Posted inରାଜ୍ୟ

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଗଲା। ସେପଟେ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ପୁତ୍ରକୁ ଏକ ବସ୍ତାରେ ପୂରାଇ ଫିଙ୍ଗିବାକୁ ନେଇଥିଲେ ବାପା। ହେଲେ ହଠାତ୍‌ ଶିଶୁଟି ବସ୍ତା ଭିତରେ ଗୋଡ ହାତ ହଲାଇବାରୁ ସେ ଜୀବିତ ଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ଅନୁଗୋଳ ଜିଲା ମୁଖ୍ୟ ପରିସରରେ ବୁଧବାର ଏହି ଘଟଣା ସହରରେ ଆଲୋଚନାର ବିଷୟ ପାଲଟିଯାଇଛି।
ସୂଚନା ମୁତାବକ, ଅନୁଗୋଳ ଥାନା କାଙ୍ଗୁଲା ଅଞ୍ଚଳର ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମାତ୍ର ୭ ମାସର ଗର୍ଭବତୀ ହୋଇଥିଲେ ମଧ୍ୟ ଏକ ଶିଶୁପୁତ୍ରକୁ ଉକ୍ତ ନର୍ସିଂହୋମ୍‌ରେ ଜନ୍ମ ଦେଇଥିଲେ। ପରେ ଉଭୟ ମା’ ଓ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ସହ ପ୍ରସୂତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରେ ନବଜାତକଙ୍କ ବାପା ଶିଶୁଟିକୁ ଫିଙ୍ଗିବା ପାଇଁ ଏକ ଜରି ବସ୍ତାରେ ଭର୍ତ୍ତି କରି ବାଇକ୍‌ରେ ଝୁଲାଇ ଦେଇଥିଲେ। କିଛି ସମୟରେ ସେଠାକୁ ଆସିବାରେ ବ୍ୟାଗ ହଲୁଥିବା ଦେଖିବାକୁ ମିଳିଥିଲା। ବସ୍ତା ଖୋଲିବାରେ ଶିଶୁଟି ଜୀବିତ ଥିବା ଜଣାପଡିଥିଲା। ଏହା ପରେ ସଙ୍ଗେ ସଙ୍ଗେ ନବଜାତକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ଜୀବିତ ଥିବା ଜାଣି ପରିବାରରେ ଖୁସି ଖେଳିଯାଇଛି। ତେବେ ଖବରଲେଖା ହେବା ସୁଦ୍ଧା ନବଜାତକର ଅବସ୍ଥା ଗୁରୁତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଚାଷୀଙ୍କୁ ପିଏମ୍‌ କିଷାନ: ସମସ୍ତ ଯୋଗ୍ୟ ଚାଷୀ ପାଇବେ ଟଙ୍କା

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପ୍ରଧାନମନ୍ତ୍ରୀ(ପିଏମ୍‌) କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ। ଏ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

ରଥଯାତ୍ରା ସିଧା ପ୍ରସାରଣ ବିବାଦ: ହାଇକୋର୍ଟରେ ମାମଲା

କଟକ ଅଫିସ, ୧୧।୬: ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦ ହାଇକୋର୍ଟରେ ପହଞ୍ଚତ୍ଛି। ପୁରୀ ତିଆଡ଼ିସାହିର ପ୍ରସନ୍ନ କୁମାର ଦାସଙ୍କ ପକ୍ଷରୁ ସୋମବାର ଏ...

ଆସନ୍ତା ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ ବହି: ମନ୍ତ୍ରୀ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ଏଣିକି ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ...

ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା: ସମସ୍ତ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ବେକରେ ଜାଭେଲିନ ପଶି ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ଗୁରୁତର ଛାତ୍ର ସଦାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି...

ଆଜି ରାଜ୍ୟରୁ ସର୍ବାଧିକ ୨୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୩୦ରେ ପହଞ୍ଚିଥିବା ରାଜ୍ୟ...

ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି...

ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ବରୀ,୨୭ା୬(ଡି.ଏନ.ଏ.): ଭୌଗୋଳିକ ଦୃଷ୍ଟିକୋଣରୁ ବରୀ ବ୍ଲକ୍‌କୁ ଦୁଇ ଭାଗ କରିଛି ବ୍ରାହ୍ମଣୀ ନଦୀ। ଏହି ନଦୀର ବାମପାର୍ଶ୍ୱରେ ୧୬ଟି ପଞ୍ଚାୟତ ସହିତ ବରୀ ରାମଚନ୍ଦ୍ରପୁର ଥାନା,...

ଜଟଣୀ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଲୋକଙ୍କ କବ୍‌ଜାରେ ସରକାରୀ ଜମି

ଜଟଣୀ,୧୦ା୮(ଡି.ଏନ.ଏ.): ଜଟଣୀ ତହସିଲ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ତହସିଲ ଅନ୍ତର୍ଗତ ଷଣ୍ଢପୁର ମୌଜାର ପ୍ଲଟ ନଂ. ୫୮୫ ଓ ୬୧୬ରେ ଥିବା...

Advertisement
Archives

Model This Week