ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜ: ଖାଲି ପଡ଼ିଛି ୫୦% ଅଧ୍ୟାପକ ପଦବୀ

ଯାଜପୁର ଅଫିସ,୧୨ା୧୦:  ଯାଜପୁର ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ରାଜନୈତିକ ନେତୃବର୍ଗ ଅନେକ ସମୟରେ ବଡ଼ ବଡ଼ ସ୍ବପ୍ନ ଦେଖାଇ ଚାଲିଛନ୍ତି । ନିକଟରେ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ ସରକାରୀ ଡିଗ୍ରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥାନୀୟ ନେତୃବର୍ଗ ଘୋଷଣା କରିଛନ୍ତି। କିନ୍ତୁ ବିଡମ୍ବନା ଯେ, ଏହି କଲେଜରେ ବର୍ଷକୁ ବର୍ଷ ଅଧ୍ୟାପକ ପଦବୀ ଖାଲି ହୋଇ ଚାଲିଛି। ୨୩ା୬ା୨୦୧୬ ସୁଦ୍ଧା ଏହି କଲେଜର ବିଭିନ୍ନ ବିଷୟରେ ୨୧ଟି ଅଧ୍ୟାପକ ପଦବୀ ଖାଲି ପଡିଥିଲା। ତାହା ବଢି ବର୍ତ୍ତମାନ ୨୮ରେ ପହଞ୍ଚିଛି । ଯାହାକି ଆବଶ୍ୟକତାଠାରୁ ୫୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡିଛି। ଏଥିରୁ ଜିଲାରେ ଉଚ୍ଚଶିକ୍ଷା ପ୍ରତି ପ୍ରଶାସନିକ ଅଧିକାରୀ ଓ ନେତୃବର୍ଗଙ୍କ ଅନାଗ୍ରହ ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଶିକ୍ଷା ବିଭାଗର ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶାଳୟ ଏହାକୁ ଗୁରୁତର ସହ ନେଇ ସବିଶେଷ ଅଧ୍ୟାପକ ପଦବୀ ସଂକ୍ରାନ୍ତରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଭୁବନେଶ୍ୱର ବିଶ୍ୱବିଦ୍ୟାଳୟ (ରେଜିଷ୍ଟ୍ରାର, ଆରଡିଡବ୍ଲୁ) ଅଧୀନରେ ଥିବା ୫୧ଟି ସରକାରୀ ଡିଗ୍ରୀ କଲେଜରେ ଆବଶ୍ୟକ ୨୦୨୪ ଅଧ୍ୟାପକ ପଦବୀ ମଧ୍ୟରୁ ୧୦୭୧ (୫୩ ପ୍ରତିଶତ) ଖାଲି ପଡିଛି। ଏଥିରୁ ୧୩ଟି କଲେଜରେ ୩୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ ପଦବୀ ପୂରଣ ହୋଇପାରି ନାହିଁ । ରାଜ୍ୟରେ ପ୍ରତିଷ୍ଠିତ ଶୈଳବାଳା ମହିଳା କଲେଜରେ ୨୮, ଖଲିକୋଟ ସ୍ବୟଂଶାସିତ କଲେଜରେ ୫୧, ବିଜେବି ସ୍ବୟଂଶାସିତ କଲେଜରେ ୨୩, ସମ୍ବଲପୁର ସରକାରୀ ମହିଳା କଲେଜରେ ୨୫, ରାଜେନ୍ଦ୍ର ସ୍ବୟଂଶାସିତ କଲେଜ ବଲାଙ୍ଗୀରରେ ୪୪, ଶୈଳବାଳା ମହିଳା ସ୍ବୟଂଶାସିତ କଲେଜରେ ୨୮ ଅଧ୍ୟାପକ ପଦବୀ ଖାଲି ପଡିଛି ା ଏହି କଲେଜଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ମେଧାବୀ ଛାତ୍ରୀଛାତ୍ର ନିର୍ଭର କରିଥାନ୍ତି । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ଏଥିପ୍ରତି ଆଦୌ ଆନ୍ତରିକତା ପ୍ରଦର୍ଶନ ନ କରିବା ବିଡମ୍ବନା ଛଡା ଅନ୍ୟ କିଛି ନୁହେଁ ବୋଲି ମତପ୍ରକାଶ ପାଉଛି। ତେବେ ଯାଜପୁର ଜିଲାର ଏନ୍‌ସି କଲେଜ ୧୯୪୮ମସିହାରେ ପ୍ରତିଷ୍ଠା ଲାଭ କରିଥିଲା । ୨୦୦୦ ମସିହାରେ ସ୍ବୟଂଶାସିତ ମାନ୍ୟତା ପାଇଥିବା ଏହି କଲେଜ ଦୀର୍ଘ ବର୍ଷ ହେଲା ବିନା ପ୍ରିନ୍ସିପାଲରେ ଚାଲିଛି। ଏଭଳି ପରମ୍ପରାରେ ସ୍ବୟଂଶାସିତ ଏନ୍‌ସି କଲେଜର ଭାଗ୍ୟ ଗତି କରୁଛି । ଆଖପାଖ ଅଞ୍ଚଳର ହଜାରହଜାର ଛାତ୍ରୀଛାତ୍ର ଏହି କଲେଜ ଉପରେ ନିର୍ଭର କରନ୍ତି। ଜିଲା ତଥା ଜିଲା ବାହାରର ଅଭିଭାବକମାନେ ଆକୃଷ୍ଟ ହୋଇ ନିଜ ପିଲାଛୁଆଙ୍କ ଭବିଷ୍ୟତ ପାଇଁ ଏହି କଲେଜକୁ ଅଧିକ ବିଶ୍ୱାସ କରୁଥିଲେ। ହେଲେ ଏବେ ଅଧ୍ୟାପକ ଓ କର୍ମଚାରୀ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଭୁଷୁଡି ପଡିଥିବାରୁ କଲେଜଟି ତାର ପୂର୍ବ ଗୌରବ ହରାଇ ବସିଛି। ଏହି କଲେଜରେ ଉଦ୍ଭିଦ ବିଜ୍ଞାନରେ ୪ରୁ ୩, ରସାୟନିକ ବିଜ୍ଞାନରେ ୫ରୁ ୩, ବାଣିଜ୍ୟରେ ୬ରୁ ୨, ଇକୋନୋମିକ୍ସରେ ୪ରୁ ୩, ଇଂଲିଶରେ ୬ରୁ ୩, ଇତିହାସରେ ୪ରୁ ୨, ଲଜିକ/ଫିଲୋସୋଫିରେ ୨ରୁ ୧, ଗଣିତରେ ୪ରୁ ୧, ଓଡ଼ିଆରେ ୪ରୁ ୧, ପଦାର୍ଥ ବିଜ୍ଞାନରେ ୫ରୁ ୩, ରାଜନୈତିକ ବିଜ୍ଞାନରେ ୪ରୁ ୨, ସଂସ୍କୃତରେ ୨ରୁ ୨, ସୋସିଓଲୋଜିରେ ୧ରୁ ୧, ଜୁଲୋଜିରେ ୪ରୁ ୧ ଅଧ୍ୟାପକ ପଦବୀ ଖାଲି ପଡିଛି। ଏହାବାଦ ଲାବୋରୋଟୋରୀ ଆଟେଣ୍ଡାଣ୍ଟ, ସିନିୟର କିରାଣୀ, ଡେମୋନ୍‌ଷ୍ଟ୍ରେଟର, ଷ୍ଟୋରକିପର, ପିଅନ ପ୍ରଭୃତି ପଦବୀ ମଧ୍ୟ ଖାଲି ପଡିଛି । ବହୁବିଧ ସମସ୍ୟା ଭିତରେ ଗତି କରୁଥିବା ଏହି ସର୍ବପୁରାତନ କଲେଜ ପ୍ରତି ରାଜନୈତିକ ଇଚ୍ଛାଶକ୍ତି ମଧ୍ୟ ଦେଖିବାକୁ ମିଳୁନାହିଁ। ଶିକ୍ଷିତ ସମାଜ ଗଠନ ହେଲେ ଗ୍ରାମାଞ୍ଚଳ ତଥା ଦେଶର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି ହେବା ଆଶାରେ ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଏନ୍‌ସି କଲେଜରେ ଭତ୍ତିଭୂମିର ଅଭାବ ସାଙ୍ଗକୁ ଅଧ୍ୟାପକ ଓ କର୍ମଚାରୀ ଅଭାବ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି। ସରକାର ଓ ସ୍ଥାନୀୟ ନେତୃବର୍ଗଙ୍କ ଘୋଷଣା ଫମ୍ପା ମାଠିଆର ଶବ୍ଦ ସଦୃଶ ହୋଇଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୮୬୮୯/୧୦ା୧୦ା୨୦୧୯ରେ ସମସ୍ତ ସରକାରୀ ଡିଗ୍ରୀ କଲେଜର ଖାଲି ପଡିଥିବା ଅଧ୍ୟାପକଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri