Posted inଖେଳ

ଧର୍ମସେନାଙ୍କ ସପକ୍ଷରେ ଆଇସିସି

ନୂଆଦିଲ୍ଲୀ,୨୮ା୭(ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ମୁହଁ ଖୋଲିଛି। ଗତ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟର କୁମାର ଧର୍ମସେନାଙ୍କ ବିବାଦୀୟ ନିଷ୍ପତ୍ତିକୁ ଯଥାର୍ଥ ବୋଲି କହିଛି। ଜୁଲାଇ ୧୪ରେ ଇଂଲଣ୍ଡର ଲଡର୍‌ସଠାରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଇଂଲଣ୍ଡ ଇନିଂସର ଫାଇନାଲ ଓଭରରେ ନ୍ୟୁଜିଲାଣ୍ଡ ମିଡ୍‌ ଫିଲ୍ଡର ମାର୍ଟିନ ଗୁପ୍‌ଟିଲଙ୍କ ଏକ ଥ୍ରୋ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜି ବାଉଣ୍ଡାରୀ ଲାଇନ୍‌ ଆଡକୁ ଚାଲିଯାଇଥିଲା। ଆୟୋଜକ ଦଳକୁ ଅମ୍ପାୟର ୬ ରନ ପ୍ରଦାନ କରିଥିଲେ। ଫଳରେ ମ୍ୟାଚ ଟାଇ ରହିବାରୁ ସୁପର ଓଭର ପର୍ଯ୍ୟାୟକୁ ଚାଲିଯାଇଥିଲା। ମ୍ୟାଚରେ ଅଧିକ ବାଉଣ୍ଡାରୀ ଭିତ୍ତିରେ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ଟିଭି ରିପ୍ଲେରେ ଦେଖିବାକୁ ମିଳିଥିଲା ଗୁପଟିଲ ଡିପ୍‌ ଅଞ୍ଚଳରୁ ବଲ୍‌ ରିଲିଜ କରୁଥିବାବେଳେ ଅଡିଲ ରଶିଦ ଏବଂ ଷ୍ଟୋକ୍ସ ସେମାନଙ୍କ ଦ୍ୱିତୀୟ ରନ ପୂରଣ କରିସାରି ନ ଥିଲେ। ବିଶେଷଜ୍ଞଙ୍କ ମତରେ ଏ କ୍ଷେତ୍ରରେ ଇଂଲଣ୍ଡକୁ ୫ ରନ ଦିଆଯିବା ଉଚିତ ଥିଲା। ତେବେ ଫିଲ୍ଡ ଅମ୍ପାୟରଦ୍ୱୟ ଧର୍ମସେନା ଏବଂ ମାରେସ୍‌ ଇରାସମସ୍‌ ଆଲୋଚନା କରି ଇଂଲଣ୍ଡ ସପକ୍ଷରେ ୬ରନ ଦେଇଥିଲେ। ବଲ୍‌ ବାଉଣ୍ଡରି ଲାଇନରେ ପହଞ୍ଚତ୍ବା ପାଇଁ ୪ ରନ ଏବଂ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ରନିଂ ବିଟୁଇନ୍‌ ଦ ଉଇକେଟ ଲାଗି ଆହୁରି ଦୁଇ ରନ ଦେଇଥିଲେ। ଆଇସିସି ଜେନେରାଲ ମ୍ୟାନେଜର କ୍ରିକେଟ ଜେଫ୍‌ ଅଲାରଡିସ୍‌ ଅମ୍ପାୟରଦ୍ୱୟ ନିୟମାନୁସାରେ କାର୍ଯ୍ୟକରିଛନ୍ତି। ମ୍ୟାଚ ବେଳେ ପ୍ଲେଇଂ କଣ୍ଡିଶନ ଯାହା ଥିଲା ତୃତୀୟ ଅମ୍ପାୟର କିମ୍ବା ମ୍ୟାଚ ରେଫରିଙ୍କ ହସ୍ତକ୍ଷେପର ଆବଶ୍ୟକତା ପଡି ନ ଥିଲା। ଯେଉଁଠି ଦୁଇ ଅମ୍ପାୟର ମିଳିତ ଆଲୋଚନା ଜରିଆରେ ନିଷ୍ପତ୍ତି ନେବେ ସେ କ୍ଷେତ୍ରରେ ମ୍ୟାଚ ରେଫରି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଅଲାରଡିସ୍‌ କହିଛନ୍ତି। ସେ କହିଛନ୍ତି, ଏହି ବିଷୟଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସିର କ୍ରିକେଟ କମିଟିରେ ବିଚାର କରାଯାଇ ପାରିଥାନ୍ତା। ମାତ୍ର ୨୦୨୦ ପ୍ରଥମ କ୍ୱାର୍ଟର ପର୍ଯ୍ୟନ୍ତ ଏହି ପ୍ୟାନେଲର ବୈଠକ ବସିପାରିବ ନାହିଁ। ଫାଇନାଲ ମ୍ୟାଚ୍‌ ଦୁଇଥର ଟାଇ ଭାବେ ଶେଷ ହୋଇଥିଲା। ପ୍ରଥମେ ନିର୍ଦ୍ଧାରିତ ସମୟ ଖେଳ ଏବଂ ପରେ ସୁପର ଓଭର। ଏ କ୍ଷେତ୍ରରେ ଉଭୟ ଦଳକୁ ଯୁଗ୍ମ ଚାମ୍ପିୟନ ଘୋଷଣା କରିବା ଉଚିତ୍‌ ଥିଲା ବୋଲି କେତେକେ ମତ ଦିଅନ୍ତି। ଅଲାରଡିସ୍‌ ଏହାର ଜବାବରେ କହିଥିଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱକପ୍‌ ବିଜେତା କେବଳ ଗୋଟିଏ ଦେଶ ହୋଇପାରିବ। ଅନ୍ୟପକ୍ଷରେ ଆଇସିସି ସୀମିତ ଓଭର କ୍ରିକେଟରେ ସ୍ଲୋ-ଓଭର ରେଟ୍‌ ସମସ୍ୟାକୁ ମୁକାବିଲା ପାଇଁ ଷ୍ଟପ୍‌ ଓ୍ବାଚ୍‌ ବ୍ୟବହାରକୁ ସବୁଜ ସଙ୍କେତ ଦେଇଛି। ଏକ ଟି୨୦ ମ୍ୟାଚ୍‌ରେ ପ୍ରଥମ ବଲ୍‌ ପଡ଼ିବାପରଠାରୁ ୮୫ ମିନିଟ୍‌ରୁ ‘୦’ ପର୍ଯ୍ୟନ୍ତ ଗଣତି ଚାଲିବ। ଏହି ପ୍ରକ୍ରିୟାକୁ ଖେଳାଳି, ଅମ୍ପାୟର ଏବଂ ଖେଳପ୍ରେମୀମାନେ ଦେଖିପାରିବେ। ମ୍ୟାଚ ଯଦି ଇଞ୍ଜୁରି କିମ୍ବା ଏକ ଡିଆରଏସ୍‌ ରିଭ୍ୟୁ ପାଇଁ ବିଳମ୍ବ ହୁଏ ତେବେ ଅମ୍ପାୟର ଏକ ଟାଇମରରେ ଏକ ବଟନ ଦବାଇବେ। ଏହି ସମୟକୁ ପରେ ଯୋଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri