ନାଇଜେରିଆ ଆତଙ୍କବାଦୀ ଆକ୍ରମଣରେ ୭୧ ସେନା ମୃତ

ମିୟାମି,୧୨।୧୨: ନାଇଜେରିଆର ଏକ ସେନା ଶିବିରରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ଅତିକମ୍‌ରେ ୭୧ ଜଣ ସେନାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକୀୟ ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ମାଲିକୁ ଲାଗି ରହିଥିବା ସେନା ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଘଣ୍ଟା ଘଣ୍ଟା ଧରି ଗୁଳିଗୋଳା ବର୍ଷଣ କରିବାରୁ ଉକ୍ତ ଶିବିରରେ ଥିବା ସେନାଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ସମୟରେ ସେନାର ପାଲଟା ଜବାବରେ ପ୍ରାୟ ୫୧ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମର ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ଆଇଏସ୍‌ ଓ ବୋକୋ ହରାମ ଭଳି ଆତଙ୍କବାଦୀ ସଙ୍ଗଠମାନେ ସକ୍ରିୟ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri