‘ଧରିତ୍ରୀ’ ପ୍ରଭାବ: ବ୍ଲକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁଶାନ୍ତ ୮ ବର୍ଷ ପରେ ନ୍ୟାୟ ପାଇଲେ

କୋରୁକୋଣ୍ଡା,୫।୯(ଡି.ଏନ୍‌.ଏ.): ଶୁଣିଲେ ସରକାର, ମିଳିଲା ସହାୟତା । ୮ ବର୍ଷ ପରେ ନ୍ୟାୟ ପାଇଲେ ସୁଶାନ୍ତ। ଘଟଣାଟି ହେଉଛି ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବିଡିଓଙ୍କ ଗାଡ଼ି ଚାଳକ ସୁଶାନ୍ତ କୁମାର ସାହୁଙ୍କ ଆତ୍ମହତ୍ୟା ଉଦ୍ୟମର କଥା।

ମାଥିଲି ଅଞ୍ଚଳର ସୁଶାନ୍ତ ୨୦୦୭ ଜୁନ ୨୬ରେ କୋରୁକୋଣ୍ଡା ବିଡିଓଙ୍କ ଗାଡ଼ି ଚାଳକ ଭାବେ ଅସ୍ଥାୟୀ ଭାବେ ନିଯୁକ୍ତ ହୋଇଥିଲେ। ହେଲେ ୨୦୧୨ ଫେବୃୟାରୀରେ ସେ ତାଙ୍କର ଶେଷ ଦରମା ପାଇଥିଲେ। କୌଣସି କାରଣ ନ ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ସୁଶାନ୍ତଙ୍କ ଦରମା ବନ୍ଦ କରି ଦେଇଥିଲେ। ଏ ନେଇ ସେ ବାରମ୍ବାର ନିଜ ଅଧିକାରୀ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ନ ଥିଲା। କିନ୍ତୁ ତାଙ୍କ ସହ ଅସ୍ଥାୟୀ ନିଯୁକ୍ତି ପାଇଥିବା ଅନ୍ୟ ଡ୍ରାଇଭରଙ୍କ ଚାକିରି ନିୟମିତ ହେବା ସହ ସେମାନେ ଠିକ୍‌ ରୂପେ ଦରମା ମଧ୍ୟ ପାଉଥିଲେ। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଶାନ୍ତ । ମାତ୍ର ସବୁଥିରେ ବିଫଳ ହୋଇ ଶେଷରେ ଜୁଲାଇ ୨୬ ତାରିଖ ଦିନ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ବ୍ଲକ ଅଫିସ ସମ୍ମୁଖରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସୁଶାନ୍ତ । ତାଙ୍କୁ ବିଡିଓ ଓ ଅନ୍ୟ କର୍ମଚାରୀ ଉଦ୍ଧାର କରିଥିଲେ । ଏନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ସହ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଘଟଣାକୁ କୋରୁକୋଣ୍ଡା ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶେଷରେ ବୁଧବାର ସୁଶାନ୍ତଙ୍କୁ ଦରମା ଦେବାପାଇଁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅଗଷ୍ଟ ୨୦୧୯ରୁ ସୁଶାନ୍ତଙ୍କ ନିୟମିତ ଭାବେ ଦରମା ଲାଗୁ ହେବା ନେଇ ମାଲକାନଗିରି ଜିଲାପାଳ ମନୀଶ ଅଗ୍ରୱାଲ ଘୋଷଣା କରିଛନ୍ତି। ଏଥିସହ ଯେଉଁ ୮ ବର୍ଷ ସୁଶାନ୍ତ ବ୍ଲକ ଅଫିସରେ ଓ ଦେବରାଜ ଡିପିଓ ଅଫିସରେ କାର୍ଯ୍ୟ କରି ଦରମା ପାଇ ନାହାନ୍ତି ତାହା ବିଚାରାଧୀନ ଥିବାରୁ ବିଚାର ସରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଚାକିରି ନିୟମିତ ହୋଇଥିବାରୁ ସୁଶାନ୍ତ ‘ଧରିତ୍ରୀ’କୁ ଧନ୍ୟବାଦ ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ପଞ୍ଚାୟତିରାଜ୍‌ ନୁହେଁ, ଅଫିସର ରାଜ୍‌’

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେଡି ଶାସିତ ସରକାର ଏକ ପ୍ରକାର କ୍ଷମତାହୀନ ଓ ସ୍ଥାଣୁ କରିଦେଇଛି। ୧୯୯୨ ମସିହାରେ ୭୩ତମ ଓ ୭୪ତମ ସମ୍ବିଧାନ...

ଆଦିତ୍ୟ ମୃତ୍ୟୁ ଘଟଣା: ବିଦ୍ୟାଶ୍ରୀ ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର, ୧୦।୮(ବ୍ୟୁରୋ) : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ଗୋଟିଏ ମାସ ବିତିଗଲାଣି। ଜିଆର୍‌ପି ପୋଲିସ ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହେବା...

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

କଟକ ଅଫିସ,୧୩ା୧୦: ସ୍ଥାନୀୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି। ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍‌) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି)...

ଭୟଙ୍କର ଶବ୍ଦରେ କମ୍ପିଲା ୩ ବ୍ଲକ

ବଡ଼ସାହି,୧୪ା୧୧: ମୟୂରଭଞ୍ଜ ଜିଲା ବଡ଼ସାହି , ଖୁଣ୍ଟା ଓ ବେତନଟୀ ଅଞ୍ଚଳରେ ସୋମବାର ଅପରାହ୍ନ ୩ଟା ବେଳେ ଭୟଙ୍କର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ...

ଜଙ୍ଗଲ କାଟି ୩ କୋର୍ଟ ଚାଲାଣ

କୋକସରା,୨ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ...

ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବୁଧବାର ଘନୀଭୂତ ହୋଇଛି। ଏହା ଆଗାମୀ ୪୮ ଘଣ୍ଟା...

ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ

ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍‌ ନେହେନାବନ୍ଧ ଗାଁର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଆଁ ଲାଗି ପୁଡ଼ିଯାଇଛେ। ସେଥି ତାକର...

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି।...

Advertisement
Archives

Model This Week