ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା

ନରାଜ, ୨୮।୫ (ଡି.ଏନ୍‌.ଏ.): କରୋନା ଓ ଲକ୍‌ଡାଉନ୍‌ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ ମହାଦେଶର ଏହି ସର୍ବବୃହତ୍‌ ଚିଡ଼ିଆଖାନା ଉପରେ କରୋନା ମାଡ଼ ପଡ଼ିଛି। ମାର୍ଚ୍ଚ ୧୫ରୁ ନନ୍ଦନକାନନରେ ତାଲା ଝୁଲୁଛି। ରାଜ୍ୟରେ ସଂକ୍ରମଣ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋଙ୍କ୍ସ ଚିଡିଆଖାନାରେ ବାଘ ଶରୀରରେ କରୋନା ଭୂତାଣୁ ଠାବ ହେବାପରେ ନନ୍ଦନକାନନକୁ ସଂକ୍ରମଣ ଭୟ ଘାରିଛି। ଯେପରି ଏହା ମଧ୍ୟକୁ ଭୂତାଣୁ ପ୍ରବେଶ ନ କରିବ ସେଥିପାଇଁ କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନନ୍ଦନକାନନକୁ ବାହାର ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ କେବଳ ଜୀବଜନ୍ତୁଙ୍କ ଦାୟିତ୍ୱରେ ଥିବା କେତେଜଣ କର୍ମଚାରୀମାନଙ୍କୁ ପାଳିକରି ଭିତରକୁ ଛଡାଯାଉଛି। ସେମାନେ ନିୟମିତ ସାନିଟାଇଜର ବ୍ୟବହାର କରିବା ସହ ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ ରଖି କାର୍ଯ୍ୟ କରୁଛନ୍ତି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ପଠାଉଛି ଏମ୍ସ

ଭୁବନେଶ୍ୱର,୩୧ା୫(ବ୍ୟୁରୋ):କୋଭିଡ୍‌ ମହାମାରୀ ସମୟରେ ମେଡିକାଲରେ ବେଡ୍‌ ପାଇବାକୁ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏପରିସ୍ଥିତିରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗୁରୁତର ଅଣକୋଭିଡ୍‌...

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥ, ଦଲାଲ ଗିରଫ

କଟକ ଅଫିସ,୧୩।୧୦: ବେଆଇନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ମଧ୍ୟସ୍ଥ ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର...

‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ

ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ...

ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କୁ ଇଡି ତଦନ୍ତରେ ଆଣି ପଚରାଉଚରା ଚଳାଇଛି। ଏହାରି ମଧ୍ୟରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ...

ଏହି ଶିକ୍ଷାନୁଷ୍ଠାନରେ ୯୨ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୮।୩: କର୍ନାଟକର ମଣିପାଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଇତିମଧ୍ୟରେ ୯୨ରେ ପହଞ୍ଚିଛି। ପୂର୍ବରୁ ୫୯ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌...

ଆଜି ଚୂଡ଼ାନ୍ତ ହେବ ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ

ଭୁବନେଶ୍ୱର, ୯।୫(ବ୍ୟୁରୋ): ଶିକ୍ଷା କ୍ଷେତ୍ରକୁ କରୋନା ବ୍ୟାପକ ପ୍ରଭାବିତ କରିଛି। ଅଧିକାଂଶ ଶ୍ରେଣୀରେ ପରୀକ୍ଷା ଶେଷ ହୋଇ ନ ଥିବାବେଳେ ମାଟ୍ରିକ ଖାତା ମୂଲ୍ୟାୟନ ମଧ୍ୟ...

ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ବେଣାଗଛ

ପଟ୍ଟାମୁଣ୍ଡାଇ,୩ା୩(ସ୍ବ.ପ୍ର .): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଉର୍ବର ଚାଷ ଜମିରେ ବେଣାଗଛ ହେବା ଯୋଗୁ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଫଳରେ ଚାଷକାର୍ଯ୍ୟ କରିବାରେ...

ଦେବସ୍ନାନ ଅବ୍ୟବହିତ ପୂର୍ବରୁ ଲାଗୁହେବ ୧୪୪ ଧାରା: ସମୀକ୍ଷା କଲେ କଟକ ଉପଜିଲାପାଳ

ନିଶ୍ଚିନ୍ତକୋଇଲି,୩୦ା୫(ସ୍ବ.ପ୍ର.): ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବ। ଏହି ଅବସରରେ ପୀଠରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା...

Advertisement
Archives

Model This Week