ଧରାପଡ଼ିଲେ ବ୍ରାଉନସୁଗାର ଡିଲର ଲାଡେନ, ରାଜୁ

ଭୁବନେଶ୍ୱର(ବ୍ୟୁରେ)/ବାଲିଅନ୍ତା (ଡି.ଏନ୍‌.ଏ.),୧୦।୨: ଅପରେଶନ ପଏଣ୍ଟ ଥିଲା ଫୁଲନଖରା ଛକରୁ ସିମ୍ପୋନୀ ମଲ୍‌ ସମ୍ମୁଖ ଜାତୀୟ ରାଜପଥ। ଟାର୍ଗେଟ ଥିଲା ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ବ୍ରାଉନସୁଗାର ମାଫିଆ ଲାଡେନ। ଓଭରବ୍ରିଜ, ଜଳଖିଆ ଦୋକାନ, ଟ୍ରକ୍‌, ବସ୍‌ଷ୍ଟପ୍‌ରେ ବିଭିନ୍ନ ଛଦ୍ମବେଶରେ ଜଗି ରହିଥିଲେ ଡ୍ରଗ୍‌ ଟାସ୍କଫୋର୍ସର ଅଧିକାରୀ ଓ କର୍ମଚାରୀ। ସାମିଲ୍‌ ଥିଲେ ବାଲିଅନ୍ତା ଥାନାର ଏକ ପୋଲସ ଟିମ୍‌। ଏପଟେ ମୋବାଇଲ୍‌ ଟ୍ରାକ୍‌ କରାଯାଇ ଟିମ୍‌ ମୁଖ୍ୟଙ୍କୁ କ୍ଷଣିକ୍ଷଣିକେ ଦିଆଯାଉଥିଲା ସୂଚନା। ସମୟ ପୂର୍ବାହ୍ନ ୧୧ଟା ମଧ୍ୟରେ ହେବ। ଓଡି୦୧ଓ୍ବାଇ ୮୮୭୪ ନମ୍ବର ବିଶିଷ୍ଟ ଏକ ଆପାଚି ବାଇକ ପହଞ୍ଚତ୍ବା କ୍ଷଣି ଚାରିଆଡୁ ପୂରା ଫିଲ୍ମ ଷ୍ଟାଇଲ୍‌ରେ ଘେରିଯାଇଥିଲେ। ଡ୍ରଗ୍ସ ଡିଲର ଲାଡେନ ଓରଫ ସେକ୍‌ ମହିଦୁଲ (୨୧) ଓ ତାଙ୍କ ସହ ଥିବା ସହଯୋଗୀ ସେକ୍‌ ଆଜବାହାର ଓରଫ ରାଜୁଙ୍କୁ ମାଡ଼ିବସିଥିଲେ। ଯାଞ୍ଚବେଳେ ସେମାନଙ୍କ ନିକଟରୁ ୧୫୫ ଗ୍ରାମ ବ୍ରାଉନସୁଗାର ମିଳିଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବ୍ରାଉନସୁଗାର, ୩୪୦ ଟଙ୍କା, ୩ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌କୁ ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ବାଲିଅନ୍ତା ଥାନାରେ ଏକ ମାମଲା (ନଂ.୩୪/୨୦) ରୁଜୁ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରଉଚରା କରାଯାଇଥିଲା। ଲାଡେନ ଓ ରାଜୁଙ୍କ ଘର ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ। ସେମାନଙ୍କଠାରୁ ପୋଲିସ ବ୍ରାଉନସୁଗାର କାରବାର ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।
କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ କମିଶନରେଟ ପୋଲିସର ସ୍ବତନ୍ତ୍ର ଅପରେଶନ ଆରମ୍ଭ ହେବା ପରେ ବ୍ରାଉନସୁଗାର ମାଫିଆମାନେ ଛାନିଆ ହୋଇପଡିଛନ୍ତି। ଗତ ୫ ମାସ ଭିତରେ ୧୫୦ରୁ ଊର୍ଦ୍ଧ୍ୱ ଡିଲର, ଦଲାଲ, ବେପାରୀ ଓ ଗ୍ରାହକଙ୍କୁ ଗିରଫ କରାଯାଇ ସାରିଲାଣି। ଏବେ ଚଢ଼ାଉ ଜୋର୍‌ଦାର ଜାରି ରହିଥିବାବେଳେ ବ୍ରାଉନସୁଗାର ଚାଲାଣକାରୀମାନେ ସେମାନଙ୍କ କାରବାରର ଧାରା ବଦଳାଇଛନ୍ତି। ଧରାପଡିଥିବା ଲାଡେନ ଓ ରାଜୁ ବସ୍‌ କିମ୍ବା ଅନ୍ୟ ସ୍ବତନ୍ତ୍ର ଗାଡ଼ିରେ ନ ଆସି ବାଇକ୍‌ରେ ବ୍ରାଉନସୁଗାର ଧରି ଭୁବନେଶ୍ୱରେ ଥିବା ବେପାରୀଙ୍କୁ ଦେବାକୁ ଆସିଥିଲେ। ହେଲେ ପୂର୍ବରୁ ଡ୍ରଗ୍‌ ସ୍କ୍ବାଡ୍‌ ନଜର ରଖିଥିବା ନେଇ ସେମାନେ ଜାଣିପାରି ନ ଥିଲେ। କୁହାଯାଉଛି ପୋଲିସ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ କେତେଜଣ ବ୍ରାଉନସୁଗାର ବେପାରିଙ୍କୁ ଧରି ତାଙ୍କ ଦ୍ୱାରା ଲାଡେନଙ୍କୁ ଯୋଗାଯୋଗ କରାଯାଇ ଅର୍ଡର ଦିଆଯାଇଥିଲା। ଏଥିସହ କେତେଜଣ ପୋଲିସ ମଧ୍ୟ ବ୍ରାଉନସୁଗାର ବେପାରୀ ସାଜି ସେମାନଙ୍କ ସହ ଯୋଗାଯୋଗରେ ଥିଲେ। ଏପଟେ ଲାଡେନଙ୍କ ଏକାଧିକ ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରାଯାଇ ଧରିବାକୁ ସବୁକିଛି ଯୋଜନା ପ୍ରସ୍ତୁତ ହୋଇଥିଲା। କିଛି ସପ୍ତାହର ଲାଡେନ ଧରା ଅଭିଯାନ ରବିବାର ସଫଳ ହୋଇଥିବା ଡ୍ରଗ୍‌ ସ୍କ୍ବାଡ୍‌ର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ତେବେ ସେମାନଙ୍କ ବୟାନ ଆଧାରରେ ସମ୍ପୃକ୍ତ ଆଉକେତେଜଣ ବ୍ରାଉନସୁଗାର ଡିଲର ଓ ଛୋଟ ବେପାରୀଙ୍କୁ ଧରିବାକୁ ଡ୍ରଗ୍‌ ସ୍କ୍ବାଡ୍‌ ଟିମ୍‌ ଚଢ଼ାଉ ଜାରି ରଖିଛି। ଏଥିସହ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବାକୁ ଚିନ୍ତା କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ମାସ୍କରେ ଧରାପଡ଼ିଲେ ୨୬୯

ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ସୋମବାରଠାରୁ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଲକ୍‌ଡାଉନ୍‌ ନିୟମରେ କୋହଳ କରାଯାଇଛି। ସେମାନେ ଆଇକାର୍ଡ ଦେଖାଇ ଅଫିସ୍‌ ଯାଉଛନ୍ତି। ପୂର୍ବଦିନ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ହେଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

ଭୁବନେଶ୍ୱର, ୧୩।୯(ବ୍ୟୁରୋ)- କୋରାପୁଟ ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ପ୍ରଫେସର...

କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଆର୍‌ଟି-ପିସିଆର୍‌ ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର କେତେକ କଡ଼ା ସତର୍କତା ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପଞ୍ଜୀକୃତ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କରୋନା ପଜିଟିଭ୍‌

ବାଲେଶ୍ୱର ଅଫିସ,୩।୧୦: ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍‌ କରି ରବିବାର ଏହି ସୂଚନା...

ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୪

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ଟିକେ କମିଛି କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍‌। ଆଜି ଆଉ ୧୮ ଜଣଙ୍କ ଜୀବନ ନେଇଛି କରୋନା।...

ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ...

ଆଇସିଏଆର୍‌-ସିଆଇଡବ୍ଲ୍ୟୁଏ ସହ ସୋଆର ଚୁକ୍ତିନାମା

ଭୁବନେଶ୍ୱର,୨୬।୧୦(ବ୍ୟୁରୋ):  ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ଭୁବନେଶ୍ୱରସ୍ଥିତ ଆଇସିଏଆର୍‌-ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଓ୍ବିମେନ୍‌ ଇନ୍‌ ଏଗ୍ରିକଲ୍ଚର(ସିଆଇଡବ୍ଲ୍ୟୁଏ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ସୋମବାର...

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ...

Advertisement
Archives

Model This Week