Posted inଖେଳ

ଧୋନୀଙ୍କୁ ଟପି ପାରନ୍ତି ପନ୍ତ

ହାଇଦ୍ରାବାଦ,୫ା୧୨- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପନ୍ତ ଏପର୍ଯ୍ୟନ୍ତ ୭ଟି ଟି୨୦ ମ୍ୟାଚ୍‌ ଖେଳି ୩ ଷ୍ଟମ୍ପିଂ କରିଛନ୍ତି। ଏହି ଧାରାରେ ଧୋନୀ ଶୀର୍ଷରେ ଅଛନ୍ତି। ପୂର୍ବତନ ଅଧିନାୟକ ଧୋନୀ ସମାନ ପ୍ରତିପକ୍ଷ ଦଳ ବିପକ୍ଷରେ ୭ ମ୍ୟାଚ୍‌ ଖେଳି ୫ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍‌ ଆଉଟ୍‌ କରିଥିଲେ। ପନ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଏହାକୁ ଅତିକ୍ରମ କରିପାରନ୍ତି। ଭାରତ ବିପକ୍ଷରେ ସର୍ବାଧିକ ଷ୍ଟମ୍ପିଂ କରିଥିବା ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଉଇକେଟକିପର ଦିନେଶ ରାମଦିନ ୫ ଉଇକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ୪ ଷ୍ଟମ୍ପିଂ ସହ ଦିନେଶ କାର୍ତ୍ତିକ ୩ୟ ସ୍ଥାନରେ ଅଛନ୍ତି। ଉଲ୍ଲେଖଥାଉ କି, ଧୋନୀଙ୍କ ସ୍ଥାନ ନେବା ପରେ ପନ୍ତ ବ୍ୟାଟିଂ, ଉଇକେଟକିପିଂ ଓ ରିଭ୍ୟୁ ନିଷ୍ପତ୍ତି ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିଯୋଗୁ ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’ ଶ୍ରମିକ ଭାବେ କାର୍ଯ୍ୟ କରି ପୁଅକୁ ବଡ କଲେ, ପୁଅ ଦେଲେ ଏମିତି ଉପହାର

କୁହାଯାଏ, ପରିଶ୍ରମର ଫଳ କେବେ ବ୍ୟର୍ଥ ଯାଏ ନାହିଁ। ଏହି ଉକ୍ତିର ଜୀବନ୍ତ ପ୍ରମାଣ ହେଉଛନ୍ତି ଭାରତୀୟ ଦଳର ବାମହାତୀ ଦ୍ରୁତ ବୋଲର ଟି ନାଟରାଜନ।...

ଆଇପିଏଲ୍‌ ପାଇଁ ନୂଆ ବ୍ୟାଟ୍‌ କିଣିଲେ ରାଇନା, ପନ୍ତ

ମିରଟ, ୨୬।୭: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ନେଇ ତାରିଖ ସ୍ପଷ୍ଟ ହୋଇଯିବା...

ଦେଶର ଶ୍ରେଷ୍ଠ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା, ୨୦।୩(ପି.ଟି.)- ଭାରତୀୟ ଫୁଟ୍‌ବଲର ଏକ ଯୁଗର ଅନ୍ତ ହୋଇଛି। ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି ୮୩ ବର୍ଷୀୟ ପି.କେ. ବାନାର୍ଜୀଙ୍କ ଶୁକ୍ରବାର ପରଲୋକ...

ସ୍ତ୍ରୀଙ୍କ ପାଇଁ ଦିନେ ବ୍ୟବସାୟୀଙ୍କୁ ପିଟିଥିଲେ, ଏବେ ମ୍ୟାଚ୍‌ ଫିକ୍ସିଂ ଜାଲରେ ଫଶିଲେ

ଢାକା,୩୦।୧୦: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ୨ ବର୍ଷ ପାଇଁ ବାସନ୍ଦ...

ଶାହା, ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ,୨୫ା୧୨- ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ରିଦ୍ଧିମାନ ଶାହା ଓ ରିଷଭ ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି। ଦୁହିଁଙ୍କ ମଧ୍ୟରେ କରାଯାଉଥିବା ଅଦଳ ବଦଳ ଉଚିତ୍‌ ନୁହେଁ।...

ସେହ୍ବାଗ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ...

ବିଶ୍ୱକପ୍‌ ବିଜେତା ଡି ରୋସିଙ୍କ ଅବସର

ବୁଏନ୍ସ ଏରିଜ୍‌, ୭।୧ (ଏଏଫ୍‌ପି)- ବିଶ୍ୱକପ୍‌ ବିଜେତା ଭେଟେରାନ ଇଟାଲୀ ଫୁଟ୍‌ବଲ ଖେଳାଳି ଡାନିଏଲ ଡି ରୋସି ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ରୋସି...

ପଞ୍ଜାବକୁ ଭଲ ଫିନିଶିଂ ଦେଲେ ରାହୁଲ-ହରପ୍ରୀତ

ଅହମ୍ମଦାବାଦ,୩୦।୪ : ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଗରେ ୧୮୦ ରନ୍‌ର ଟାର୍ଗେଟ ଛିଡ଼ା କରିଛି କିଙ୍ଗ୍ସ ପଞ୍ଜାବ। ଅଧିନାୟକ ଲୋକେଶ...

Advertisement
Ten Cric Info


Archives

Model This Week