Posted inଜାତୀୟ

ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ

ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ରିକ୍ସାଚାଳକଙ୍କ ଆଧାର କାର୍ଡ ଜାଲ୍‌ ବୋଲି ଅଭିଯୋଗ ହୋଇଥିଲା। ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଅମିତା ବିନ୍ଦ୍ରୁ ସମ୍ପୃକ୍ତ ବ୍ୟକ୍ତି ମହମ୍ମଦ ସତାର ଖାନ୍‌ଙ୍କୁ ଫେବୃୟାରୀ ୨୦ ପୂର୍ବାହ୍ନ ୧୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ନାଗରିକ ଭାବେ ପ୍ରମାଣ ଦେବା ପାଇଁ ସମସ୍ତ ଆବଶ୍ୟକ ଦସ୍ତାବିଜର ମୂଳ ନକଲ ଆଣିବାକୁ ତାଙ୍କୁ କୁହାଯାଇଛି। ଯଦି ଭାରତୀୟ ନାଗରିକ ନୁହନ୍ତି, ତେବେ ଆଇନଗତ ଭାବେ ଭାରତରେ ପ୍ରବେଶ କରିଥିବା ଓ ଏଠାରେ ରହିବା ବୈଧ ବୋଲି ପ୍ରମାଣ ଦେବାକୁ ହେବ। ଆଧାର ନିୟମାବଳୀର ଧାରା ୩୦ ଅନୁଯାୟୀ ମହମ୍ମଦଙ୍କ ପାଖକୁ ପଠାଯାଇଥିବା ନୋଟିସ୍‌ରେ ଏହା ଉଲ୍ଲେଖ ଅଛି। ମହମ୍ମଦ ତଲାବ କଟ୍ଟା ଅଞ୍ଚଳର ଭବାନୀନଗର ବାସିନ୍ଦା। ଫେବୃୟାରୀ ୩ରେ ତାଙ୍କୁ ଉପରୋକ୍ତ ନୋଟିସ ପଠାଯାଇଛି। ଯଦି ମହମ୍ମଦ ନୋଟିସ ଅନୁଯାୟୀ ହାଜର ନ ହୁଅନ୍ତି କିମ୍ବା ଆବଶ୍ୟକ ଦସ୍ତାବିଜ ଦେଖାଇ ନ ପାରନ୍ତି, ତେବେ ତାଙ୍କ ଆଧାର କାର୍ଡ ରଦ୍ଦ ହୋଇଯିବ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦେଖାଦେବା ପରେ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି, ପୋଲିସ ଅଭିଯୋଗ ଆଧାରରେ ନୋଟିସ ପଠାଯାଇଥିଲା। ୧୨୭ ଜଣ ମିଥ୍ୟା କାଗଜପତ୍ର ଦେଇ ଆଧାର କାର୍ଡ ନେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ବେଆଇନ ଶରଣାର୍ଥୀ ବୋଲି ଜଣାପଡିଥିବା ଆଧାର କର୍ତ୍ତୃପକ୍ଷ କହିଛନ୍ତି। । ଅନ୍ୟପକ୍ଷରେ ରିକ୍ସାଚାଳକଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲଙ୍କ ବାପା ସ୍ବର୍ଗତ ମହମ୍ମଦ ଅଜିଜ ବେଗ୍‌ ଅଲ୍ବିନ୍‌ ଇଣ୍ଡଷ୍ଟ୍ରିଜ୍‌ର କର୍ମଚାରୀ ଥିଲେ ଓ ତାଙ୍କ ମାଆ ଏବେ ପେନ୍‌ସନ ପାଉଛନ୍ତି। ସେମାନେ ପୂର୍ବରୁ ସନ୍ଥନଗରରେ ରହୁଥିଲେ। ପରେ ହାଇଦ୍ରାବାଦ ଆସିଥିଲେ। ସେମାନେ ବିଦେଶୀ ହେଲେ କିପରି ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ...

ବହି ପଢ଼, ଏହା ବ୍ୟକ୍ତିତ୍ୱର ବିକାଶ କରିବ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାମାନଙ୍କୁ ଭଲ ନାଗରିକ କରିବା ପାଇଁ ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଉପରେ ମଙ୍ଗଳବାର ଗୁରୁତ୍ୱାରୋପ କରିଛନ୍ତି। ଆତ୍ମ ବିକାଶ...

ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି ଜନତା: ପାଓ୍ବାର

ନୂଆଦିଲ୍ଲୀ,୨୩।୧୨: ଝାଡଖଣ୍ଡ ବିଧାନସଭାର ଫଳାଫଳକୁ ଦେଖି ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କର ମତ ରଖିଛନ୍ତି। ପାଓ୍ବାର କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ...

ଅଯୋଧ୍ୟା ଯିବେ ମୋଦି

ନୂଆଦିଲ୍ଲୀ,୧୯।୭: : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଅଗଷ୍ଟ ୮ରେ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏହାର ଶୁଭାରମ୍ଭ ୫ ଅଗଷ୍ଟ ସକାଳ ୮ଟାରେ...

କରୋନା ନେଇ ଦିଲ୍ଲୀରେ ସତର୍କତା: ଏନ୍‌ସିଆର୍‌ରେ ୫ ସ୍କୁଲ ବନ୍ଦ; ୨୫ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ନେଇ ଦିଲ୍ଲୀରେ ସତର୍କତା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏନ୍‌ସିଆର୍‌ରେ ୫ ସ୍କୁଲକୁ ବନ୍ଦ କରାଯାଇଛି। ସେହିପରି ୨୫ଟି ହସ୍ପିଟାଲରେ ଆଇସୋଲେଶନ୍‌...

ମୁମ୍ବାଇର ବର୍ସୋବା ବିଚ୍‌ ସଫା କଲେ ସ୍ବିଡେନ୍‌ ରାଜ ଦମ୍ପତି

ମୁମ୍ବାଇ,୪।୧୨: ସ୍ବିଡେନ୍‌ ରାଜ ଦମ୍ପତି କାର୍ଲ ଗୁସ୍ତାଫ ଏବଂ ସିଲବିୟା ବୁଧବାର ମୁମ୍ବାଇରେ ପହଞ୍ଚିଛନ୍ତି। ସେମାନେ ବର୍ସୋବା ବିଚ୍‌ ଭ୍ରମଣ ସମୟରେ ସେଠାରେ ଏକ ସ୍ବଚ୍ଛତା...

‘ଏବେ ବି ନାରୀ ସୁରକ୍ଷା ଅନାଲୋଚିତ ବିଷୟ’

ନୂଆଦିଲ୍ଲୀ, ୧୭।୧୨:ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାକୁ ୯ ବର୍ଷ ପୂରିଛି। ୨୦୧୨ ଡିସେମ୍ବର ୧୬ ରାତିରେ ଏହି ବୀଭତ୍ସ ଘଟଣା ସାରା ଦେଶକୁ...

ସିଲ୍‌ ହୋଇପାରେ ଅଯୋଧ୍ୟା: ଜଳପଥରେ ବି କଡ଼ା ସୁରକ୍ଷା

ଅଯୋଧ୍ୟା,୩୧।୭: ଅଗଷ୍ଟ ପ୍ରଥମ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମିପୂଜା କାର୍ଯ୍ୟ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week