Posted inଜାତୀୟ

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର କେଇ ଘଣ୍ଟା ପରେ ପଲିଥିନରେ ଗୁଡାଇ ନାଳରେ ଫିଙ୍ଗି ଦେଇଥିଲେ। ହେଲେ ସେଠାରେ ଥିବା ଏକ କୁକୁର ପଲିଥିନକୁ ଉପରକୁ ଟାଣି ଆଣିବା ସହ ଭୁକିବାକୁ ଆରମ୍ଭ କରିଥିଲା। କୁକୁର ପଲିଥିନ ପାଖରେ ଠିଆ ହୋଇ ଭୁକୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପଲିଥିନ ମଧ୍ୟରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ପୋଲିସ ସହାୟତାରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ଶିଶୁଟିର ଚିକିତ୍ସା ଜାରି ରଖିଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ଗୁରୁବାର ସକାଳେ ମହିଳା ଜଣକ ଶିଶୁଟିକୁ ନାଳରେ ଫୋପାଡିବା ପରେ କୁକୁରଟି ପଲିଥିନ ବାହାରକୁ ଆଣି ଭୋକିବାକୁ ଆରମ୍ଭ କରିଥିଲା। ଏହି ସମୟରେ ସେଠାରେ ଥିବା ମୁଖତାର ନାମକ ଜଣେ ବ୍ୟକ୍ତି ଛୋଟ ପିଲାଙ୍କ କାନ୍ଦଣା ଶୁଣି ପଲିଥିନ ନିକଟକୁ ଆସି ଦେଖିବାରୁ ସେଥିରେ ନବଜାତ ଶିଶୁଟି ବନ୍ଧା ହୋଇଥିବା ଦେଖାଯାଇଥିଲା। ଏହାପରେ ମୁଖତାର ପାଖ ପଡୋଶୀଙ୍କ ସହାୟତାରେ ପୋଲିସକୁ ଖବର ଦେଇ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ସମସ୍ତ ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପ୍ରସବର ୮ଘଣ୍ଟା ପରେ ପରୀକ୍ଷା ହଲ୍‌ରେ ପହଞ୍ଚିଲେ ମା’

ଆଗ୍ରା,୯।୬: ମା’ର ଦୃଢ ଇଚ୍ଛା ଶକ୍ତିର ଉଦାହରଣ ଏବେ ଦେଖିବାକୁ ମିଳିଛି ଆଗ୍ରାରେ। କାଗାରୋଲରେ ରହୁଥିବା ପ୍ରିୟଙ୍କା ବର୍ମା ନାମକ ଜଣେ ଛାତ୍ରୀ ସନ୍ତାନ ଜନ୍ମ...

ଶାହିନ୍‌ବାଗ୍‌ରୁ ଟାଇମ୍‌ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍‌ ଦାଦୀ

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍‌ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ...

ବାତ୍ୟା ‘ଅମ୍ଫନ’ର ପ୍ରଭାବ: ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

କୋଲକାତା,୧୯।୫: ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏହା ସ୍ଥଳଭାଗ ଛୁଇଁବା ବେଳେ ବ୍ୟାପକ କ୍ଷୟକ୍ଷତି...

ବିପିନ୍‌ ରାଓ୍ବତ ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି।...

ଅର୍ଦ୍ଧନଗ୍ନ ହୋଇ ପ୍ରାର୍ଥିପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ଅଞ୍ଜନୀ ପାଣ୍ଡେ

ରାଞ୍ଚି,୧୯।୪: ସ୍ବାଧିନ ପ୍ରାର୍ଥୀ ତଥା ଆଦିବାସୀ କିଶାନ ମଜଦୁର ପାର୍ଟି(ଏକେଏମ୍‌ପି) ନେତା ଅଞ୍ଜନୀ ପାଣ୍ଡେ ଏବେ ଚର୍ଚ୍ଚାରେ। କାରଣ ଗୁରୁବାର ସେ ରାଞ୍ଚି ଲୋକ ସଭା...

କେଜରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବହୁ ରାଜନେତା, ଦଳିୟ କର୍ମୀ ଓ ଶୁଭେଚ୍ଛୁ ଜନ୍ମଦିନର...

ଦୁଇମାସ ପରେ ହଟିଲା କଟକଣା: ଆଜିଠୁ କଶ୍ମୀର ଯାଇପାରିବେ ପର୍ଯ୍ୟଟକ

ଶ୍ରୀନଗର,୧୦ା୧୦: ଜମ୍ମୁ-କଶ୍ମୀରରେ ପର୍ଯ୍ୟଟକଙ୍କ ଭ୍ରମଣ ଉପରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ରହିଥିବା କଟକଣାକୁ ଶେଷରେ ହଟାଇଦିଆଯାଇଛି। ଫଳରେ ଗୁରୁବାରଠାରୁ ପର୍ଯ୍ୟଟକ ମାନେ ଜମ୍ମୁ-କଶ୍ମୀରକୁ ଭ୍ରମଣରେ...

ଦୋଷୀଙ୍କୁ କେବେ ମିଳିବ ଦଣ୍ଡ କହି କୋର୍ଟ ରୁମ୍‌ରେ କାନ୍ଦି ପକାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୧୨।୨: ନିର୍ଭୟା ଦୋଷୀଙ୍କ ପାଇଁ ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହେବା ସତ୍ତ୍ୱେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଫାଶୀ ମିଳିପାରିନାହିଁ। ଆଇନ ଆଳରେ ନିର୍ଭୟା ଦୋଷୀ...

Advertisement


Archives

Model This Week