ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.): ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି ଯାଜପୁରର ମୁଖ୍ୟରାସ୍ତା ଗାନ୍ଧୀଛକଠାରେ ଦୀର୍ଘସମୟ ଧରି ରାସ୍ତାରୋକୋ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକମାନେ ଜିଦ୍‌ ଧରି ବସିଥିଲେ। ପରେ ଏସ୍‌ପି ଓ ଜିଲାପାଳ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ପୋଲିସ ଫୋର୍ସ ଉପସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଗାନ୍ଧୀଛକ ନିକଟରେ ଥିବା କଂସେଇ ଖାନାକୁ ସିଲ୍‌ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଯାଜପୁର ସହରର ବିଶ୍ୱହିନ୍ଦୁପରିଷଦ ପକ୍ଷରୁ ବୁଧବାର ସଫେଇ କାର୍ଯ୍ୟକ୍ରମ କରାଯାଉଥିବାବେଳେ ବୈତରଣୀ ନଦୀ କିଲ୍ଲାଘାଟ ନିକଟ ରିଂରୋଡରେ ବସ୍ତାରେ ବନ୍ଧାହୋଇ ଗୋମାଂସ, ହାଡ଼, ମୁଣ୍ଡ ପଡ଼ି ରହିଥିବା ଦେଖିବାକୁ ପାଇଥଲେ। ଏହି ଘଟଣା ପ୍ରଚାରିତ ହେବାପରେ ବଜରଙ୍ଗ ଦଳର ଶତାଧିକ କର୍ମୀ ଯାଜପୁର ସହରର ମୁଖ୍ୟ ରାସ୍ତା(ଗାନ୍ଧୀଛକ)ଠାରେ ଦୀର୍ଘ ସମୟ ଧରି ରାସ୍ତାରୋକୋ କରିଥିଲେ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଯାଜପୁର ଜିଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକୋ ହଟିଥିଲା। ପରେ ବିଶ୍ୱହିନ୍ଦୁ ପରିଷଦ ଜିଲା ସୁରକ୍ଷା ପ୍ରମୁଖ ବାଦଲ ନାୟକ ଥାନାରେ ଏକ ଲିଖିତ ଏତଲା ଦାଏର କରିଥିଲେ। ଯେଉଁଥିରେ ସେକ୍‌ ରଫିକ୍‌, ସେକ୍‌ କାଲା, ସେକ୍‌ ଗୋଲାମ, ରେକ୍‌ ରାଜୁ, ସେକ୍‌ କାଡି, ସେକ୍‌ ବସିର୍‌ ଓ ସେକ୍‌ ଗୋରା ପ୍ରମୁଖ ଏକ ବେଆଇନ କଂସେଇଖାନା ଚଳାଇ ଆସୁଛନ୍ତି ଓ ସେମାନେ ଗୋରୁମାଂସଗୁଡିକୁ ସର୍ବସାଧାରଣ ବ୍ୟବହାର ସ୍ଥାନରେ ବାରମ୍ବାର ପକାଇ ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରି କି ଏହି ବେଆଇନ କଂସେଇଖାନାରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାର ଗୋରୁଙ୍କୁ ହତ୍ୟା କରାଯାଉଛି। ବୈତରଣୀରେ ଶ୍ରାବଣୀଙ୍କ ଭିଡ଼ ଓ ଧର୍ମୀୟ ଭାବନାକୁ ନଷ୍ଟ କରିବା ନିମନ୍ତେ ଏକ ପ୍ରକାର ହୀନ ଚକ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି। ଏଣୁ ବେଆଇନ ଭାବେ ଚାଲିଥିବା କଂସେଇଖାନାକୁ ତୁରନ୍ତ ବନ୍ଦ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ବଜରଙ୍ଗ ଦଳ ସଂଯୋଜକ ସମୀର ନାୟକ, ଅରବିନ୍ଦ ଦାସ, ମଣ୍ଟୁ ପଟ୍ଟନାୟକ, ଲିପୁନ୍‌ ପାତ୍ର, ରଂଜନ ମହାନ୍ତି, ହରିଶଙ୍କର ପାଣି, ମନ୍ମଥ ବରାଳ, ସୁଦୀପ୍ତ କୁମାର ପଣ୍ଡା, ସତ୍ୟଜିତ୍‌ ସ୍ବାଇଁଙ୍କ ସମେତ ଶତାଧିକ ବଜରଙ୍ଗ ଦଳର କର୍ମୀ ଯାଜପୁର ଥାନାରେ ପହଞ୍ଚତ୍ ଥାନା ଅଧିକାରୀଙ୍କୁ ଲିଖିତ ଏତଲା ପ୍ରଦାନ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ଏକ ମାମଲା(ନଂ.୨୨୭/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନରେ ଯାଜପୁର ତହସିଲଦାର ସୁନୀଲ କୁମାର ମେହେର, ଥାନା ଅଧିକାରୀ ଆଶିଷ କୁମାର ସାହୁ, ସ୍ବାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ଗାନ୍ଧୀଛକ ନିକଟରେ ଥିବା କଂସେଇଖାନାକୁ ଯାଇ ଗୋମାଂସ ସମେତ କଟାଯାଉଥିବା ଯନ୍ତ୍ରକୁ ଜବତ କରିବା ସହ ଏହାକୁ ସିଲ୍‌ କରିଛନ୍ତି। ଏଥିସହ ବେଆଇନ କଂସେଇଖାନାକୁ ଚଳାଉଥିବା ୪ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ବର୍ଷବର୍ଷ ଧରି ଏହି ବେଆଇନ କଂସେଇଖାନା ଚାଲୁଥିବାରୁ ସ୍ଥାନୀୟ ବସ୍ତି ଲୋକମାନେ ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ପାଖରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଠାରେ ବେଆଇନ କଂସେଇଖାନା ଚାଲୁଥିବାରୁ ସ୍ଥାନୀୟ ଅଞ୍ଚଳର ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧରେ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇପଡୁଛନ୍ତି। ଯାଜପୁର ସହରରେ କୌଣସି ଅପରିସ୍ଥିତି ଘଟଣା ନ ଘଟିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri