ନଳକୂପରୁ ବାହାରୁଛି ଲୁଣାପାଣି : ପାନୀୟ ଜଳ ପାଇଁ ବିଡିଓଙ୍କୁ ଘେରିଲେ ମହିଳା

ବାସୁଦେବପୁର, ୨୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳିଆଡିଆ ଗ୍ରାମ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହି ଗ୍ରାମବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ଗ୍ରାମ ସଂଲଗ୍ନ ଅଞ୍ଚଳରେ ମଧୁର ପାନୀୟ ଜଳ ମିଳୁ ନ ଥିବାବେଳେ ଗ୍ରାମରେ ଥିବା ଏକମାତ୍ର ନଳକୂପରୁ ଲୁଣାପାଣି ବାହାରୁଛି। ଗ୍ରାମର ୩ ଶହରୁ ଊର୍ଦ୍ଧ୍ୱ ଲୋକ ପାନୀୟ ଜଳ ପାଇଁ ସଙ୍କଟରେ ପଡ଼ିଛନ୍ତି। ଲୁଣାପାଣି ବାହାରୁଥିବା ଗ୍ରାମରେ ନୂତନ ନଳକୂପ ବସାଯିବା ଦାବିରେ ୫୦ରୁ ଊର୍ଦ୍ଧ୍ୱ ମହିଳା ଶନିବାର ମଧ୍ୟାହ୍ନରେ ବିଡିଓଙ୍କୁ ଘେରିଥିଲେ। ତେନ୍ତୁଳିଆଡ଼ିଆ ଗ୍ରାମ ଏକ ସମୁଦ୍ର ତଟବର୍ତ୍ତୀ ଗ୍ରାମ ହୋଇଥିବାରୁ ପାନୀୟଜଳ ସହିତ ରାସ୍ତାଘାଟର ଦୁରବସ୍ଥା ସମସ୍ୟା ସମ୍ପର୍କରେ ସେମାନେ ବିଡିଓ ବୀରକିଶୋର ପାଣିଗ୍ରାହୀଙ୍କୁ ଅବଗତ କରାଇଛନ୍ତି। ଏହି ଗ୍ରାମରେ ପାନୀୟଜଳଜନିତ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଖୁବ୍‌ଶୀଘ୍ର ଏହି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ ପ୍ରତିଶ୍ରୁତି ଦେଇଛନ୍ତି।
ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଭରତ ସାହୁ କହିଛନ୍ତି, ଏହି ଅଞ୍ଚଳରେ ଏକ ନଳକୂପ ବସାଇବା ବ୍ୟୟବହୁଳ। ପଞ୍ଚାୟତ ଚାହିଁଲେ ତାଙ୍କ ଫଣ୍ଡରୁ ଏ ନେଇ ଅର୍ଥ ବରାଦ କରି ସମସ୍ୟାର ସମାଧାନ କରିପାରିବ। ସରପଞ୍ଚ ଗଦାଧର ନାୟକଙ୍କୁ ପଚାରିବାରୁ ପଞ୍ଚାୟତର ୪ଟି ନଳକୂପ ବସାଇବା ଲାଗି ସେ ଫଣ୍ଡରୁ ୧୪ ଲକ୍ଷ ଟଙ୍କା ଇସ୍ୟୁ କରିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହଯୋଗ କରୁ ନ ଥିବାରୁ ନୂତନ ନଳକୂପ ବସାଯାଇ ପାରୁନି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା...

କଡ଼ା ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌

ଚମ୍ପୁଆ, ୨୯ା୪(ଡି.ଏନ.ଏ.)- ଗତ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଣାଯାଇ  ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ସ୍ଥାନୀୟ  ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ...

ଜଙ୍ଗଲ ଭିତରେ ନିଆଁ, ବାହାରେ ଶିକାରୀ

ସଜନାଗଡ଼,୧।୪: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୩ ଦିନ ହେବ ନିଆଁ ଜଳୁଥିବାରୁ ବନ୍ୟଜନ୍ତୁ ଜୀବନ ବିକଳରେ ଏଣେତେଣେ ଘୂରି ବୁଲୁଛନ୍ତି। ଫଳରେ ଏହା...

ସୋର ୟୁକୋ ବ୍ୟାଙ୍କ ସିଲ୍‌

ସୋର,୨୯।୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟିର ଅଡ଼ଙ୍ଗବଜାରରେ ଥିବା ସୋର ୟୁକୋ ବ୍ୟାଙ୍କକୁୁ ପ୍ରଶାସନ ତରଫରୁ ସିଲ୍‌ କରାଯାଇଛି। ସେଠାରେ ଥିବା ଏକ ଲଜ୍‌କୁ ମଧ୍ୟ ସିଲ୍‌ କରାଯାଇଛି। ଏହି...

ଧାମରାରୁ ଧରାହେଲେ ୧୦ ବିରଳ ମାଛ: କିଲୋ ପ୍ରତି ୫ରୁ ୬ ହଜାର ଟଙ୍କା

ଚାନ୍ଦବାଲି, ୨୦।୬ (ଡି.ଏନ.ଏ) – ଭଦ୍ରକ ଜିଲା ଧାମରା ମାଛଧରା ବନ୍ଦର ଅଧୀନ ଚନ୍ଦନୀପାଳ ମାଛଧରା କେନ୍ଦ୍ର(ବେସ୍‌)ରେ ଏକପ୍ରକାର ବିରଳ ପ୍ରଜାତିର ୧୦ଟି ମାଛ ଗୁରୁବାର...

ଅବହେଳିତ ଅବସ୍ଥାରେ ହଦଗଡ଼ ପର୍ଯ୍ୟଟନସ୍ଥଳୀ

ହାଟଡିହୀ, ୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ସାରା ଓଡ଼ିଶାରେ ବେଶ୍‌ ଖ୍ୟାତ। ଶାଳନ୍ଦୀ ଡ୍ୟାମ, ହସ୍ତୀ ଅଭୟ୍ୟାରଣ୍ୟ ଓ ବଣ...

ଅମ୍ଫନ୍‌ ମୁକାବିଲା ଲାଗି ଅଣ୍ଟା ଭିଡ଼ିଲା ଜିଲା ପ୍ରଶାସନ, ପ୍ରସ୍ତୁତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର ଅଫିସ,୧୮ା୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ପୂର୍ବାହ୍ନରେ ବାଲେଶ୍ୱର ଆଇଜିଙ୍କ ଅଫିସରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି...

ଭୁଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ: ସୋର ବିଧାୟକଙ୍କ ନାମରେ ହାଇକୋର୍ଟରେ ମାମଲା

ସୋର, ୨୧।୬(ଡି.ଏନ.ଏ.)- ଭୁଲ୍‌ ଜାତିଗତ ପ୍ରମାଣପତ୍ର ପ୍ରଦାନ ଏବଂ ନିର୍ବାଚନୀ ସତ୍ୟପାଠରେ ନିର୍ଦ୍ଦିଷ୍ଟ କଲମ ଫାଙ୍କା ଛାଡ଼ିବା ଘଟଣା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପୁଣି...

Advertisement
Archives

Model This Week