ନବ ଦମ୍ପତିଙ୍କୁ ପିଆଜ ଭେଟି

ଅନୁଗୋଳ ଅଫିସ, ୧୦।୧୨

ଚଢ଼ା ଦରରେ ବିକ୍ରି ହେଉଥିବା ପିଆଜ ଏବେ ଉପହାର ପାଲଟିଯାଇଛି। ମୂଲ ଆକାଶ ଛୁଆଁ ହୋଇଥିବାରୁ ଏହାକୁ ଲୋକେ ବିବାହ ଆଦି ଉତ୍ସବରେ ଭେଟି ସ୍ବରୂପ ଦେବାକୁ ପସନ୍ଦ କଲେଣି। ରବିବାର ଘଟିଥିବା ଏପରି ଏକ ଘଟଣା ଅନୁଗୋଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଆଦିମାତା ନଗରର ସନ୍ତୋଷ ମହାପାତ୍ରଙ୍କ ରବିବାର ବିବାହ ଭୋଜି ଥିଲା। ଏହି ଉତ୍ସବକୁ ଆସିଥିବା ତାଙ୍କ ବନ୍ଧୁମାନେ ନବଦମ୍ପତିଙ୍କୁ ପିଆଜ ଭେଟି ଦେଇଥିଲେ। ସନ୍ତୋଷଙ୍କ ସ୍କୁଲ ସାଙ୍ଗ ଜ୍ୟୋତିପ୍ରକାଶ ମିଶ୍ର, ବିଜୟ କୁମାର ପୃଷ୍ଟି ଓ ରାଜକୁମାର ଗୁପ୍ତା ପିଆଜକୁ ସୁନ୍ଦର ଭାବେ ପ୍ୟାକିଂ କରି ତାହା ଉପରେ ସ୍କୁଲ ନାମ ଲେଖି ଉପହାର ଆକାରରେ ପ୍ରଦାନ କରିବା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବନ୍ଧୁମାନଙ୍କ ଏହି ନିଆରା ଉପହାରକୁ ନେଇ ସନ୍ତୋଷ ବେଶ୍‌ ଖୁସି ବ୍ୟକ୍ତ କରିଥିବା ବେଳେ ଅନ୍ୟମାନେ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି। ପୂର୍ବରୁ ବିବାହ ଉତ୍ସବରେ କିଏ ଗଛ ଦେଇ ତ କିଏ ପୁସ୍ତକ, ହେଲମେଟ ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ପିଆଜ ଉପହାର ଦିଆଯିବା ସହରରେ ଆଲୋଚନାର ଏକ ପ୍ରସଙ୍ଗ ପାଲଟିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri