ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ

କୋହିମା,୧୩।୪: ଦେଶର ଉତ୍ତର ପୂର୍ବ ରାଜ୍ୟ ନାଗାଲାଣ୍ଡରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ତେବେ ରାଜ୍ୟରେ ଏହା ପ୍ରଥମ ଘଟଣା ବୋଲି ସୋମବାର ଅଧିକାରୀମାନେ ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ଆସାମ ଗୁଆହାଟୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ତାଙ୍କ ନମୁନା ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ମଧ୍ୟ ଟୁଇଟ କରି କହିଛନ୍ତି, ଜଣେ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କୁ ଦିମାପୁରର ଏକ ଘରୋଇ ହସ୍ପିଟାଲରୁ ଗୁଆହାଟୀ ମେଡିକାଲ କଲେଜକୁ ରେଫର କରାଯାଇଥିଲା। ତେବେ ବ୍ୟକ୍ତି ଜଣଙ୍କର ନିଜାମୁଦ୍ଦିନ ମରକଜ ସହ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବ୍ୟକ୍ତି ଜଣଙ୍କ ପ୍ରଥମେ କୋହିମାର ଯେଉଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତା’ର ଆଖପାଖ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେରଗଡ଼ରେ ୧୨ ବାଇକ୍‌ ଚାଳକଙ୍କ ନାମରେ ମାମଲା, ୨ ହଜାର ଜରିମାନା ଆଦାୟ

ଶେରଗଡ଼, ୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ପୋଲିସ ପକ୍ଷରୁ ଲକ୍‌ଡାଉନ ସମୟରେ ଚଢ଼ାଉ ଜାରିରହିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ...

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି...

ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ...

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ...

ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ମାଗିଲେ ସୁରକ୍ଷା, କୋର୍ଟ ନିର୍ଦ୍ଦେଶ ଦେଲେ ଏମିତି

ଚଣ୍ଡିଗଡ,୧୫।୯: ପଞ୍ଜାବରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ହାଇକୋର୍ଟରେ ସୁରକ୍ଷା ମାଗିଛନ୍ତି। ସ୍ବାମୀ ଏବଂ...

ମୋଦିଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ଦାବି

କୋଲକାତା/ଲକ୍ଷ୍ନୌ,୧ା୫: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୪୦ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିବାର ଦିନକ ପରେ ତାଙ୍କ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା ୪୯ ହଜାର

ନୂଆଦିଲ୍ଲୀ,୬।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଇତିମଧ୍ୟରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୯...

ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା

ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ...


Coronavirus Update

Archives

Model This Week

Why Dharitri