ଧରାପଡିଲେ ୨୮ ବଙ୍ଗୀୟ ଶ୍ରମିକ

ଚମ୍ପୁଆ, ୧୩ା୪(ଡି.ଏନ.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଦେଖାଦେଇଛି। ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ସହିତ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବା ସହ ସୀମାନ୍ତଗୁଡିକୁ ସିଲ୍‌ କରି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ ୨୯ତାରିଖରେ ତାମିଲନାଡୁରୁ ଝାଡଖଣ୍ଡ ଯାଉଥିବା ୪୨ଜଣ ଶ୍ରମିକଙ୍କୁ କ୍ୱାରାଣ୍ଟାଇନ ହୋମରେ ରଖାଯାଇଥିଲା। ରବିବାର ପୂର୍ବାହ୍ନ ୧୦ଟା ବେଳେ କେନ୍ଦୁଝର ଆଡୁ ପଶ୍ଚିମବଙ୍ଗ ଯାଉଥିବା ୨୮ ଶ୍ରମିକଙ୍କୁ ଚମ୍ପୁଆଠାରେ ଅଟକ ରଖାଯାଇଛି। ଏହି ଶ୍ରମିକମାନେ କେନ୍ଦୁଝରଠାରେ କାମ କରୁଥିଲେ। ଲକ୍‌ଡାଉନ ହେତୁ କାମ ବନ୍ଦ ରହିଥିବା ଓ ଖାଦ୍ୟାଭାବ ଦେଖାଦେବାରୁ ସେମାନେ ଚାଲି ଚାଲି ନିଜ ରାଜ୍ୟକୁ ଫେରିଯାଉଥିଲେ। ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଆଲୋକ କୁମାର ପଟେଲ ଓ ଏସ୍‌ଡିଆଇପିଆର ଓ ଜୟନ୍ତ କୁମାର ନାଏକ ସେମାନଙ୍କୁ ଅଟକ ରଖି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏସ୍‌ଡିଏମ୍‌ଓ ଉମାକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇଥିବା ଜଣାଯାଇଛି। ଏମାନଙ୍କୁ ରାମାଲାସ୍ଥିତ କ୍ୱାରାଣ୍ଟାଇନ ହୋମ(ଅନ୍ନେଷା ଛାତ୍ରବାସ)ଠାରେ ରଖାଯିବା ସହିତ ପ୍ରତିଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରୁ ଅଜଣା ମୃତଦେହ ଉଦ୍ଧାର

କଣ୍ଟାମାଳ, ୧୨।୯(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁର ତେଲ ନଦୀ ଘାଟରୁ ଗୁରୁବାର ଏକ ଅଜଣା ମୃତଦେହ ଉଦ୍ଧାର...

ଆଏଜ୍‌ ବିଜେପୁରର୍‌ ନାଁକରା ଅନନ୍ତବ୍ରତ: କଳା ପର୍‌ଦରଶନ କରବେ ୫ଶହ କଳାକାର

ବିଜେପୁର, ୧୨।୯ (ଡି.ଏନ.ଏ): ଆମର ସମାଜରେ ଭିନେ ଭିନେ ସମିଆରେ ଅନେକ୍‌ ପରକାର ପୂଜାପାଠ୍‌, ଓଷା, ବ୍ରତ, ଉଛବ୍‌, ଜାନିଯାତ୍‌ରା ପାଲନ୍‌ ହେଉଛେ। ହେଲେ ଆଧୁନିକତାର...

ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ : ୬ମାସ ପରେ ଗଠନ ହେଲା ନାକ୍‌ କମିଟି

ଯାଜପୁରରୋଡ,୭ା୬(ନି.ପ୍ର)- ଯାଜପୁର ରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଛି। ମାତ୍ର ଏବେ ମହାବିଦ୍ୟାଳୟର...

ଅସ୍ତ୍ରଶସ୍ତ୍ର ଜବତ:ଶିକାରୀ ଫେରାର

କପ୍ତିପଦା,୧୩ା୪(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ଝିଲ୍ଲିରୀବଣୀ ଅଞ୍ଚଳରୁ ପୋଲିସ ଶିକାର ପାଇଁ ବ୍ୟବହୃତ କେତେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଲକ୍ଷ୍ମଣ ଟୁଡୁଙ୍କ ଘରେ...

ଭବାନୀପାଟଣାରୁ ସେକ୍ସ ର଼୍ୟାକେଟ ଠାବ: ୪ ଦେହଜୀବୀ ଉଦ୍ଧାର, ୩ ଯୁବକ ଅଟକ

ଭବାନୀପାଟଣା, ୪।୧୨(ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ସେଠାରୁ...

ମହିଳାଙ୍କୁ ହତ୍ୟା ଧମକ

ଗୋପାଳପୁର,୨୬ା୨: କାନ୍ଥକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଜଣେ ମହିଳାଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଦେଇଥିବା ଗୋପାଳପୁର ଥାନାରେ ବୁଧବାର ଅଭିଯୋଗ...

ଶିଡ଼ିରୁ ପଡ଼ି ବାୟୁସେନା ଅଧିକାରୀ ମୃତ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ...

ପଣ୍ଡରାପଥର ଗାଁରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ: ଗାଁ ସଫେଇ ପାଇଁ ମହିଳା ପାଦ କାଢିଲେ

ନୂଆପଡା ଅଫିସ,୧।୮: ବର୍ତ୍ତମାନ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସଫା ସୁତୁରା କରିବାକୁ ନେଇ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଗାଁର...

Coronavirus Update


Archives

Model This Week

Why Dharitri