର, ୩୦ା୮ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର ମେହେର ପଡ଼ାର ବିଭିଷଣ ମେହେରକଁର ଝି’ ପୁଷ୍ପାଞ୍ଜଳି(୨୦)। ସେ ଜନମ୍‌ ହେବାର ୬ ଦିନ୍‌ ଉତାରୁ ନାନା ରୋଗ୍‌ ସଂଗେ ଯୁଝୁଛନ୍‌। ଇଆଡ଼େ ପରିବାରଟା ଗରିବ୍‌ ହେଇଥିଲାବେଲେ ଉଚ ଚିକିଛା ଲାଗି ଟଁକା ପଏସାର ବଡ଼ଭାରି ଅଭାବ ରହିଛେ।
ସୂଚନା ଅନ୍‌ସାରେ ଲାଠୋର ମେହେରପଡ଼ାର ବିଭିଷଣ ମେହେରକଁର ପରିବାର କହେଲେ ମାଏକିନା ଖୁଦ, ଦୁଇ ଝି’ ମଞ୍ଜୁ, ପୁଷ୍ପାଞ୍ଜଳି ଆର ପୁଓ ରଘୁକେ ନେଇ ତାକର ସଁସାର। ବିଭିଷଣ ବଡ଼ ଝି’କେ ବିହା କରି ସାରିଥିଲାବେଲେ ସାନ ଝି’ ଆର ପୁଓ ମା’ବାପ୍‌ ସଂଗେ ରହୁଛନ୍‌। ପୁଷ୍ପାଞ୍ଜଳି ଜନମ୍‌ ହେବାର ୬ ଦିନ୍‌ ଉତାରୁ ତାକର ପରିସ୍ରା ଦୁଆର ବାଟେ ରକତ୍‌ ବାହାରିଥିଲା। ଏନ୍‌ତାଥି ପରିବାର ଲୋକ୍‌ ତାହାକୁ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଭରତି କରିଥିଲେ। ସେଠାନେ ଚିକିଛା ଉତାରୁ ରକତ୍‌ ବାହାରବାର ବଁଦ୍‌ ହେଇଥିଲା ସତ୍‌, ହେଲେ ତାକର ଦିହିମୁଡ଼ ଫୁଲି ସେ ହଲଦିଆ ପଡ଼ିଯାଇଥିଲେ। ଇ ଅବସ୍‌ତାରେ ମା’ବାପ୍‌ ପୁଷ୍ପାଞ୍ଜଳିକୁଁ ଉନିଆ ଡାକ୍‌ତାରଖାନାକେ ନେଇ ଦେଖେଇଥିଲେ। ଡାକ୍‌ତର ତାହାକୁ କାମଳ ରୋଗ୍‌ ହେଇଥିବାର କହି ଚିକିଛା ଆରମ୍‌ କରିଥିଲେ। ସେ ସମିଆରେ ଡାକ୍‌ତର ପୁଷ୍ପାଞ୍ଜଳିର ମଧୁମେୟ ରୋଗ୍‌ ଅଛେ ବଲି ବି କହିଥିଲେ। ଏନ୍‌ତାଥି ମା’ବାପ୍‌ ପେଟ୍‌କାଟି ଯାହା ସଁଚି କରି ରଖିଥିଲେ ଝି’ର ଚିକିଛାରେ ଖରଚ୍‌ କରି ନିରାଶ ହେଲେ। ପୁଷ୍ପାଞ୍ଜଳିକଁର ମଧୁମେୟ ଏନ୍‌ତା ହିସାବେ ବଢ଼ିକରି ରହୁଛେ ଯେ, ସେ ଦିନ୍‌କ ଦୁଇଥର ଇନ୍‌ସୁଲିନ ନେଉଛନ୍‌। ଏହେଦେ ପୁଷ୍ପାଞ୍ଜଳିକୁଁ ୨୦ ବଛର ହେଉଛେ। ହେଲେ ରୋଗ୍‌ ପରଭାବରେ ବଏସ୍‌ ହିସାବେ ତାକର ଶାରୀରିକ ବିକାଶ ନାଇଁ ହେବାର। ଇ ଗରିବ୍‌ ପରିବାର ସରକାରୀ ସାହାଯ୍‌ କହେଲେ ମାସିକ୍‌ ପାଉଥିବାର ୨୦ କେ.ଜି. ଚାଉଲ। ବିଭିଷଣ ଦୁଖ୍‌ସୁଖ କରି ଘରଖଁଡ଼େ କରିଛନ୍‌ ସତ୍‌, ହେଲେ ପରିବାରର ଖରଚ୍‌ ହିସାବେ ତାକର ରୁଜ୍‌ଗାର ନାଇଁହେବାର। ବିଭିଷଣ ଫିଦିନ ଗଁା ଗଁା ବୁଲି ଭିନେ ଭିନେ ଜିନିଷ ଘିନି ସେଟାକେ ବଜାରରେ ବିକ୍‌ରି କରୁଛନ୍‌। ସେଥ୍‌ରୁ ଯାହା ରୁଜ୍‌ଗାର ହେଉଛେ ତାକର ପରିବାର ଚଲବାର ସଂଗେ ଝି’ର ଉଷୋକଷା ଖରଚ୍‌ ତୁଲଉଛନ୍‌। ଘଟନା ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ ଅଗ୍ରଓ୍ବାଲ ଖବର ପାଇ ରୁଗୀକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାର ଲାଗି କାଗଜପତର ବ୍ଲକ ଅଫିସକେ ପଠେଇଛନ୍‌। ହେଲେ ଏଭ୍‌ତକ ସେ କେହେନ୍‌ସି ପରକାର ସରକାରୀ ସାହାଯ୍‌ ନାଇଁ ପାଏବାରଟା ନିହାତି ଦୁଖର କଥା ବଲି ସରପଁଚ୍‌ ନିଜେ କହିଛନ୍‌। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ପୁଷ୍ପାଞ୍ଜଳିକୁଁ ଉଚ ଚିକିଛା ସୁବିଧା ଯୁଗେଇ ଦେବାକେ ପରିବାର ଲୋକ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

୪ ଦ୍ୱାର ଖୋଲିବା ନିଷ୍ପତ୍ତି ହୋଇପାରିଲାନି

ପୁରୀ,୨୨ା୭(ଅଜିତ୍‌ ମହାନ୍ତି): ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଶୁକ୍ରବାର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବଡ଼ଦାଣ୍ଡସ୍ଥିତ...

ଟୁକୁଣାରେ ରାସ ପଞ୍ଚକ ଉତ୍ସବ: ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଆନନ୍ଦପୁର,୧୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟୁକୁଣା ଗ୍ରାମରେ ରାସ ପଞ୍ଚକ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହେଉଛି। ରାସ କମିଟିର ସଭାପତି ଅଜୟ ମିଶ୍ର ଓ...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି

ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ...

ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ବ୍ୟାଗ ଚୋରି

ଦାରିଙ୍ଗବାଡି,୮ା୧୧(ଡି.ଏନ୍‌.ଏ.)- ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଜଣେ ସୁନା ବ୍ୟବସାୟୀଙ୍କ ବାଇକ ଡିକିରୁ ସୁନା ଏବଂ ରୁପା ଗହଣା ଥିବା ବ୍ୟାଗ ଚୋରି ହୋଇଥିବା ଥାନାରେ ଅଭିଯୋଗ...

କୋଣାର୍କରେ ଏନ୍‌ଡିଆରଏଫ୍‌ ଟିମ୍‌ : ଲୋକଙ୍କୁ ସତର୍କ କଲା ପ୍ରଶାସନ

ପୁରୀ ଅଫିସ,୧୯ା୫: ସ୍ଥଳଭାଗ ମୁହଁ। ହେଉଛି ସାମୁଦ୍ରିକ ବାତ୍ୟା ଅମ୍ଫନ। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସବୁ ବ୍ଲକରେ...

ପ୍ରଶାସନ ସହ ବୈଠକ ବିଫଳ

ବଇଣ୍ଡା,୯।୮(ଡି.ଏନ.ଏ.)”ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ଚାଲିଥିବା ଠେଲକନାଳୀ ପଞ୍ଚାୟତର ଅସ୍ଥାୟୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଦେଖାଦେଇଥିବା ବିବାଦ ବଢ଼ିବାରେ...

ଜିଲା ବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ୍‌: ମଣ୍ଟଫୋର୍ଟ ସ୍କୁଲ ଚାମ୍ପିୟନ

ଢେଙ୍କାନାଳ ଅଫିସ, ୧୫।୮-ଢେଙ୍କାନାଳ ଷ୍ଟାଡିୟମ୍‌ରେ ଚାଲିଥିବା ଜିଲା ବିଦ୍ୟାଳୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟକୁ ୪-୨ ଗୋଲ୍‌ରେ...

ଆରମ୍ଭ ହେଲାଣି ଅଙ୍କକଷା

ଢେଙ୍କାନାଳ ଅଫିସ, ୧୫ା୧ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଢେଙ୍କାନାଳ। ରାଜ୍ୟ ରାଜନୀତିର ଅନ୍ୟତମ ପାଓ୍ବାର କରିଡର କୁହାଯାଉଥିବା ଏହି ଶିଳ୍ପ ଜିଲାରେ ଗତ...

Advertisement
Archives

Model This Week