ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ
ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆସନ ଗୁଡିକରେ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ଭାଜପା ଓ ବିଜେଡି ପକ୍ଷରୁ ଜିଲା ସାରା ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାରିପଦା ସହରରେ ଭାଜପା ଲୋକ ସଭା ପ୍ରାର୍ଥୀ ଇଂ ବିଶେଶ୍ୱର ଟୁଡୁ ଓ ବାରିପଦା ବିଧାନସଭା ପ୍ରାର୍ଥୀ ପ୍ରକାଶ ସୋରେନଙ୍କୁ ସାଙ୍ଗରେ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ନରେ ରୋଡ ଶୋ କରିଥିଲେ। ଏହି ରୋଡ ଶୋ ବିଜେଡି କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ବେଳକୁ ବିଜେଡି-ଭାଜପା କର୍ମୀମାନେ ମୁହାଁ ମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନିକିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଯଶିପୁର ନିର୍ବାଚନମଣ୍ଡଳୀର ମହର୍ଦ୍ଧାପଳାସ, ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଭିତରମୁଣ୍ଡା, ସାରସକଣା ନିର୍ବାଚନମଣ୍ଡଳୀର ବିଜାତଳା, ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର କୁଳିଅଣା ଓ ଉଦଳା ନିର୍ବାଚନମଣ୍ଡଳୀର ଉଦଳାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ଭାଜପା ନେତା ଓ କର୍ମୀମାନେ ରୋଡ ଶୋରେ ପ୍ରଚାର କରୁଥିବା ବେଳେ ବିଜେଡି କର୍ମୀଙ୍କ ଏଭଳି ଉଦ୍ଦେଶ୍ୟମୂଳକ ଆଚରଣ ନିହାତି ଭାବେ ଅଶୋଭନୀୟ। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବାରିପଦାରେ ରୋଡ ଶୋ କାର୍ଯ୍ୟକ୍ରମ ରହିଥିବାବେଳେ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ଶୋ ମଧ୍ୟ ରହିଥିଲା। ଏଣୁ କିଏ କେଉଁ ରାସ୍ତାରେ ଯିବେ ତାହା ଏବଂ ସମୟ ସାରଣୀ ପ୍ରସ୍ତୁତ କରି ଅନୁମତି ପ୍ରଦାନ କରିବା କଥା। ହେଲେ ଏଥିରେ ବ୍ୟତିକ୍ରମ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସହରର ବୁଦ୍ଧିଜୀବୀ ଯଯାତି ମହାନ୍ତ କହିଛନ୍ତି। ଏହି ଘଟଣାରେ ପୋଲିସ ବିଭାଗ ପକ୍ଷରୁ କାହାରି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସଡ଼କ ଦୁର୍ଘଟଣାରେ ଆଖି ବୁଜିଥିଲେ ୨ ଓଡ଼ିଆ ଶ୍ରମିକ, ଏମ୍‌ପି ଅନନ୍ତ ନାୟକଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଖଜିରାପାଟ ପଞ୍ଚାୟତ ସୁରେନ୍ଦ୍ରପୁର ଗ୍ରାମର ୨ ଜଣ ଶ୍ରମିକ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରୁଥିଲେ।...

ଗାଁ ଦାଣ୍ଡରେ ଖେଳୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା ୨ ପିଲାଙ୍କ ଜୀବନ…

ଧର୍ମଶାଳା,୧୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ବୁରୁସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ଦୁଇଜଣ...

ବନ୍ଧା ହେବେ ୟୁଟ୍ୟୁବର ଲବ ହାଁସଦା! ପ୍ରେମିକାଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର,୧୬ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁର ଲବ ହାଁସଦା । ବେଙ୍ଗାଲୁରୁରେ ତାଙ୍କ ନାଁରେ ଏତଲା ହୋଇଛି । ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା। ବହୁଚର୍ଚ୍ଚିତ...

କାଳବୈଶାଖୀ ତାଣ୍ଡବ: ଉଡିଲା ସ୍କୁଲ ଛପର, ଛଟପଟ ହୋଇମଲେ ୯ ଗୋରୁ

ଖଜୁରିପଡ଼ା,୧୬ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି।...

ବିଡିଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ: ଭାଜପା ଏଜେଣ୍ଟ ଭଳି କାମ କରୁଛନ୍ତି କହି …

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଳକ ବିଡିଓ ଭାଜପା ସରକାରଙ୍କ ହାତବାରିସି ସାଜି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଗୁରୁବାର...

କାଳ ସାଜିଲା କାଳବୈଶାଖୀ: ବଜ୍ରପାତରେ ଚାଲିଗଲା ୬ ଜୀବନ

ଭୁବନେଶ୍ୱର,୧୬।୫: କାଳ ସାଜିଲା କାଳବୈଶାଖୀ। ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲାରେ ବଜ୍ରପାତ ଘଟି...

ପ୍ରେମିକଙ୍କ ସହ ମିଶି ମାଙ୍କୁ ମାରିଦେଲେ ଝିଅ, ନାଟକୀୟ ଢଙ୍ଗରେ ଲୁଚାଇଥିଲେ  ପୂରା  ଘଟଣା ପରେ…. 

ଗଜପତି(ଗିରିଧାରୀ ପରିଛା)୧୬।୫: କଥାରେ ଅଛି ସବୁ ଗଛ ଲଗେଇବୁ ହେଲେ ମଣିଷ ଗଛ ନୁହେଁ। ପାଳିପୋଷି ବଡ଼  କରିଥିବା ମା’କୁ ପ୍ରେମିକ ସହ ମିଶି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri