ଧରିତ୍ରୀ ପ୍ରଭାବ: ୧୦ ଖଣିରେ ୧୪୪ ଧାରା ଜାରି

ଖଇରା, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ବେଆଇନ ଭାବେ ଚାଲିଥିବା ୧୦ ଖଣିରେ ତହସିଲଦାର ପ୍ରଦୀପ କୁମାର ସାହୁ ଶୁକ୍ରବାର ୧୪୪ ଧାରା ଜାରି କରିଛନ୍ତି। ତହସିଲଦାର ସାହୁ ଖାତା ନମ୍ବର ୨୪୫ ଏବଂ ପ୍ଲଟ ନମ୍ବର ୫୨୦ରେ ଥିବା ୧୦ଟି ଖଣିରେ ପଥର ଉତ୍ତୋଳନକୁ ନିଷିଦ୍ଧ କରିଛନ୍ତି। ଏହାପରଠାରୁ ଖଣିଗୁଡ଼ିକରେ ପୋଲିସ ପଇଁତରା ମାରିବେ। ଯେଉଁମାନେ ଖଣି ବ୍ୟବହାର କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସାହୁ କହିଛନ୍ତି। ତେବେ ଏଭଳି ଆଇନ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଶୁକ୍ରବାର ପୂର୍ବାହ୍ନରେ ଖଣିଗୁଡ଼ିକରେ ତହସିଲଦାର ସାହୁ ଓ ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ ଧାରା ଲାଗୁ କରିବାର କିଛି ଘଣ୍ଟା ମଧ୍ୟରେ ଖଣି ମାଫିଆମାନେ ଏହି ଖଣିଗୁଡ଼ିକରେ ବ୍ଲାଷ୍ଟିଂ କରିବା ସହ ପଥର ଉତ୍ତୋଳନ କରିଛନ୍ତି। ବିଶେଷ କରି ୮୯ ନମ୍ବର ଖଣିରେ ଏଭଳି ନିୟମ ଉଲ୍ଲଂଘନ କରାଯାଇଥିବା ନେଇ ପାହାଡ଼ ତଳ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ଗତ ସେପ୍ଟେମ୍ବର ୨୪ ତାରିଖରେ ବେଆଇନ ଖଣି କାରବାର ସମ୍ପର୍କରେ ‘ଧରିତ୍ରୀ’ରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ୨୫ ତାରିଖରେ ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନେତୃତ୍ୱରେ ଜଙ୍ଗଲ ପରିବେଶ ବିଭାଗର ଏକ ଟିମ୍‌ ଶାରୀଶୁଆ ପାହାଡ଼ର ବିଭିନ୍ନ ଖଣି ଏବଂ ପାହାଡ଼ ପାଦଦେଶରେ ଚାଲୁଥିବା ବିଭିନ୍ନ କ୍ରଶର ଯାଞ୍ଚ କରିଥିଲେ। ଖଣିଜ ପଦାର୍ଥ ଉତ୍ତୋଳନ ବେଳେ ଖଣି ମାଲିକମାନେ ଖୁଲମଖୁଲା ଖଣି ଆଇନ ଉଲ୍ଲଂଘନ କରୁଥିବା ନେଇ ଏହି ଟିମ୍‌ ହୃଦୟଙ୍ଗମ କରିଥିଲେ। ଖଣି ମାଲିକମାନଙ୍କ ସହ କେତେକ ରାଜସ୍ବ କର୍ମଚାରୀଙ୍କ ସାଲିସ୍‌ରେ ଏହା ଚାଲୁଥିବା ନେଇ ଖବରଦାତାଙ୍କୁ ସୂଚନା ମଧ୍ୟ ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ବେଆଇନ ଭାବେ ଚାଲୁଥିବା ଖଣିଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଥିଲା। ଶୁକ୍ରବାର ରାତିରେ ୧୪୪ ଧାରା ଲାଗିଥିବା ଖଣିଗୁଡ଼ିକରେ ବ୍ଲାଷ୍ଟିଂ ହୋଇଥିବା ଅଭିଯୋଗ ସମ୍ପର୍କରେ ଅତିରିକ୍ତ ତହସିଲଦାର ପାଣିଗ୍ରାହୀଙ୍କ ମତାମତ ନେବାରେ ଏଭଳି ଅଭିଯୋଗ ତାଙ୍କ ନିକଟକୁ ଆସିନାହଁି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗତ ଶନିବାର ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବା ଘଟଣାରେ ବାଲେଶର...

ମେଡିକାଲରୁ ଚୋରି ନବଜାତ ଉଦ୍ଧାର

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଉଦ୍ଧାର ହୋଇଛି। ଜଳେଶ୍ୱର ଅଞ୍ଚଳରୁ ନବଜାତ ପୁତ୍ରକୁ ପୋଲିସ ଉଦ୍ଧାର କରିଛି। ନବଜାତକୁ...

କୋଇଲା ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୮ା୬: ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ...

ବାଘ ଆକ୍ରମଣରେ ୪ ଗୁରୁତର, ଗଡ଼ ଗାଁରେ ଆତଙ୍କ

ଖଇରା,୮ା୬(ଉତ୍କଳବନ୍ଧୁ ପଣ୍ଡା): ଶନିବାର ଅପରାହ୍ନରେ ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି  ପଞ୍ଚାୟତ ଅଧୀନ ଗଡ଼ ଗ୍ରାମରେ ଏକ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ...

ପୁଣି ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଲୋକେ ଭୟଭୀତ

ବାଲେଶ୍ୱର/ଭଦ୍ରକ,୭।୬: ବାଲେଶ୍ୱର ଓ ଭଦ୍ରକ ଜିଲାରେ ପୁଣି ଶୁକ୍ରବାର ସକାଳୁ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଭିଛି। ପ୍ରଚଣ୍ଡ ଶବ୍ଦ ପରେ ଥରି ଉଠିଛି ଆଖପାଖ ଅଞ୍ଚଳ।...

ବାଲେଶ୍ବର, ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୬।୬: ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟ୍‌ରେ ୨ରୁ ୩ ଥର ପ୍ରଚଣ୍ଡ ଶବ୍ଦ ଶୁଭିଛି। ଯାହାକୁ ନେଇ ଲୋକେ...

ଓଲଟିଲା ଚିପ୍ସ ବୋଝେଇ ଡମ୍ପର: ଚାଲିଗଲା ୨ ଜୀବନ

ଜଳେଶ୍ୱର,୫।୬: ଜଳେଶ୍ୱର ବ୍ଲକ ଅଧିନ ଆମ୍ବଳିଅଠା ନିକଟ ସୋଲପଟା ରାସ୍ତା କଡରେ ଥିବା ଏକ ଘର ଉପରେ ମେଟାଲ ବୋଝେଇ ଡମ୍ପର ଓଲଟି ଯାଇଥିଲା। ଘର...

ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ଆଗୁଆ, ପଛରେ ପଡିଲେ ଶ୍ରୀକାନ୍ତ-ଲେଖାଶ୍ରୀ

ଭୁବନେଶ୍ୱର,୪।୬: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଭାଜପା ଆଗରେ ଥିବା ବେଳେ ପଛରେ ପଡି ଯାଇଛି ବିଜେଡି ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri