ନଦୀରେ ଭାସିଗଲେ ୨ ଯୁବକ: ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ଚୌଦ୍ୱାର,୧୨ା୧୦ (ଡି.ଏନ୍‌.ଏ): ଶନିବାର ଅପରାହ୍ନରେ ବିରୁପା ନଦୀ ବ୍ୟାରେଜ ନିକଟରେ ଗାଧୋଉଥିବାବେଳେ ୨ଜଣ ଯୁବକ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚୌଦ୍ୱାର ହିଙ୍ଗୁଳାଇସାହି ହରିଜନ ବସ୍ତିର ଅବିନାଶ ନାଏକ, ତାଙ୍କ ସାନଭାଇ ଦେବା ଓ ପଡୋଶୀ ବଟ ଭୋଇ ଅପରାହ୍ନ ପ୍ରାୟ ୧୨ଟାରେ ବିରୁପା ନଦୀରେ ଗାଧୋଇବା ପାଇଁ ଘରୁ ଆସିଥିଲେ। ଦେବା କୂଳରେ ଠିଆହୋଇଥିବାବେଳେ ବଟ ଓ ଅବିନାଶ ପାଣି ଭିତରେ ପଶିଥିଲେ। ହେଲେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଭୟ ଭାସି ଯାଇଥିଲେ। ଏହାଦେଖି ଦେବା ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଅଜିତ ସାହୁ ନାମକ ଯୁବକ ପାଣିରେ ପଶି ବଟଙ୍କୁ ଉଦ୍ଧାର କରିଥିଲେ। ହେଲେ ଅବିନାଶ ପାଣିରେ ଭାସି ନିଖୋଜ ହୋଇଯାଇଛନ୍ତି। ଜଗତ୍‌ପୁର ପୋଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ସୁଦ୍ଧା ଅବିନାଶଙ୍କ ପତ୍ତା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ

ସାକ୍ଷୀଗୋପାଳ,୧୩।୧(ଡି.ଏନ୍‌.ଏ.): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସାନକଞ୍ଜିଆ,...

ଜଙ୍ଗଲରେ ନିଆଁ, ରାସ୍ତାରେ ହାତୀପଲ

ସମ୍ବଲପୁର,୨୭ା୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ହାତୀ ପଲ ୫୫ନଂ....

ପୂରଣ ହେଲାନି ମାଛ ଝୋଳ ଖାଇବା ଇଚ୍ଛା

ନନ୍ଦପୁର,୧୧ା୩ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପଡ଼ଇସିଂହ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀଘାଟକୁ ଗୁରୁବାର ୨ ଜଣ ନାବାଳିକା...

ଷଡ଼ଙ୍ଗୀ ରେଞ୍ଜରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୩।୧୦: ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜ ଗନ୍ଦିଆରେ ଏକ ୭ ବର୍ଷିଆ ହାତୀର ମୃତ୍ୟୁ ଘଟିଛି। ହାତୀଟି ସେଫ୍ଟିସେମିଆ ରୋଗରେ ପୀଡିତ ଥିଲା ବୋଲି...

ଆଜି ଢେଙ୍କାନାଳ ବନ୍ଦ

ଢେଙ୍କାନାଳ ଅଫିସ, ୨୨ା୭: ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଥିବାବେଳେ ଦୁର୍ଘଟଣା ଘଟି ଧନଜୀବନ ହାନି...

ପିକ୍‌ଅପ୍‌ ଧକ୍କାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପରଜଙ୍ଗ, ୫।୧୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିନ ଗଡ଼ପଳାଶୁଣି-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ଏକ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ...

ଗରାଖକଁର ପହେଲା ପସନ୍‌ ପ୍ରହଲ୍ଲାଦକଁର ଦହିବରା

  ଜାମଟିକ୍ରା, ୧୩।୮ (ଡି.ଏନ୍‌.ଏ.): ସମାଜର ପରିବରତନ୍‌ ସଂଗେ ଲୁକ୍‌କର ଖାଏଦ୍‌ ରୁଚି ବି ବଦଲୁଛେ। ଆଏଜ୍‌କାଲି ଅନେକ ଜାଗାରେ ରାସ୍‌ତା ତରେ, ବଜାରରେ ନାନା...

ଯାଜପୁର ଜିଲାରେ ଆବାସ ତାଲିକା: ୨୬ ରୁ ୧୯ ପଞ୍ଚାୟତରେ ଗରିବ ନାହାନ୍ତି

ଯାଜପୁର ଅଫିସ,୨୦ା୧: ଖୁସିର ଖବର ଯାଜପୁର ଜିଲା ସଦର ବ୍ଲକରେ ଗରିବ ଲୋକଙ୍କ ସଂଖ୍ୟା କମିଛି। ଏହି ବ୍ଲକରେ କୁଡିଆ କିମ୍ବା ମାଟି ଘରେ ରହୁଥିବା...

Advertisement
Archives

Model This Week