ଆମ ଗାଁ ଆମ ବିକାଶ ଯୋଜନା ପ୍ରକଳ୍ପ ନିମ୍ନମାନର: ୬ମାସ ପୂରିନି, ଭାଙ୍ଗିଲା ଗାଧୁଆ ତୁଠ

ରସୁଲପୁର,୧୨।୧୦(ଡିଏନଏ): ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ପୋଖରୀ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି। ପରିଣାମ ସ୍ବରୂପ ନିର୍ମାଣ ଶେଷ ହେବାକୁ ୬ମାସ ପୂରିବା ପୂର୍ବରୁ ଭାଙ୍ଗି ଗଳି ପଡିଛି। ଗାଧୁଘର ଚଟାଣ ଫାଟି ଆଁ କରିଛି। ଗାଧୁଆ ଘର ଚତୁପାର୍ଶ୍ୱରେ ଗଛଲତା ଘେରି ରହିଛି। ଏହା ସର୍ବସାଧାରଣଙ୍କ ବ୍ୟବହାରରେ ଲାଗିପାରି ନାହିଁ। ଏହି କାମ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ତ୍ରୁଟି ଓ ଠିକାଦାରଙ୍କୁ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ଏଭଳି ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ଦିଗରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ରକାଶ ଯେ, ୨୦୧୮-୧୯ ଆର୍ଥତ୍କ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ ଅତି ତରବରିଆ ଭାବେ କାର୍ଯ୍ୟକାରୀ କରିଥିଲେ। ଗାଁର ବିକାଶ ଆଳରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ବ୍ୟୟ ଅଟକଳ କରିଥିଲେ। ଏ ସବୁ କାର୍ଯ୍ୟକୁ ପଲ୍ଲୀସଭା ଓ ଗ୍ରାମସଭାରେ ଅନୁମୋଦନ କରାଯାଇ ନ ଥିଲା। ବିକାଶ କାମର ତଦାରଖ ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ହାତକୁ ଟେକି ଦିଆଯାଇଥିଲା। କାର୍ଯ୍ୟ ତଦାରଖ ପାଇଁ ଗ୍ରାମ୍ୟ ଶ୍ରମିକ ମୁଖିଆ ଚୟନ କରାଯାଇ ନ ଥିଲା। ଯୋଜନା ଆରମ୍ଭରୁ ଗଳାବାଟ ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ ତଦାରଖ କରିବେ ଆଉ ଉକ୍ତ କାର୍ଯ୍ୟର ବିଲ୍‌ ବି କରିବେ। ଏହିଭଳି ଏକପାଖିଆ ନିୟମ କାମରେ ଅନିୟମିତତା ହେବାର ବାଟ ଫିଟାଇଥିଲା। ଏହି ବ୍ଲକ କଇଁଚି ଶାସନ ପୋଖରୀ ଗାଧୁଆ ଘର ଓ ପାହାଚ ନିର୍ମାଣ କାର୍ଯ୍ୟ ସରିବାକୁ ଅଧାବର୍ଷ ପୂରିବା ଆଗରୁ ଭାଙ୍ଗି ଯିବା ଓ ବ୍ୟବହାର ଉପଯୋଗୀ ହୋଇ ନ ପାରିବା ଘଟଣା ଏଭଳି ଅଭିଯୋଗକୁ ପ୍ରମାଣିତ କରିବାର ବଳିଷ୍ଠ ଉଦାହରଣ ବୋଲି କୁହାଯାଉଛି। ଏହିକ୍ରମରେ ଦେଖିଲେ ଏହି ଯୋଜନା ଜରିଆରେ ବ୍ଲକର ୨୪୪ଟି ପ୍ରକଳ୍ପ ପାଇଁ ୭କୋଟି ୬୨ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଏ ନେଇ ୧୮ ଜୁନ୍‌-୨୦୧୮ରେ ବ୍ଲକକୁ ଆସିଥିବା ପତ୍ରରେ ରହିଥିବା ସୂଚନାରୁ ଜଣାପଡିଛି। ଏ ଦିଗରେ ଆକଳନ କରାଯାଇ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଠାରେ ଉପସ୍ଥାପିତ ପ୍ରକଳ୍ପ ନିର୍ମାଣ ପାଇଁ ୧.୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଉକ୍ତ ଅର୍ଥରେ ପୋଖରୀର ପାହାଚ, ଗାଧୁଆ ଘର କାନ୍ଥ ଓ ଚଟାଣ ନିର୍ମାଣ କରାଯାଇଥିଲା। କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ମାତ୍ର ମାସ କେଇଟା ଭିତରେ ପାହାଚ ଗଳିପଡିବା ସହ ଗାଧୁଆଘର ଚଟାଣ ଫାଟି ଆଁ କରିଛି। ଫଳରେ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାଛଡା ଉକ୍ତ ପୋଖରୀ ଖନନ କାର୍ଯ୍ୟ ଜଳ ବିଭାଜିକା ପକ୍ଷରୁ କରାଯାଇଥିଲା। ପୋଖରୀ ପାହାଚ ନିର୍ମାଣ ଆମ ଗାଁ ଆମ ବିକାଶ ପକ୍ଷରୁ କରାଯାଇଛି। ହେଲେ ଏହି ପାହାଚ ପାଇଁ ଜଳ ବିଭାଜିକା ପକ୍ଷରୁ ବିଲ ପୈଠ କରାଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି। ଏ ଦିଗରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଛି। ତଥ୍ୟ ଆସିବା ପରେ ଘଟଣା ପଛର ରହସ୍ୟ ସାଧାଣରେ ଉନ୍ମୋଚିତ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସ୍ମୃତିରେଖା ଧଡାଙ୍କୁ ପଚାରିବାରୁ, ଦୁଇଟା ପାହାଚ ଭାଙ୍ଗି ଯାଇଥିବା ସ୍ବୀକାର କରିଛନ୍ତି। ଏଥିପାଇଁ ସେ ନୂଆ ମାଟି ଉପରେ ନିର୍ମାଣ କାର୍ଯ୍ୟ ହୋଇଥିବା ସହ ବର୍ଷା ପାଣି ନିଷ୍କାସନକୁ ଦାୟୀ କରିଛନ୍ତି। ଜଳ ବିଭାଜିକା ପକ୍ଷରୁ ପୋଖରୀ ଖନନ କରାଯାଇ ହୁଡ଼ାରେ ମାଟି ପକାଯାଇଥିଲା। ଉକ୍ତ ମାଟି ଉପରେ ଗାଧୁଆ ତୁଠ ଚଟାଣ ନିର୍ମାଣ କରାଯାଇଥିଲା। ବର୍ଷାଦିନରେ ଚଟାଣ ତଳ ମାଟି ଚହଲି ଯିବାରୁ ଏହା ଫାଟିଛି ବୋଲି କହିଥିବାବେଳେ ଗାଁରୁ ନିଷ୍କାସିତ ହେଉଥିବା ବର୍ଷା ପାଣି ପାହାଚ କଡ଼ରେ ପୋଖରୀକୁ ବହୁଛି। ଫଳରେ ପାହାଚ କାନ୍ଥ ପ୍ରଭାବିତ ହୋଇ ଏଭଳି ପରିସ୍ଥିତି ଉପୁଜିଛି। ଏହି କାର୍ଯ୍ୟ ପାଇଁ ବିଲ୍‌ ପୈଠ ହୋଇସାରିଛି। ମାତ୍ର କ୍ଷତିଗ୍ରସ୍ତ କାର୍ଯ୍ୟର ମରାମତି କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?