ଧାନ ଫସଲ ଉଜାଡ଼ିଲେ ହାତୀପଲ

କାଳିଆପାଣି,୨୩ା୧୨ (ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଭାଲୁକିପାତଳା ଗ୍ରାମରେ ବୁଧବାର ରାତିରେ ଏକ ହାତୀ ପଲ ପସି ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଏକ ଛୁଆକୁ ଧରି ଧାନ ବିଲରେ ପସି ଧାନ ଖାଇଥିଲେ। ଫଳରେ ରାତି ତମାମ ଗ୍ରାମବାସୀ ହାତୀ ଘଉଡ଼ାଇଥିଲେ। ଛୁଆ ହାତୀ ରହିଥିବାରୁ ହାତୀ ପଲ ଗୁରୁବାର ସକାଳୁ ନିକଟ ଜଙ୍ଗଲକୁ ଚାଲିଯାଇଛନ୍ତି। ସୁକିନ୍ଦା ବନ ବିଭାଗ ପକ୍ଷରୁ ଏକ ଟିମ୍‌ ଭାଲୁକିପାତଳା ଗ୍ରାମ ନିକଟରେ ଜଗିଥିବା ବେଳେ କିଛି ଗ୍ରାମବାସୀ ମଧ୍ୟ ହାତୀ ପଲଙ୍କୁ ଜଗିଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ଯାଜପୁର ଓ ଢେଙ୍କାନାଳ ଜିଲା ସୀମାନ୍ତ ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଗ୍ରାମରେ ହାତୀ ପଲ ଧାନ ଫସଲ ନଷ୍ଟ କରିବା ସହ ଗ୍ରାମରେ ପସିଯାଇଥିଲେ। ଏହାପରେ ହାତୀପଲ କାମାକ୍ଷାନଗର ବ୍ଲକ୍‌ ଅଞ୍ଚଳଚାଷୀଙ୍କ ଧାନ ଫସଲ ନଷ୍ଟ କରିବା ପରେ ଭୁବନ ବ୍ଲକର ଅନଳ, କୁନିଦା, କଅଁସରଗୋଡା, ବାରୁଆଁ ଓ ମଝିପାଳ ଅଞ୍ଚଳରେ ରାତି ତମାମ ଧାନ ଫସଲ ଖାଇବା ସହ ନଷ୍ଟ କରିଥିଲେ। ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri