ନାଁକୁ କଟକଣା ପାଳନ: କଣ୍ଟାପଡ଼ାରେ ଅସାଧୁ ବ୍ୟବସାୟୀଙ୍କ ଢାଲ ପାଲଟିଛି ପରିବା ଓ ଗ୍ରୋସରୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କରୋନାର ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲାଯିବ ବୋଲି ନିର୍ଦ୍ଦେଶ ରହିଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ପନିପରିବା, ଗ୍ରୋସରୀ, ମାଛମାଂସ ଆଦି ଦୋକାନ ଖୋଲା ରଖିବାପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ତେବେ ଏହି ଗାଇଡ୍‌ ଲାଇନ୍‌କୁ କଣ୍ଟାପଡା ବ୍ଳକ ଅଞ୍ଚଳରେ ବହୁ ଅସାଧୁ ବ୍ୟବସାୟୀ ପାଳନ କରିବା ପରିବର୍ତ୍ତେ ଉଲ୍ଲଂଘନ ପାଇଁ ନୂଆ କୌଶଳ ଆପଣାଇଛନ୍ତି। ଏବେ ଏହି ବ୍ୟବସାୟୀମାନେ ନିଜ ଦୋକାନ ସମ୍ମୁଖରେ ପରିବା ଡାଲାରଖି ସେଥିରେ ଅଳ୍ପ ପରିମାଣର ପରିବା ରଖି ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଏହି ଅଞ୍ଚଳରେ କେତେକ ଚା’ ଦୋକାନ ମଧ୍ୟ ବଢ଼ିଭୋରୁ ଖୋଲୁଥିବା ଦେଖାଯାଉଛି। ଫଳରେ ଉକ୍ତ ଦୋକାନରେ ବିଭିନ୍ନ ଗ୍ରାମରୁ ଯୁବକମାନେ ଆସି ଖଟି କରୁଥିବା ଦେଖାଯାଉଛି। ସେହିପରି ଗ୍ରୋସରୀ ଦୋକାନ ଖୋଲା ରଖବାକୁ ନିର୍ଦ୍ଦେଶ ଥିବାରୁ ବ୍ୟବସାୟୀମାନେ ଗ୍ରୋସରୀ ସହ ସେଥିରେ ଅନ୍ୟାନ୍ୟ ସାମଗ୍ରୀ ରଖି ବିକ୍ରି କରୁଛନ୍ତି। ସେହିପରି ବିଭିନ୍ନ ବଜାରରେ ଥିବା ଜଳଖଆ ଦେକାନ ବନ୍ଦ ଥିବାରୁ ଏହି ବ୍ୟବସାୟୀ ମାନେ ଗଁାଭିତରେ ପସରା ଖୋଳିବା ଆରମ୍ଭ କରିଛନ୍ତି। ଫଳରେ ଗାଁ ଭିତରକୁ ବାହାର ଲୋକ ଅବାଧରେ ପ୍ରବେଶ କରୁଛନ୍ତି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାପାଇଁ ସତର୍କ କରାଯାଉଥିଲେ ମଧ୍ୟ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କୌଣସି ଗାଇଡ୍‌ ଲାଇନ୍‌ ଜାରି କରାଯାଉ ନଥିବାରୁ ବ୍ୟବସାୟୀ ମାନେ ବେଧଡକ ଭାବେ ନିଜର ବ୍ୟବସାୟ ଚଳାଇଛନ୍ତି। ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ ନ କଲେ ଆଗାମୀ ଦିନରେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ଗୁରୁତ୍ୱହୀନ ହୋଇପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିକୁ ଧକ୍କାଦେଲା କାର୍‌, ଭାଙ୍ଗିଲା ଦୋକାନ ଘର, ଜଣଙ୍କ ଜୀବନ ଗଲା

ବାଲେଶ୍ୱର,୧୮ା୫(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଧୋବାଗାଡ଼ିଆ ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l…

ମିଳୁଥିଲା ୩୫୦୦ ଭତ୍ତା, ମିଳିଲା ୧୦୦୦, ଅଭିଯୋଗ କରିବା ପରେ…

ଆଳି, ୧୮ା୫(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଳକ ପ୍ରଶାସନ ପକ୍ଷରୁ ଜଣେ ୮୫ବର୍ଷୀୟ ବୃଦ୍ଧଙ୍କୁ ଲଗାତର ଆଠ ମାସ ୩୫୦୦ ଟଙ୍କା ଲେଖାଏ ଭତ୍ତା…

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri