ନବୀନ..ନବୀନ ଗୀତ ୬ଥର: ଶୁଣିଥିଲେ ମୁଖ୍ୟମନ୍ତ୍ରୀ

ବହୁ ଲୋକ ଦୁଃଖ ଗୀତକୁ ପସନ୍ଦ କରନ୍ତି। ଏଣୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ(ଜାପାନୀ)ଙ୍କ ପାଇଁ ଦୁଃଖ ଗୀତଗୁଡ଼ିକ ହିଁ ଆଶୀର୍ବାଦ ହୋଇ ଆସିଲା। କିଛି ମାସ ତଳେ ଯାଜପୁରରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ ଆସିଥିଲା। ସେଠାରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଗୀତ ପରିବେଷଣ ମଧ୍ୟ ହୋଇଥିଲା। ହେଲେ କାର୍ଯ୍ୟକ୍ରମ ଶେଷରେ ଜଣେ ଯୁବକ ହଠାତ୍‌ ଆସି ତାଙ୍କ ହାତ ଧରି କାନ୍ଦିବା ସହ କେମିତି ଏପରି ଦୁଃଖ ଗୀତ ପ୍ରସ୍ତୁତ କରୁଛ ବୋଲି ପ୍ରଶ୍ନ କରିଥିଲେ। ଏପରିକି ତାଙ୍କ ଭିତରେ କ’ଣ ଦୁଃଖ ଅଛି ତାହା ପଚାରିଥିଲେ। ତାହା ତାଙ୍କୁ ଯେତିକି ବିସ୍ମୟ କରୁଥିଲା ସେତିକି ହାସ୍ୟମୟ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲା। ତାଙ୍କ ଭିତରେ କିଛି ଦୁଃଖ ନାହିଁ ବୋଲି କହିଥିଲେ ମଧ୍ୟ ଯୁବକ ଜଣକ ମାନିବାକୁ ରାଜି ହୋଇ ନ ଥିଲେ, ଯାହା ଅଭୁଲା ଅନୁଭୂତି ହୋଇରହିବ ବୋଲି ଜାପାନୀ କହିଛନ୍ତି।
ସେହିପରି ଗତ ନିର୍ବାଚନରେ ବିଜେଡର ଦଳୀୟ ଗୀତ ନବୀନ..ନବୀନ ପ୍ରସ୍ତୁତ କରି ଜାପାନୀ ନିଜ କଳାର ପ୍ରସିଦ୍ଧିକୁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ନବୀନ ଗୀତ ପ୍ରସ୍ତୁତ କରିବାର ଅନୁଭୂତି ସମ୍ପର୍କରେ ସେ କୁହନ୍ତି, ଗୀତ ତିଆରି ହେବା ପରେ ହିଟ୍‌ କି ଫ୍ଲପ୍‌ ହେବ ତାହା ଜଣା ନ ଥିଲା। ତଥାପି ଆଶା ଥିଲା ଭଲ ହେବ। ହଠାତ୍‌ ଫୋନ ଆସିଲା ମୁଖ୍ୟମନ୍ତ୍ରୀ ଗୀତ ଶୁଣିବାକୁ ଚାହୁଁଛନ୍ତି। ପେନ୍‌ଡ୍ରାଇଭରେ ଆଣି ତାଙ୍କ ବାସଭବନରେ ପହଞ୍ଚିବାକୁ ନିର୍ଦ୍ଦେଶ ଆସିଲା। ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ହାତକୁ ପେନ୍‌ଡ୍ରାଇଭ ବଢ଼ାଇ ଦେଇଥିଲି। ହେଲେ ନର୍ଭସ ଥିଲି ଗୀତ ଶୁଣିବା ପରେ ସେ ପ୍ରତିକ୍ରିୟା କ’ଣ ଦେବେ। ଗୀତ ବାଜିବା ଆରମ୍ଭ ହେଲା। ଥରେ ଶୁଣିଲା ପରେ ପୁଣି ଥରେ ବଜାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଲଗାତର ୬ଥର ନବୀନ..ନବୀନ ଗୀତ ବାଜିଲା। ଶେଷରେ ଗୁଡ୍‌ ଜବ୍‌ ବୋଲି ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଶୁଣି ଖୁସି ମିଳିଥିଲା ବୋଲି ଜାପାନୀ କୁହନ୍ତି।
ଜଗତ୍‌ସିଂହପୁର ବାଲିକୁଦାରେ ଜନ୍ମିତ ଦେବାଶିଷଙ୍କ ପିଲାବେଳର ନାମ ଜାପାନୀ। ଗ୍ରାମଦେବତୀ ଜାଗୁଳାଇଙ୍କଠାରେ ପୂଜାର୍ଚ୍ଚନା କରି ପଣ୍ଡିତଙ୍କ ପରାମର୍ଶରେ ପିତାମାତା ଜାପାନୀ ନାମ ରଖିଥିଲେ ବୋଲି ସେ କୁହନ୍ତି। ପ୍ରଥମେ ଅଭିନୟରେ ପାଦ ଥାପିଥିବା ଜାପାନୀ ୨୦୦୨ରୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଧନଲୋ ଧନ, ଏ ମନ ମୋ ମନ, ତୋ କଥା ମନେ ପଡ଼ୁଛି, ଆଖିରେ ଆଖି ମିଶେଇ ଦେଇ ଗୀତ ୟୁ-ଟ୍ୟୁବ୍‌ରେ ସବୁଠାରୁ ଅଧିକ ଲୋକପ୍ରିୟ ତାଲିକାର ଶୀର୍ଷରେ ରହିଛି।
-ରିପୋର୍ଟ: କୁମାରଶ୍ରୀ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ...

ପ୍ରେମ ବିବାହ ପରେ ବି ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ ଜୁହି ପରମାର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୦ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌...

ରଜନୀକାନ୍ତ ଚଳାଉଛନ୍ତି ଏହି ଦାମୀ ଗାଡ଼ି, ଦାମ୍‌ ରହିଛି…

ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ...

‘ଦିଲ୍‌ ଚାହତା ହୈ’ ପ୍ରୀତି ଜିଣ୍ଟାଙ୍କ କାହିଁକି ପସନ୍ଦ ଜାଣନ୍ତି…

ସୈଫ ଅଲ୍ଲୀ ଖାନ୍‌, ଅମୀର ଖାନ୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହୈ’ ରିଲିଜ ହେବାର ୧୮ ବର୍ଷ ପୂରିଛି। ଫିଲ୍ମରେ...

ବଡ ପରଦାରେ ରୋମାନ୍ସ କରିପାରନ୍ତି ଅନୁଷ୍କା-ହ୍ରିତିକ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ବେଶ୍‌ କିଛିଦିନ ହେବ ବଡ ପରଦାଠାରୁ ଦୂରରେ ଥିବା ବେଳେ ଏବେ ପୁଣିଥରେ ସେ ଫେରିବେ ବୋଲି ଶୁଣିବାକୁ...

‘କେବେ ବି ନଗ୍ନ ଫଟୋ ଶୁଟ୍‌ କରିନି’

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍‌ତିୟାଜ୍‌ ଅଲୀଙ୍କ ସୁପର୍‌ହିଟ ଫିଲ୍ମ ‘ରକ୍‌ଷ୍ଟାର୍‌’ରୁ ଡେବ୍ୟୁ କରିଥିବା ଆମେରିକାନ୍‌ ମଡେଲ ତଥା ଅଭିନେତ୍ରୀ ନର୍ଗୀସ୍‌ ଫଖ୍‌ରି ଏବେ...

ଟ୍ବିଙ୍କିଲ୍‌ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ।ଉଭୟଙ୍କ ମଜାକିଆ ଅନ୍ଦାଜ୍‌ ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଥାଏ। ଖାସ୍‌୍‌ ଭାବେ...

ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ

ଦକ୍ଷିଣ ଭାରତର ଟିଭି ଧାରାବାହିକର ଏକ ଚର୍ଚ୍ଚିତ ନାମ ନବ୍ୟା ସ୍ବାମୀ। ଏବେ ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ...

Coronavirus Update


Archives

Model This Week

Why Dharitri