Posted inଖେଳ

ନାଡା ଶୃଙ୍ଖଳାଗତ ପ୍ୟାନେଲରେ ପୁଣି ଅଖିଲ୍‌

ନୂଆଦିଲ୍ଳୀ,୧୨।୫(ପି.ଟି.): ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବକ୍ସର ଅଖିଲ୍‌ କୁମାରଙ୍କୁ ପୁଣି ଥରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଶୃଙ୍ଖଳାଗତ କମିଟିରେ ପୁଣିଥରେ ସାମିଲ କରାଯାଇଛି। ଅଖିଲ୍‌ ମଧ୍ୟ ହରିୟାଣା ପୋଲିସ୍‌ ବିଭାଗରେ ଗୁରୁଗ୍ରାମ୍‌ରେ ଏସିପି ଭାବେ କାର୍ଯ୍ୟକରୁଛନ୍ତି। ସେ ପୂର୍ବରୁ ୨୦୧୭ରୁ ୨୦୧୯ ମଧ୍ୟରେ ଏହି ପ୍ୟାନେଲରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନାହିଁ। ତାଙ୍କୁ ପୁଣି ଏହି ପ୍ୟାନେଲରେ ସାମିଲ କରାଯାଇଛି ବୋଲି ନାଡା ଡାଇରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲ କହିଛନ୍ତି।
ଅର୍ଜୁନ ପୁରସ୍କାର ପ୍ରାପ୍ତ ଏହି ଭାରତୀୟ ଅଲିମ୍ପିଆନ ବକ୍ସିଂ ପାଇଁ ୨୦୧୭ରୁ ୨୦୧୯ ମଧ୍ୟରେ ସରକାରଙ୍କ ଅବଜରଭର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ପୂର୍ବରୁ ଏହି ପ୍ୟାନେଲର ସଦସ୍ୟ ଥିଲି ଓ ପୁଣି ଥରେ ମୋତେ ଏଥିରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି। ଦାୟିତ୍ୱ ସମ୍ପାଦନ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ବୋଲି ୩୯ବର୍ଷୀୟ ଅଖିଲ୍‌ କହିଛନ୍ତି। ପୂର୍ବରୁ ସେ ଡୋପିଂକୁ କାନୁନ୍‌ ଅନୁସାରେ ଅପରାଧ ବୋଲି ଘୋଷଣା କରିବାକୁ ମତ ରଖିଥିଲେ। ଏହି ପ୍ୟାନେଲରେ ଅର୍ଜୁନ ପୁରସ୍କାର ବିଜେତା ତଥା ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ତାରକା ଆଥଲେଟ୍‌ ଅଶ୍ୱିନୀ ନାଚାପ୍ପାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ଆଣ୍ଡରସନ

ଲଣ୍ଡନ, ୨୩।୭ (ଏଏଫ୍‌ପି)- ଘରୋଇ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ସ୍ଥାନୀୟ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ...

ପ୍ରଥମ ଟେଷ୍ଟରୁ ପାଟିନସନ ବାସନ୍ଦ

ସିଡନୀ,୧୭।୧୧(ଏଏଫ୍‌ପି): ବ୍ରିସ୍‌ବେନ୍‌ରେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ ବାସନ୍ଦ ହୋଇଛନ୍ତି।...

ଗୋଇଠି ଅସ୍ତ୍ରୋପଚାର କରିବେ ପୋଗ୍‌ବା

ଲଣ୍ଡନ, ୨।୧ (ଏଏଫ୍‌ପି)- ଫିଫା ବିଶ୍ୱକପ୍‌ ବିଜୟୀ ଫ୍ରାନ୍ସ ଫୁଟ୍‌ବଲ ଦଳ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର ଷ୍ଟାର୍‌ ଖେଳାଳି ପଲ୍‌ ପୋଗ୍‌ବାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହେବ।...

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା: ଓହରିଲେ ଏହି ଷ୍ଟାର୍‌ ଖେଳାଳି

ଚେନ୍ନାଇ,୨୬।୪: ସମଗ୍ର ଦେଶ ଏବେ କରୋନା ସହିତ ଲଢୁଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି।...

ଅନୁଷ୍କାଙ୍କ ବେବି ବମ୍ପ ଦେଖି ଏମିତି କହିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆ...

ମହିଳା ଟି-୨୦ ବିଶ୍ୱକପ୍‌: ଭାରତର ଦ୍ୱିତୀୟ ବିଜୟ

କେପଟାଉନ୍‌,୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଜିତିଛି। କେପଟାଉନର ନ୍ୟୁଲ୍ୟାଣ୍ଡରେ...

ଅଲିମ୍ପିକ୍ସ ବାତିଲ କରିବାକୁ ଜାପାନର ପ୍ରମୁଖ ଖବରକାଗଜର ଦାବି, ଜୁନ୍‌ ଶେଷ ପୂର୍ବରୁ ସ୍ଥିତି ସ୍ପଷ୍ଟ ହେବ

ଟୋକିଓ,୨୭।୫(ଏପି): ଟୋକିଓରେ ଆଉ ଦୁଇମାସରୁ କମ୍‌ ସମୟ ମଧ୍ୟର ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମେଗା ଇଭେଣ୍ଟକୁ ବାତିଲ କରିବା ନେଇ ଦାବି...

କଳାପଟି ପିନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ...

Advertisement
Archives

Model This Week