ଧରିତ୍ରୀ ପ୍ରଭାବ: ଖଜୁରି ଗଛ ପାଲଟିଛି ଆଶ୍ରୟସ୍ଥଳ; ଖବର ପ୍ରକାଶ ପରେ ରାମ କବାସୀଙ୍କୁ ମିଳିବ ପକ୍କା ଘର

ପାଣ୍ଡ୍ରିପାଣି,୧୮ା୧୨: ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ତଳସାହିରେ ରାମ କବାସୀ (୭୦) ଦୀର୍ଘ ୬ ବର୍ଷ ହେଲା ନିଜ ଘରଦ୍ୱାର ନ ଥିବାରୁ ଏକ ଖଜୁରି ଗଛ ତଳେ ଆଶ୍ରୟ ନେଇଥିଲେ। ଏ ସମ୍ପର୍କରେ ଖବର ପ୍ରକାଶ ପରେ ବରଗଡ ଜିଲା ପଦ୍ମପୁରର ସାମାଜିକ କର୍ମୀ ଦୀପା ବାରିକଙ୍କ ଖବରକୁ ମୁଖ୍ୟମନ୍ତ୍ରୀ ଏବଂ ମାଲକାନଗିରି ଜିଲାପାଳଙ୍କୁ ଟ୍ବିଟ୍‌ କରି ରାମଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ମାଲକାନଗିରି ବିଡିଓ ପଦ୍ମଗିରି  ରାମଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ରାମଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିବା, ତାଙ୍କର କୌଣସି ସନ୍ତାନ ନ ଥିବା, ତାଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ଏବଂ ୧୦ କେଜି ଚାଉଳ ମିଳୁଥିବା ରିପୋର୍ଟରେ ଦର୍ଶାଇଥିଲେ। ଖୁବ୍‌ ଶୀଘ୍ର ତାଙ୍କୁ ବିଜୁ ପକ୍କା ଗୃହ ଯୋଜନାରେ ଏକ ଘର ଯୋଗାଇ ଦେବେ ବୋଲି ବିଡିଓ ଜିଲାପାଳଙ୍କୁ ରିପୋର୍ଟରେ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ବଢ଼ିଲେ ଦିନେ କମୁଛି: ଆଜି ୭୩୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୭୩୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୨୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଆର୍‌ଟିଓ ଘେରିଲା ମୋଟର ସଂଘ

ବାଲେଶ୍ୱର ଅଫିସ, ୧।୪ ବାଲେଶ୍ୱର ଜିଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)କୁ ଗୁରୁବାର ବାଲେଶ୍ୱର ମୋଟର ସଂଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ଓ ଅଡିଟ୍‌...

ମହାନଦୀ କୂଳର ମୃତ୍ତିକା କ୍ଷୟ ରୋକିବା ଚିନ୍ତା: ମଣିଭଦ୍ରାଠାରେ ପଥର ବୁରୁଜ କାର୍ଯ୍ୟ ନିମ୍ନମାନର, ମାଟି ଗଦା ଉପରେ ହେଉଛି ନିର୍ମାଣ

ଗଣିଆ,୨୧ା୭ (ଡି.ଏନ.ଏ.): ମହାନଦୀ ପ୍ରଖର ଜଳସ୍ରୋତକୁ ମନ୍ଥର କରିବା ଓ କୂଳର ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ...

ଭକ୍ତମୟ ଆଖଣ୍ଡଳମଣି ପୀଠ

ଆରଡି, ୨।୩(ଡି.ଏନ.ଏ.) ଭଦ୍ରକ ଜିଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ଭିଡ଼ ହୋଇଥିଲା। ମଙ୍ଗଳବାର ଭୋର ୪ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ...

ଜାତୀୟ ଚାମ୍ପିୟନ୍‌ଶିପ୍‌ରେ ଭାଗନେବ ହକି ଓଡ଼ିଶା: ହାଇକୋର୍ଟ

କଟକ ଅଫିସ,୨୨ା୧:ଜାତୀୟ ହକି ଚାମ୍ପିୟନ୍‌ଶିପ୍‌ରେ ହକି ଓଡ଼ିଶା ଭାଗ ନେବ। ହାଇକୋର୍ଟ ଦେଇଛନ୍ତି ଏହି ଆଦେଶ। ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୨୩ରୁ ଫେବୃୟାରୀ ୨...

ଡିଜେ ସହ ଗାଡ଼ି ଜବତ କଲା ପୋଲିସ

ପୁରୁଷୋତ୍ତମପୁର,୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ବିନା ଅନୁମତିରେ ବେଆଇନ ଭାବେ ବହୁଳ ମାତ୍ରାରେ ଡିଜେ ବ୍ୟବହାର ହେଉଥିଲା। ଶନିବାର ଏନେଇ ଏକ...

କପିଳାସ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ଅଭିଜ୍ଞତାର ବନ୍ଧନ କଥା ‘ଚରନ୍‌ ଏ ସୋମୋୟେ’

ଢେଙ୍କାନାଳ ଅଫିସ,୩୦ା୧୨ – ଢେଙ୍କାନାଳ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ...

ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର। ଭାରତ ସରକାରଙ୍କ ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ବିଭାଗ ପକ୍ଷରୁ...

Advertisement
Archives

Model This Week