Posted inଜାତୀୟ

ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ

ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ ରିକ୍ସାଚାଳକଙ୍କ ଆଧାର କାର୍ଡ ଜାଲ୍‌ ବୋଲି ଅଭିଯୋଗ ହୋଇଥିଲା। ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଅମିତା ବିନ୍ଦ୍ରୁ ସମ୍ପୃକ୍ତ ବ୍ୟକ୍ତି ମହମ୍ମଦ ସତାର ଖାନ୍‌ଙ୍କୁ ଫେବୃୟାରୀ ୨୦ ପୂର୍ବାହ୍ନ ୧୧ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ନାଗରିକ ଭାବେ ପ୍ରମାଣ ଦେବା ପାଇଁ ସମସ୍ତ ଆବଶ୍ୟକ ଦସ୍ତାବିଜର ମୂଳ ନକଲ ଆଣିବାକୁ ତାଙ୍କୁ କୁହାଯାଇଛି। ଯଦି ଭାରତୀୟ ନାଗରିକ ନୁହନ୍ତି, ତେବେ ଆଇନଗତ ଭାବେ ଭାରତରେ ପ୍ରବେଶ କରିଥିବା ଓ ଏଠାରେ ରହିବା ବୈଧ ବୋଲି ପ୍ରମାଣ ଦେବାକୁ ହେବ। ଆଧାର ନିୟମାବଳୀର ଧାରା ୩୦ ଅନୁଯାୟୀ ମହମ୍ମଦଙ୍କ ପାଖକୁ ପଠାଯାଇଥିବା ନୋଟିସ୍‌ରେ ଏହା ଉଲ୍ଲେଖ ଅଛି। ମହମ୍ମଦ ତଲାବ କଟ୍ଟା ଅଞ୍ଚଳର ଭବାନୀନଗର ବାସିନ୍ଦା। ଫେବୃୟାରୀ ୩ରେ ତାଙ୍କୁ ଉପରୋକ୍ତ ନୋଟିସ ପଠାଯାଇଛି। ଯଦି ମହମ୍ମଦ ନୋଟିସ ଅନୁଯାୟୀ ହାଜର ନ ହୁଅନ୍ତି କିମ୍ବା ଆବଶ୍ୟକ ଦସ୍ତାବିଜ ଦେଖାଇ ନ ପାରନ୍ତି, ତେବେ ତାଙ୍କ ଆଧାର କାର୍ଡ ରଦ୍ଦ ହୋଇଯିବ ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦେଖାଦେବା ପରେ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି, ପୋଲିସ ଅଭିଯୋଗ ଆଧାରରେ ନୋଟିସ ପଠାଯାଇଥିଲା। ୧୨୭ ଜଣ ମିଥ୍ୟା କାଗଜପତ୍ର ଦେଇ ଆଧାର କାର୍ଡ ନେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ସେମାନେ ବେଆଇନ ଶରଣାର୍ଥୀ ବୋଲି ଜଣାପଡିଥିବା ଆଧାର କର୍ତ୍ତୃପକ୍ଷ କହିଛନ୍ତି। । ଅନ୍ୟପକ୍ଷରେ ରିକ୍ସାଚାଳକଙ୍କ ଓକିଲ କହିଛନ୍ତି, ତାଙ୍କ ମହକିଲଙ୍କ ବାପା ସ୍ବର୍ଗତ ମହମ୍ମଦ ଅଜିଜ ବେଗ୍‌ ଅଲ୍ବିନ୍‌ ଇଣ୍ଡଷ୍ଟ୍ରିଜ୍‌ର କର୍ମଚାରୀ ଥିଲେ ଓ ତାଙ୍କ ମାଆ ଏବେ ପେନ୍‌ସନ ପାଉଛନ୍ତି। ସେମାନେ ପୂର୍ବରୁ ସନ୍ଥନଗରରେ ରହୁଥିଲେ। ପରେ ହାଇଦ୍ରାବାଦ ଆସିଥିଲେ। ସେମାନେ ବିଦେଶୀ ହେଲେ କିପରି ବୋଲି ଆଇନଜୀବୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri