ଗରା,ବାଲ୍‌ଟି ଧରି ବିକ୍ଷୋଭ କଲେ ଗ୍ରାମବାସୀ

ଉଦଳା,୫ା୬(ଡି.ଏନ୍‌.ଏ.)- ଜଳକଷ୍ଟ ସମସ୍ୟା ନେଇ ମୟୂରଭଞ୍ଜ ଜିଲା ଉଦଳା ଏନଏସି ଅଧୀନ ମେଣ୍ଢାଖାଇ ଗ୍ରାମବାସୀ ଶୁକ୍ରବାର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଗ୍ରାମର ଶତାଧିକ ମହିଳା ପୁରୁଷ ହାତରେ ଗରା ଓ ବାଲ୍‌ଟି ଧରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ପାଣି ଯୋଗାଇ ଦିଅ ବୋଲି ଦାବି ଧରି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ। ତୁରନ୍ତ ପାଣି ଯୋଗାଇ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗ୍ରାମର ଦୀପକ ବେହେରା, ମୀନା ବେହେରା ଚେତାବନୀ ଦେଇଛନ୍ତି ା ଖବର ପାଇ ଉଦଳା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ପରେ ଉପଜିଲାପାଳ ଭଗବାନ ବେହେରା ପହଞ୍ଚତ୍ ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ଉପଜିଲାପାଳଙ୍କୁ ପଚାରିବାରୁ ଉକ୍ତ ଗ୍ରାମବାସୀ ୨ ଦିନ ପୂର୍ବରୁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ପାଣି ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି ା ତେବେ କୌଣସି ବିବାଦକୁ ନେଇ ଏହା ଅଟକି ରହିଥିବା ବେଳେ ଖୁବଶୀଘ୍ର ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ା ଉଲ୍ଲେଖଯୋଗ୍ୟ ଯେ, ଏହି ଗ୍ରାମରେ ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିତ୍ବା ବେଳେ ପାନୀୟ ଜଳ ସମସ୍ୟା ନେଇ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା...

ଗୋଟିଏ କୋଠାରୁ ୨୪ ପଜିଟିଭ ଚିହ୍ନଟ: ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ସିଏମ୍‌ସି

କଟକ ଅଫିସ,୨୫।୮: କଟକ ସହରର ୨୬ ନମ୍ବର ୱାର୍ଡ଼ସ୍ଥିତ କୁମ୍ଭାରସାହିର ଗୋଟିଏ କୋଠାରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସେହି କୋଠାକୁ...

ମେଢ଼ ଖୋଜୁଛି ମଣ୍ଡପ

ବଅଁରପାଳ,୧୮ା୯(ଡି.ଏନ.ଏ.) ପୂଜା ପାଇଲେ ଦେବଶିଳ୍ପୀ। ରୀନିନୀତି ଅନୁଯାୟୀ କରାଗଲା ଆବାହନ। ହେଲେ ନା’ ଦୂରକୁ ଶୁଭିଲା ପଣ୍ଡିତଙ୍କ ମନ୍ତ୍ରପାଠ ନା’ ଉତ୍ସବମୁଖର ହେଲା ନାଲ୍‌କୋନଗର। ପୂଜା...

ଶୋକାକୂଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ରତ୍ନଗିରି,୯।୬(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ଯବାନ ବିକାଶ ଚନ୍ଦ୍ର ପଣ୍ଡା(୩୬)ଙ୍କ ଶେଷକୃତ୍ୟ ଶୋକାକୂଳ ପରିବେଶ ମଧ୍ୟରେ ମଙ୍ଗଳବାର ସମ୍ପର୍ଣ୍ଣ ହୋଇଛି।...

ଭାରସାମ୍ୟ ହରାଇ ଜଳଖିଆ ଦୋକାନରେ ପଶିଲା ବାଇକ୍‌: ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ,୩୧।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ହରେକୃଷ୍ଣପୁର ଶିବମନ୍ଦିରଠାରେ ଶନିବାର ସକାଳେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି।...

୨୦୨୪ରୁ ଆଦର୍ଶ ଗୁରୁକୁଳରେ ପାଠପଢ଼ା

ପୁରୀ ଅଫିସ, ୧୪ା୩:ମାଟିତୋଟା ଅଞ୍ଚଳରେ ପ୍ରସ୍ତାବିତ ଆଦର୍ଶ ଗୁରୁକୁଳରେ ଖୁବ୍‌ଶୀଘ୍ର ସେବାୟତ ପରିବାରର ବିଦ୍ୟାର୍ଥୀମାନେ ପାଠ ପଢ଼ିବେ। ଏ ନେଇ ପୂର୍ବରୁ ବିର୍ଲା ଫାଉଣ୍ଡେଶନ ସହ...

ମଣ୍ଡପ ଦେଖାଇ ମିଶନ ଶକ୍ତି ଗୃହ ଅର୍ଥ ହରିଲୁଟ୍‌

ରଗଡି,୨୫ା୧୧(ଡି.ଏନ.ଏ.): ରାଜ୍ୟ ସରକାର ନାରୀ ସଶକ୍ତିକରଣ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ମହିଳା କିଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ବିଭିନ୍ନ ଯୋଜନାରେ ବିପୁଳ...

ବିଶ୍ୱବିଦ୍ୟାଳୟ ଜମି ହସ୍ତାନ୍ତରକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୨( ନରସିଂହ ସାହୁ): ବ୍ରିଟିଶ ଶାସନରେ ହୋଇଥିବା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ୨୫ ଏକର ଜମି ରାଜସ୍ବ ବିଭାଗକୁ...

Advertisement
Archives

Model This Week