ଧୂଳିଧୂଆଁରେ ଅସ୍ତବ୍ୟସ୍ତ ଜୁରୁଡ଼ି-ବାମେବାରୀ

ଯୋଡ଼ା, ୧୦।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ଖଣିଜ ଶିଳ୍ପ ସମୃଦ୍ଧ ଜୁରୁଡି ଖଣି ଅଞ୍ଚଳ ଶନିବାର ସମ୍ପୂର୍ଣ୍ଣ ଟ୍ରାଫିକ ଜାମ୍‌ ହୋଇଯାଇଥିଲା। ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ରାଜ୍ୟ ରାଜପଥ ନଂ ୨ ଜୁରୁଡି-ବାମେବାରୀ ରାସ୍ତାର ହେଁସାବେଡା ଛକଠାରୁ ଜୁରୁଡି ଛକ ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ଲାଗି ରହୁଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖବର ନେବାରୁ ଜଣାଯାଏ ଯେ, ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀର ହଜାର ହଜାର ଖଣିଜ ବୋଝେଇ ଡମ୍ପର ଓ ଟ୍ରକ ଜୁରୁଡି ରେଳ ସାଇଡିଂ, ବାଂଶପାଣି ରେଳ ସାଇଡିଂ ଓ ନୟାଗଡ ରେଳ ସାଇଡିଂକୁ ପରିବହନ କରୁଛନ୍ତି। ଫଳରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ଓ ଏପରିକି ବିଭିନ୍ନ ସ୍ଥାନରେ ଖାଲଢିପ ସୃଷ୍ଟି ହୋଇଛି। ଏହି ଖାଲଢିପରେ ଗାଡ଼ିଗୁଡିକ ପଡିଯିବାରୁ ସେଗୁଡ଼ିକର ଯନ୍ତ୍ରାଂଶ ଭାଙ୍ଗିଯିବା ସହିତ ଦୁର୍ଘଟଣା ଘଟୁଛି ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହି ରାସ୍ତାକୁ ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ବ୍ୟବହାର କରୁଥିଲେ ହେଁ ଏହି ରାସ୍ତାରେ ପାଣି ସିଞ୍ଚନ କରୁ ନ ଥିବା ସ୍ଥାନୀୟ ଜୁରୁଡିର ବରିଷ୍ଠ ନାଗରିକ ସୁରେନ୍ଦ୍ର ନାଥ ମହାନ୍ତି, ବୀର ପେଣ୍ଠେଇ, ଦାସ ପେଣ୍ଠେଇ, ଶେର ମହମ୍ମଦ, ମଧୁ ମାହାଲା ପ୍ରମୁଖ ଅଭିଯୋଗ କରିଛନ୍ତି। ହଜାର ହଜାର ଟ୍ରକ, ଡମ୍ପର ଯାତାୟାତ ଯୋଗୁ ଧୂଳି ଉଡିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଭାବିତ ହେଉଛନ୍ତି। ଖଣି କମ୍ପାନୀମାନେ ଶୃଙ୍ଖଳିତ ବ୍ୟବସ୍ଥାରେ ପରିବହନ କାର୍ଯ୍ୟ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜଟିଳ ସମସ୍ୟା ଦେଖାଦେଇଛି। ଏଥିପାଇଁ ଅଧିକାଂଶ ସମୟରେ ସ୍କୁଲବସ୍‌ , ଯାତ୍ରୀବାହୀ ବସ୍‌, ୧୦୮, ୧୦୨ ଆମ୍ବୁଲାନ୍ସ, ବିଭିନ୍ନ ଖଣି କମ୍ପାନୀର ଆମ୍ବୁଲାନ୍ସ ଅଟକି ରହୁଛି। ଧୂଳି ହେତୁ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଘରେ ଥିବା ପାଣି, ଖାଦ୍ୟ ପଦାର୍ଥ ଏବଂ ପୋଷାକ ଉପରେ ଧୂଳିର ଆସ୍ତରଣ ଜମିଯାଉଛି। ବାଇକ ଓ ଚାରି ଚକିଆ ଯାନରେ ଯିବାବେଳେ ଏହି ଧୂଳି ଯୋଗୁ ସମ୍ମୁଖରେ କିଛି ଦେଖାଯାଏନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ। ଭିତ୍ତିଭୂମିର ବିକାଶ ନ କରି କେବଳ ରାଜସ୍ବ ଲୋଭରେ ହଜାର ହଜାର ଖଣିଜ ବୋଝେଇ ଟ୍ରକ ପରିବହନ କରିବା ପାଇଁ ଅନୁମତି ଦିଆଯାଉଛି। ଅନ୍ୟପକ୍ଷେ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେଶନ(ଡିଏମ୍‌ଏଫ୍‌)ରେ କୋଟି କୋଟି ଟଙ୍କା ଜିଲା ରାଜକୋଷରେ ଥାଇ ମଧ୍ୟ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ କରାଯାଉ ନ ଥିବା ସୁରେନ୍ଦ୍ର ନାଥ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri