ଧରିତ୍ରୀ ପ୍ରଭାବ: ଅଭିଯୁକ୍ତଙ୍କ ସହ ପୋଲିସର ସେଲ୍ଫି ନେବା ଆଇଆଇସିଙ୍କୁ ପଡିଲା ମହଙ୍ଗା

ପୁରୀ ଅଫିସ,୧୫।୧୦: ଦିଲୀପ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କ ସହ ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ବୁଲୁ ମୁଣ୍ଡା ସେଲ୍ପି ନେବା ତାଙ୍କୁ ମହଙ୍ଗା ପଡିଛି। ଏନେଇ ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଏସପି ଉମାଶଙ୍କର ଦାଶ ତାଙ୍କୁ ଚନ୍ଦ୍ରଭାଗା ମେରାଇନ ଥାନାରୁ ଜିଲା ମୁଖ୍ୟାଳୟ(ଡିପିଓ)କୁ ସ୍ଥାନାନ୍ତରିତ କରିଛନ୍ତି। ବୁଲୁ ମୁଣ୍ଡା ପୂର୍ବରୁ ଚନ୍ଦ୍ରଭାଗା ସହିତ ରାମଚଣ୍ଡୀ ଥାନା ଦାୟିତ୍ୱରେ ରହିଥିଲେ। କୋଣାର୍କ ଥାନାଧିକାରୀ ଶିବ କୁମାର ପ୍ରଧାନଙ୍କୁ ଚନ୍ଦ୍ରଭାଗା ଏବଂ ଡିପିଓରେ ଆଇୟୁସିଏଡବ୍ଳ୍ୟୁ ସେଲର ଆଇଆଇସି ସୁଜିତ କୁମାର ଦାଶଙ୍କୁ ରାମଚଣ୍ଡୀ ଥାନା ଦାୟିତ୍ୱ ଦିଆଯାଇଥିବା ନେଇ ଏସପି ଦାଶ କହିଛନ୍ତି। ଏନେଇ ସେ କହିଥିଲେ ଯେ, କୌଣସି ଅପରାଧୀଙ୍କ ସହିତ ପୋଲିସ ସେଲ୍ଫି ନେବା ଆଇନ ବିରୋଧୀ କାର୍ଯ୍ୟ, ଏହା ଗ୍ରହଣୀୟ ନୁହଁ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ପୋଲିସ ହେଡକ୍ୱାର୍ଟରକୁ ରିପୋର୍ଟ କରିଛି। ଏହି ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ଆଶ୍ରମରୁ ୧୦ ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୬।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଜିଲାର ବିଭିନ୍ନ ଅନୁଷ୍ଠାନରେ ବ୍ୟାପିବାରେ ଲାଗିଛି ।...

ପୁରୀ ଜିଲା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ସିଧାସଳଖ…

ପୁରୀ ଅଫିସ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ବୁଧବାର...

ରାସ୍ତାରେ ହାତୀ, ଲୋକେ ଆତଙ୍କିତ

ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଶରଣକୂଳରୁ-ପୁରୀ ଯାଇଥିବା ନୂଆଜଗନ୍ନାଥ ସଡ଼କରେ ରବିବାର ଅପରାହ୍ନ ୫ଟାରେ ଏକ ହାତୀ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଭୟ...

ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲଦଣ୍ଡ

କଟକ ଅଫିସ, ୯ା୧୧: ଦରଘାବଜାର ଥାନା ଅଞ୍ଚଳରେ ୨୦୧୪ରେ ଘଟିଥିବା ନାବାଳିକା ବଳାତ୍କାର ଓ ଅନ୍ତଃସତ୍ତ୍ୱା ଘଟଣାରେ କଟକ ତୃତୀୟ ଅତିରିକ୍ତ ସେସନ ଜଜ୍‌ ତଥା...

୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଖରିଫ ଚାଷ

ଜୟପୁର, ୧୩ା୬ (ନି.ପ୍ର.)- କୋରାପୁଟକୁ ମୌସୁମୀ ବର୍ଷା ଆସିଛି। ଏହାକୁ ନେଇ ଖରିଫ ଚାଷ ପାଇଁ ଚାଷୀ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିଛନ୍ତି। ଖରିଫ...

ଓଡ଼ିଶାର ଗାଁ, ଆନ୍ଧ୍ରର ଜଣଙ୍କ ନାମରେ ୧୦୦ରୁ ଊର୍ଦ୍ଧ୍ୱ ପଟ୍ଟା

ପାତ୍ରପୁର,୮ା୧(ଡି.ଏନ୍‌.ଏ.): ପ୍ରାୟ ୨୦୦ ବର୍ଷ ତଳର ଗାଁ। ଏଠାରେ ପୁରାତନ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ପୋଖରୀ, ପକ୍କା ରାସ୍ତା, ପକ୍କା ଘର ଅଛି। ଓଡ଼ିଶା ସରକାରଙ୍କ...

୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୩ା୬: ଅତିରିକ୍ତ ଜିଲା ଜଜ (ଏଡିଜେ)- ୧ ସଂଘମିତ୍ରା ଶର୍ମା ରଣ୍ଢାର ବୁବୁ ଓରଫ ଗଣେଶ ପଣ୍ଡା ହତ୍ୟା ମାମଲାର ବୁଧବାର ଶୁଣାଣି କରିଥିଲେ।...

ମତ ସାବ୍ୟସ୍ତ ପାଇଁ ବୁଥ୍‌କୁ ଟେକା ହୋଇ ଆସିଲେ ଶତାୟୁ

କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ବଂଶପାଳ ବ୍ଲକ ଶୁଆକାଟି ବାଳକ ଉଚ୍ଚ ବିଦ୍ୟାଳୟ ୫ ନଂ. ବୁଥ୍‌ରେ ଜଣେ ଶତାୟୁ ମହିଳା ମେତଦାନ କରିଛନ୍ତି। ତାଙ୍କ ନାମ ଲୋଚନୀ...

Advertisement
Archives

Model This Week