ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

ବୋଲଗଡ,୧୩ା୨(ଡି.ଏନ.ଏ.): ଚାଷୀମାନଙ୍କ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଚଳାଇଥିବା ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା ବୁଧବାର ବୋଲଗଡ଼ ବ୍ଲକ ସାଗରଗଁା ପଞ୍ଚାୟତରେ ପହଞ୍ଚତ୍ଥିଲା। ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଆସିଥିବା କର୍ମକର୍ତ୍ତାଙ୍କୁ ପାଇକ ସମରକଳା ପ୍ରଦର୍ଶନ ପୂର୍ବକ ପାଛୋଟି ନିଆଯାଇଥିଲା। ଖୋର୍ଦ୍ଧା ଜିଲା ସଂଯୋଜକ ସୁରେଶ କୁମାର ମାନସିଂହଙ୍କ ପୌରୋହିତ୍ୟରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଙ୍ଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ କହିଥିଲେ ଯେ, ଭାରତ କୃଷିପ୍ରଧାନ ଦେଶ ହୋଇଥିଲା ବେଳେ ସରକାରୀ ଚାକିରିଆମାନଙ୍କୁ ୭ମ ବେତନ କମିଶନ ହାରରେ ଦରମା ଦିଆଯାଉଛି। ମାତ୍ର ଆମତ୍ନିର୍ଭରଶୀଳ ହୋଇ ବଞ୍ଚତ୍ବାକୁ ସଂଘର୍ଷ କରୁଥିବା ଚାଷୀ ପାଇଁ ସରକାର ଆତ୍ମହତ୍ୟାର ବାଟ ଦେଖାଇ ଦେଇଛନ୍ତି। ହକ୍‌ ପାଇଁ ଚାଷୀ ଲଢେଇ କରିବା ସମୟରେ ସରକାର ପୋଲିସ ଲଗାଇ ଦମନ କରିଚାଲିଛି। କିନ୍ତୁ ଏଥର ଚାଷୀ ସଙ୍ଗଠନ ସଶକ୍ତ ଆନ୍ଦୋଳନ କରିବ, ଯେପରି ସରକାର ସେମାନଙ୍କ ନ୍ୟାଯ୍ୟ ଦାବି ଆଗରେ ମୁଣ୍ଡ ନୁଆଁଇବ। ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆ ବ୍ଲକ ସଂଯୋଜକ ମଦନ ସାହୁ, ନୟାଗଡ ସଂଯୋଜକ ମହେଶ୍ୱର ଜେନା, କାହ୍ନୁ ବେହେରା, ନିରଞ୍ଜନ ପ୍ରଧାନ ପ୍ରମୁଖଙ୍କ ସମେତ ଅଞ୍ଚଳର ଚାଷୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ଅଟକିଲେ ୩୨ ଶ୍ରମିକ

ଅନୁଗୋଳ ଅଫିସ, ୨୨।୫ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ୩୨ ଶ୍ରମିକ ଗୁରୁବାର ଅନୁଗୋଳ ଜିଲାରେ ଅଟକି ଯାଇଛନ୍ତି। ବରଗଡ଼ରୁ ଏକ ଟ୍ରକ୍‌ରେ ଅନୁଗୋଳ ଆସିବା...

ଜଣେ ଯୁବ ସଂଗଠକଙ୍କୁ ହରାଇଲା ଭାଜପା

କୋକସରା,୨।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଭାଜପା କୋକସରା ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ବିନୋଦ ନାଏକଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ କଳାହାଣ୍ଡି...

ସମଲପୁରୀ ଦିନ୍‌ରେ ୨ଶହ କବି, କଳାକାରଙ୍କୁ କରାଯିବ ସମ୍ମାନିତ

ପାଇକମାଳ,୨୭।୬(ଡି.ଏନ୍‌.ଏ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ପାଇକମାଳ ନୃସିଂହନାଥ ପୀଠରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ୍‌ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ପଲିଥିନ ବ୍ୟବହାର ବଢୁଛି

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ପଲିଥିନ ପରିବେଶ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଗମ୍ଭୀର ସ୍ଥିତି ସୃଷ୍ଟି କରି ଚାଲିଛି। ଗ୍ରାମଠାରୁ ସହର...

ମୃତ୍ୟୁରେ ଲାଗୁନି ବ୍ରେକ୍‌: ଆଜି ଆଉ ୬୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ହାଇଓ୍ବା: ଡ୍ରାଇଭର ମୃତ

ମହାକାଳପଡ଼ା,୧୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ସ୍ଥାନୀୟ ତରପଦା ଗ୍ରାମରେ ଏକ ବାଲି ବୋଝେଇ ହାଇଓ୍ବା ୧୧ କେଭି ବିଦ୍ୟୁତ୍‌...

ପୁରୀରେ ପହଞ୍ଚିଲା ୮୨୦୦ ଇଭିଏମ୍‌

ପୁରୀ ଅଫିସ, ୫।୪: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ହାଇଦ୍ରାବାଦ ପ୍ରୋସେସିଂ ୟୁନିଟ୍‌ରୁ ୬ଟି ଟ୍ରକ ଯୋଗେ ୮୨୦୦ଟି...

ଆଜିଠୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ,୧୬।୬: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାଦିନ ଆରମ୍ଭ ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୪ ମାସ ଯାଏ ଶିମିଳିପାଳ...

Advertisement
Archives

Model This Week