ନଦୀବନ୍ଧ ଘାଇ ମରାମତି ଆରମ୍ଭ

ଚଣ୍ଡିଖୋଲ,୭ା୧୧(ଡି.ଏନ୍‌.ଏ.):କଟକ ଜଗତ୍‌ପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇକୁ ଯାଇଥିବା କେନାଲରେ ଗତ ମାସ ୨୯ ତାରିଖରେ ୧୦୦ ଫୁଟ୍‌ର ଘାଇ ହୋଇଥିଲା। ଏହି ଘାଇ ସୃଷ୍ଟି ହେବା ଯୋଗୁ ବିରୂପା ନଦୀବନ୍ଧ ଭାଙ୍ଗିଥିଲା। ୧୦୦ ବର୍ଷର ଏହି ନଦୀ ବନ୍ଧ କଟକ ଜିଲାର ତ୍ରିବେଣୀଶ୍ୱରଠାରେ ଭାଙ୍ଗିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ବନ୍ୟା ଦାଉରୁ ରକ୍ଷା ପାଇଁ ହୋଇଥିବା ନଦୀବନ୍ଧ କେନାଲର ଜଳସେଚନ ପାଇଁ ଯାଉଥିବା ପାଣିରେ ଭାଙ୍ଗିବା ନେଇ ବିଭାଗୀୟ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏପରି କି ହଜାର ହଜାର ଚାଷୀ ଏହା ମନୁଷ୍ୟକୃତ ଘାଇ ବୋଲି ପ୍ରକାଶ କରିଥିଲେ। ପଟ୍ଟାମୁଣ୍ଡାଇ କେନାଲଟି କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ଦେଇ ପ୍ରବାହିତ। ବର୍ତ୍ତମାନ ଚାଷୀଙ୍କ ଧାନ ଥୋଡ଼ ବାହାରୁଥିବାରୁ କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ଚାଷଜମି ଫାଟି ଆଁ କରିଥିଲା। ତେବେ ମହାନଦୀ ନର୍ଥ ଡିଭିଜନ୍‌ ଜଳସମ୍ପଦ ବିଭାଗ ପକ୍ଷରୁ ଏହି କେନାଲ ବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ପରୀକ୍ଷଣ ଭାବେ ଗତ ୨ ତାରିଖରୁ କେନାଲରେ ପାଣି ଛଡ଼ାଯିବା ଯୋଗୁ ୩ ଜିଲାର ଚାଷୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ଜଗତ୍‌ପୁରଠାରୁ ପଟ୍ଟାମୁଣ୍ଡାଇର ଅଳଭା ପର୍ଯ୍ୟନ୍ତ ଲମ୍ବିଥିବା ୮୦ କିଲୋମିଟର ଲମ୍ବ ପଟ୍ଟାମୁଣ୍ଡାଇ କେନାଲ ଉପରେ ୩ଟି ଜିଲାର ଚାଷୀ ନିର୍ଭର କରିଥାନ୍ତି। ସରକାରୀ ଆକଳନ ଅନୁଯାୟୀ ଏହି କେନାଲ ଦ୍ୱାରା ୩୨ ହଜାର ୭ ଶହ ୨୦ ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ। ତେବେ ୨୯ ତାରିଖ ଭୋର ୩ଟାରେ ତ୍ରିବେଣୀଶ୍ୱରଠାରେ ବିରୂପା ନଦୀବନ୍ଧ ଭାଙ୍ଗିଯିବା ଦ୍ୱାରା କେନାଲର ସମସ୍ତ ପାଣି ବିରୂପା ନଦୀକୁ ଚାଲି ଯାଇଥିଲା, ଯେଉଁଥିପାଇଁ ଏହି କେନାଲର ତଳମୁଣ୍ଡକୁ ଆଦୌ ପାଣି ଯାଉ ନ ଥିଲା। କେନାଲ ବନ୍ଧ ଭାଙ୍ଗିବା ନେଇ ଚାଷୀଙ୍କ ମଧ୍ୟରେ ହାହାକାର ପଡ଼ିଯାଇଥିଲା। ଯଦି କେନାଲରେ ପାଣି ନ ଆସେ ତାହାଲେ ସମ୍ପୂର୍ଣ୍ଣ ଧାନଫସଲ ନଷ୍ଟ ହୋଇଯିବ। ସେହିଦିନ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ସାଗର ରଞ୍ଜନ ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜୀବ କୁମାର ବେହେରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ ଘାଇ ବନ୍ଦ ପାଇଁ ପ୍ରଚେଷ୍ଟା କରିଥିଲେ। ୩ ଦିନ ପରେ ଘାଇକୁ ବାଲିବସ୍ତା ପକାଇ ବନ୍ଦ କରିବା ପରେ ପ୍ରଥମକରି ୨ ତାରିଖରେ ୧୦୦ କ୍ୟୁସେକ୍‌ ଜଳ ପରୀକ୍ଷଣ ଭାବେ ଛାଡ଼ିଥିଲେ। ୩ ତାରିଖରେ ୩୦୦ କ୍ୟୁସେକ୍‌ ଜଳ ଛଡ଼ାଯାଇଥିଲା। ଘାଇ ମରାମତି ପରେ ୪ ତାରିଖରେ ୬୦୦ କ୍ୟୁସେକ୍‌ ଜଳ କେନାଲ ମଧ୍ୟ ଦେଇ ଛାଡ଼ିଛନ୍ତି, ଯଦ୍ଦ୍ବାରା ଚାଷୀ କିଛି କିଛି ଅଂଶରେ ଚାଷଜମିରେ ପାଣି ମଡ଼ାଇ ପାରିଛନ୍ତି। ତେବେ ୨ ଦିନ ମଧ୍ୟରେ ୯୦୦ କ୍ୟୁସେକ୍‌ ଜଳ ଛଡ଼ାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦାସଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ଭୋଇ, ପ୍ରତ୍ୟୁଷ ତରାଇ, ସାରଦା ପ୍ରସନ୍ନ ସେଠୀ ଓ ଅଶୋକ କୁମାର ସାହୁ ପ୍ରମୁଖ ଯନ୍ତ୍ରୀ ରହି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଘାଇ ପୋତା କାର୍ଯ୍ୟ ୭୫ ଭାଗ ସରିଗଲେ ସମ୍ପୂର୍ଣ୍ଣ କେନାଲରେ ପାଣି ଛାଡ଼ିବେ ବୋଲି ସେମାନେ ସୂଚନା ଦେଇଛନ୍ତି। ନଦୀବନ୍ଧଟି ବହୁ ପୁରୁଣା ହୋଇଥିବାବେଳେ ୧୯୫୫, ୧୯୭୫, ୧୯୮୨, ୨୦୦୧, ୨୦୧୧ରେ ବିରୂପା ନଦୀରେ ବଡ଼ ବନ୍ୟା ଆସିଥିଲେ ମଧ୍ୟ ତ୍ରିବେଣୀଶ୍ୱରଠାରେ କେବେବି ଘାଇ ସୃଷ୍ଟି ହୋଇନାହିଁ। କେନାଲର ଜଳସେଚନ ପାଣିରେ କିପରି ନଦୀବନ୍ଧ ଭାଙ୍ଗିଲା ଏଥିନେଇ ତଦନ୍ତର ଆବଶ୍ୟକତା ଅଛି ବୋଲି ବହୁ ଚାଷୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, କିପରି ଶୀଘ୍ର ଘାଇ ପୋତି କେନାଲରେ ସମ୍ପୂର୍ଣ୍ଣ ପାଣି ଛାଡ଼ିବୁ ତାକୁ ପ୍ରାଥମିକତା ଦେଇଛୁ। ଏହା ସରିଲା ପରେ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri