Posted inଖେଳ

ଧୋନୀ ମୋର ପରାମର୍ଶଦାତା: ପନ୍ତ

ନୂଆଦିଲ୍ଲୀ,୨।୫(ପି.ଟି.): ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମୋର ଗୁରୁ ଭଳି। ସବୁବେଳେ ସେ ସାହାଯ୍ୟ କରିବା ପାଇଁ ଉପସ୍ଥିତ ଥାଆନ୍ତି। ତେବେ ସେ କୌଣସି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରି ନ ଥାନ୍ତି। ଯାହା ଫଳରେ ଯୁବ ଖେଳାଳିମାନେ ତାଙ୍କ ଠାରୁ ସବୁବେଳେ ଉତ୍ତର ବା ସମାଧାନ ପାଇଁ ଚାହିଁ ବସିଥାନ୍ତି। ପଡିଆ ଭିତରେ ହେଉ କି ବାହାରେ ଧୋନୀ ମୋର ପରାମର୍ଶଦାତା ରହିଆସିଥାନ୍ତି। ଯେକୌଣସି ପ୍ରକାର ସମସ୍ୟା ପାଇଁ ତାଙ୍କଠାରୁ ପରାମର୍ଶ ଲୋଡିଥାଏ। ତେବେ ସେ ଏହାର ସମ୍ପୂର୍ଣ୍ଣ ସମାଧାନ ରାସ୍ତା ଦେଖାଇ ନ ଥାନ୍ତି ବୋଲି ପନ୍ତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍‌ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ସେସନରେ ଭାଗ ନେଇ କହିଛନ୍ତି। ଫଳରେ ତାଙ୍କ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ହୋଇ ନ ଥାଏ। କେବଳ ନିଜର ସମସ୍ୟାର ସମାଧାନ ପାଇଁ ଅବଶ୍ୟ ଏହା ପର୍ଯ୍ୟାପ୍ତ ହୋଇଥାଏ। ସେ ମଧ୍ୟ ମୋର ଫେଭରାଇଟ ବ୍ୟାଟିଂ ପାର୍ଟନର। ଯଦିଓ ଆମେ ଏକାଠି ବ୍ୟାଟିଂ କରିବାର ସୁଯୋଗ ସବୁବେଳେ ପାଇନାହୁଁ ବୋଲି ପନ୍ତ କହିଛନ୍ତି।
କ୍ରିଜ୍‌ରେ ଥିବା ବେଳେ ଧୋନୀଙ୍କର ନିର୍ଦ୍ଦିଷ୍ଟ ଯୋଜନା ଥାଏ ଓ ତାହାକୁ ଅନୁସରଣ କରିବା ସମସ୍ତଙ୍କର କାମ ହୋଇଥାଏ। ଗତ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ଖେଳିବା ପରେ ଧୋନୀ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି। ତେବେ ଆଇପିଏଲ୍‌ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା ଧୋନୀ ପୁଣି ନିରାଶ ହୋଇଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇ ଘୁଞ୍ଚାଇ ଦିଆଯାଇଛି।
ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟ ପନ୍ତ ତାରିଫ କରିଛନ୍ତି। ଗାଙ୍ଗୁଲି ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ଥିଲେ ଓ ବ୍ୟାଟିଂରେ ସୁଧାର ପାଇଁ ସେ ପନ୍ତଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ। ଯାହା ଅବଶ୍ୟ କାମରେ ଆସିଥିଲା ବୋଲି ପନ୍ତ କହିଛନ୍ତି। ପ୍ରଥମେ କ୍ରିଜ୍‌ରେ କିଛି ସମୟ ବିତାଇବାକୁ ଓ ପରେ ଯାହା ଚାହିଁବ ତାହା କରିପାରିବ ବୋଲି ସେ ପରାମର୍ଶ ଦେଇଥିଲେ। ଆଇପିଏଲ ୨୦୧୮ ସଂସ୍କରଣ ମୋର ଭାଗ୍ୟ ବଦଳାଇ ଦେଇଥିଲା। ୧୪ଟି ମ୍ୟାଚ୍‌ରୁ ୫୨.୬୧ ରନ ହାରରେ ପନ୍ତ ୬୮୪ ରନ ସଂଗ୍ରହ କରିଥିଲେ। ଏଥିରେ ୬ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଏହି ସଂସ୍କରଣରେ ଦିଲ୍ଲୀ ତରଫରୁ ସେ ସର୍ବାଧିକ ରନ ସଂଗ୍ରହ କରି ନିଜ ଦକ୍ଷତାର ପ୍ରମାଣ ଦେବା ସହ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ ଓ ତାଙ୍କୁ ଶେଷରେ ଭାରତୀୟ ଦଳରେ ସ୍ଥାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri