ନନ୍ଦନକାନନକୁ ଆସିବ ଜିରାଫ, ହଳଦିଆ ଆନାକୋଣ୍ଡା

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ନନ୍ଦନକାନନ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନକୁ ଆସିବାକୁ ଯାଉଛି ହଳେ ଜିରାଫ ଓ ହଳେ ହଳଦିଆ ଆନାକୋଣ୍ଡା। ଗ୍ରୀଷ୍ମପ୍ରବାହ କମିଲେ ଏହି ଅତିଥିଙ୍କୁ ଆଣିବାର ଯୋଜନା ରହିଛି। ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହମତି ମଧ୍ୟ ମିଳିସାରିିଛି। ଏହି ନୂଆ ଅତିଥି ଆସିଲେ ଖୁସି ପାଇଁ ସାଥୀ ଓ ନନ୍ଦନକାନନରେ ଆଉ ଏକ ନୂଆ ପ୍ରଜାତି ଯୋଡିହେବ।
ପ୍ରକାଶ ଯେ, ନନ୍ଦନକାନନର ଶେଷଭାଗ ଆଡକୁ ରହିଥିବା ୧୦୦ନଂ ଏନକ୍ଲୋଜରରେ ରହିଛି ଜିରାଫ ଖୁସି। ସାଥୀକୁ ଅପେକ୍ଷା କରି ଦୁଇବର୍ଷ ୩ମାସ ହେଲା ନିଃସଙ୍ଗ ଜୀବନ ବିତାଉଛି। ସେମାନଙ୍କ ବଂଶବୃଦ୍ଧି ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ମହୀଶୂର ଚିଡିଆଖାନା ସହ କଥାବାର୍ତ୍ତା ସରିଥିଲା। ହଳେ ଜିରାଫ ବଦଳରେ ହଳେ ସିମ୍ପାଜି ଦେବାକୁ ନନ୍ଦନକାନନ ରାଜି ହୋଇଥିବାବେଳେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ମଧ୍ୟ ଉଭୟ ଚିଡିଆଖାନାର ସହମତି ଉପରେ ମୋହର ଲଗାଇଥିଲେ। ଏହି ସମୟସୀମା ୧ବର୍ଷ ମଧ୍ୟରେ ଅଦଳବଦଳ ପ୍ରକ୍ରିୟାକୁ ତ୍ୱରାନ୍ବିତ କରା ନ ଯିବାରୁ ତାହାର ସମୟ ପୂର୍ଣ୍ଣ ହୋଇଯାଇଥିଲା। ତେବେ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତମାସ ୨୨ତାରିଖରେ ଏକ ବୈଠକ ନୂଆଦିଲ୍ଲୀରେ ରହିଥିଲା। ବୈଠକରେ ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଓ ମହୀଶୂର ଚିଡିଆଖାନା କର୍ତ୍ତୃପକ୍ଷ ଯୋଗଦେଇଥିଲେ। ଉଭୟଙ୍କ ସହମତିରେ ସିମ୍ପାଜି ନେବା ଓ ପ୍ରତିବଦଳରେ ଜିରାଫ ଦେବା କଥାବାର୍ତ୍ତା ପୁଣି ସଫଳ ହୋଇଥିଲା। ଉଭୟଙ୍କ ନିଷ୍ପତ୍ତିି ଓ ସହମତିକୁ କେନ୍ଦ୍ରୀୟ ଚିିଡିଆଖାନା କର୍ତ୍ତୃପକ୍ଷଙ୍କୁ ପଠାଯାଇଛି, ଖୁବଶୀଘ୍ର ତାଙ୍କର ମଞ୍ଜୁର ମିଳିଯିବ ବୋଲି ମଧ୍ୟ ଜଣାପଡିଛି। ଏହାସହ ଆରିଗିନାର ଆନ୍ନା ଜୁଲୋଜିକାଲ ପାର୍କ ଚେନ୍ନାଇରୁ ହଳେ ହଳଦିଆ ଆନାକୋଣ୍ଡା ଆସିବାର ବାଟ ମଧ୍ୟ ପରିଷ୍କାର ହୋଇଯାଇଛି। ଏଥିନିମନ୍ତେ କଥାବାର୍ତ୍ତା ମଧ୍ୟ ସଫଳ ହୋଇଯାଇଛି। ଆନାକୋଣ୍ଡା ବଦଳରେ ନନ୍ଦନକାନନରୁ ଏକ ପାଣିଗୋଧି ଦେବାକୁ ପଡିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କୁହନ୍ତି, ଉଭୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଆଲୋଚନାରେ ସହମତି ମିଳିଛି। ଖରା ଟିକେ କମିଲେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ। ଖୁବଶୀଘ୍ର କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ମଞୁରି ପତ୍ର ଏଥିନିମନ୍ତେ ମିଳିବାକୁ ଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri